www.samajalive.in
Saturday, December 6, 2025
15.1 C
Bhubaneswar

ଆମକୁ ଘରକୁ ଫେରାଇ ନିଅ: ଭାରତରେ ରହୁଥିବା ୟୁକ୍ରେନ ନାଗରିକ

ନୂଆଦିଲ୍ଲୀ: ପଞ୍ଚମ ଦିନରେ ପହଞ୍ଚିଛି ରୁଷ୍-ୟୁକ୍ରେନ ଯୁଦ୍ଧ। ରୁଷ ପକ୍ଷରୁ ସାମରିକ ବାହିନୀ ଏବଂ କ୍ଷେପଣାସ୍ତ୍ର ଦ୍ବାରା ଲଗାତର ଆକ୍ରମଣ ଫଳରେ ସମଗ୍ର ୟୁକ୍ରେନ ଥରି ଉଠିଛି। ଏହି ଭୟଙ୍କର ଯୁଦ୍ଧକୁ ନେଇ ସମଗ୍ର ବିଶ୍ବ ଚିନ୍ତିତ। ଏଭଳି ପରିସ୍ଥିତିରେ ୟୁକ୍ରେନ ଜନସାଧାରଣଙ୍କ ଜୀବନ ଏକ ବଡ଼ ସଂଘର୍ଷ ପାଲଟିଯାଇଛି। ଇତି ମଧ୍ୟରେ ଭାରତରେ ରହୁଥିବା ୟୁକ୍ରେନ ନାଗରିକମାନେ ନିଜ ଘର ତଥା ପରିବାର ପାଖକୁ ଫେରିବା ପାଇଁ ଦିଲ୍ଲୀର ୟୁକ୍ରେନ ଦୂତାବାସ ସହିତ ଯୋଗାଯୋଗ କରିଛନ୍ତି।

ସମ୍ବାଦ ସରବରାହ ସଂସ୍ଥା ଏଏନଆଇ ସହିତ କଥାବାର୍ତ୍ତା ବେଳେ ୟୁକ୍ରେନ ନାଗରିକମାନେ ନିଜ ଦେଶ ଓ ପରିବାର ଲୋକଙ୍କ ପାଇଁ ଚିନ୍ତା ପ୍ରକଟ କରିଛନ୍ତି। ଅନ୍ୟା ନାମକ ଜଣେ ୟୁକ୍ରେନ ନାଗରିକ କହିଛନ୍ତି, ‘‘ମୁଁ ୟୁକ୍ରେନ ନିକଟବର୍ତ୍ତି କୌଣସି ଏକ ଦେଶକୁ ଯିବାକୁ ଚାହୁଁଛି। ସେ ପୁନଶ୍ଚ କହିଛନ୍ତି ଯେ, ଏକବିଂଶ ଶତାବ୍ଦୀରେ ଏହି ପ୍ରକାରର ଘଟଣା(ରୁଷ-ୟୁକ୍ରେନ ସଙ୍କଟ) ଘଟିବା ଅବିଶ୍ବସନୀୟ’’। ସେହିପରି ଆଉ ଜଣେ ୟୁକ୍ରେନ ନାଗରିକ କହିଛନ୍ତି, ‘‘ମୁଁ କିଭ୍‌ ଯିବାକୁ ଚାହୁଁଛି। କାରଣ ୟୁକ୍ରେନରେ ଥିବା ମୋ ପରିବାରକୁ ମୋର ଆବଶ୍ୟକତା ରହିଛି। ଲୋକମାନେ ସେଠାରେ ଖାଦ୍ୟ କିଣି ପାରୁନାହାନ୍ତି, କାରଣ ବୋମା ବିସ୍ଫୋରଣ ଚାଲିଛି। ସେଠାକାର ପରିସ୍ଥିତ ଖୁବ୍‌ ବିପଜ୍ଜନକ ରହିଛି’’।

- Advertisement -

ସୂଚନାଯୋଗ୍ୟ, ୟୁକ୍ରେନରେ ଫସି ରହିଥିବା ଭାରତୀୟ ନାଗରିକ ଓ ଛାତ୍ରମାନଙ୍କ ପାଇଁ ଭାରତ ସରକାର ଅପରେସନ ଗଙ୍ଗା ଅଭିଯାନ ଚଳାଇଛନ୍ତି। ଏହାଦ୍ବାରା ହଜାର ହଜାର ଛାତ୍ରଛାତ୍ରୀ ଓ ନାଗରିକଙ୍କୁ ସ୍ବଦେଶ ଅଣାଯାଇଛି। ଅପରପକ୍ଷେ ଭାରତରେ ଥିବା ୟୁକ୍ରେନ ନାଗରିକମାନେ ଯୁଦ୍ଧରେ ଫସି ରହିଥିବା ନିଜ ପରିବାର ପାଖକୁ ଫେରିବା ପାଇଁ ଦିଲ୍ଲୀ ସ୍ଥିତ ୟୁକ୍ରେନ ଦୂତାବାସକୁ ନିବେଦନ କରିଛନ୍ତି।

 

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories