www.samajalive.in
Saturday, December 6, 2025
15.1 C
Bhubaneswar

 କଲ୍ୟାଣ ସିଂହପୁର (କ)(ଖ) ଜୋନରେ ବିଜେଡି ଦଳର ବାଜିମାତ 

କଲ୍ୟାଣସିଂହପୁର :  ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର (କ)(ଖ) ଜୋନ ରେ ବିଜେଡି ଦଳର ବାଜିମାତ। ତ୍ରିସ୍ତରିୟ ପଞ୍ଚାୟତ ନିର୍ବାଚନ ର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ମତ ଗଣନା ରେ କଲ୍ୟାଣ ସିଂହପୁର (କ ) ଜୋନ ର ବିଜେଡି ଦଳ ର ଜିଲ୍ଲା ପରିଷଦ ପ୍ରାର୍ଥୀ ବି ଭି ୱାରା ପ୍ରସାଦ ରାଓ ୭୬୬୮ ଭୋଟ ପାଇଥିବା ବେଳେ ନିକଟସ୍ଥ ପ୍ରତିଦ୍ବନ୍ଦୀ କଂଗ୍ରେସ ଦଳର ସମର୍ଥିତ ଆଶ୍ୱିନ କୁମାର ମହାପାତ୍ର  ୬୬୪୯ ପାଇଥିଲେ ।ସେଥିରୁ ୧୦୧୯ ଭୋଟ ରେ ଆଗୁଆ ରହି ବିଜୟୀ ହୋଇଥିବା  ବେଳେ (ଖ) ଜୋନ ର ଜିଲାପରିଷଦ ଭାବେ ବିଜେଡି ଦଳର  ପ୍ରାର୍ଥୀନୀ ବୋମି ଗୌରିଦେବୀ ୮୯୩୪ଭୋଟ ପାଇଥିବା ବେଳେ ପ୍ରତିଦ୍ବନ୍ଦୀ କଂଗ୍ରେସ ଦଳ ସମର୍ଥିତ ଜିଲାପରିଷଦ ପ୍ରାର୍ଥୀନୀ ସ୍ୱାତି ସାତନା ୬୫୪୨ଭୋଟ ପାଇ ଥିଲେ ।ଏଥିରେ ବିଜେଡି  ବୋମି ଗୌରିଦେବୀ ଅଧିକା ୨୩୯୨ ଭୋଟ ପାଇଥିବାରୁ  ନିର୍ବାଚନ ଅଧିକାରୀ  ସୁଧାକର ରଇତ,ତହସିଲଦାର ଦେବାଶିଷ କର ବିଜୟୀ ଘୋଷଣା କରିଛନ୍ତି ।  ଘୋଷଣା ପରେ ବିଜେଡି ସମର୍ଥକ ,କର୍ମୀ ,ନେତାଙ୍କ ମଧ୍ୟରେ ରେ ଖୁସିର ଲହରୀ ଖେଳିଯାଇଥିବା ଦେଖିବାକୁ ମିଳିଛି। ବାଣ ରସୋଣି ସହ ନବ ନିର୍ବାଚିତ ଜିଲ୍ଲା ପରିଷଦ  (କ) ଜୋନ ର ପ୍ରାର୍ଥ ବି  ୱାରା ପ୍ରସାଦ ରାଓ  ଓ ଖ)ଜୋନ ରେ ବୋମି ଗୌରିଦେବୀ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଏ ସମ୍ପର୍କରେ ବି  ୱାରା ପ୍ରସାଦ ରାଓ ପ୍ରତିକ୍ରିୟାରେ ବିଜୟ କୁ ଏହା ମୋ ଜଣକ ବିଜୟ ନୁହେଁ ଏ  ବିଜୟ ସାଧାରଣ ଜନତା ର ବିଜୟ ବୋଲି ସେ କହିଛନ୍ତି ।   ପୁଲିସର କଡା ସୁରକ୍ଷା ବଳୟରେ ଗଣତି କରିଥିବା ବେଳେ ଏ ଡି ଏମ ଧର୍ମାନନ୍ଦ ବେହେରା, ସମସ୍ତ ବ୍ଲକ ଅଧିକାରୀ,   ଅତିରିକ୍ତ ଜିଲା ଆରକ୍ଷୀ ଅଧିକାରୀ ଲଳିତ କୁମାର ପଟ୍ଟନାୟକ ,ଥାନା ଅଧିକାରୀ ସୁକୁମା ହଂ ସଦା ଉପସ୍ଥିତ ରହିଥିଲେ । ଆଜି ବିଜୟୀ ପ୍ରାର୍ଥୀ ଙ୍କର ପ୍ରତି ପଞ୍ଚାୟତରେ ବିରାଟ ଶୋଭାଯାତ୍ରା କର।ଯାଇଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories