ପିପିଲି : ପିପିଲି ଥାନା କୌଶଲ୍ୟାଗଙ୍ଗ ଫାଣ୍ଡି ଅନ୍ତର୍ଗତ ପୁବାଶାସନ ଗ୍ରାମରେ ଶୁକ୍ରବାର ରାତିରେ ବଡ ଭାଇର ଛୁରା ମାଡରେ ସାନ ଭାଇ ଗୁରୁତର ଭାବେ ଆହତ ହୋଇଥିବା ଅଭିଯୋଗ ହୋଇଛି। ଆହତ ଯୁବକର ନାମ ଆର୍ତ୍ତତ୍ରାଣ ବେହେରା। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବାଳକାଟି ମେଡିକାଲ ଓ ପରେ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଛି। ଏସମ୍ପର୍କରେ ଆର୍ତ୍ତତ୍ରାଣଙ୍କ ମାଆଙ୍କ ଲିଖିତ ଅଭିଯୋଗକୁ ଭିତ୍ତି କରି ଅଭିଯୁକ୍ତ ବଡଭାଇ ତ୍ରିଲୋଚନ ବେହେରାକୁ ପୁଲିସ ଗିରଫ କରିଛି। ଗତକାଲି ରାତିରେ କୌଣସି କଥାକୁ ନେଇ ଘର ମଧ୍ୟରେ ଅଭିଯୁକ୍ତ ଏକ ଧାରୁଆ ଛୁରିରେ ଆର୍ତ୍ତତ୍ରାଣଙ୍କ ବାମପେଟକୁ ଭୁସି ଦେଇଥିଲା। ଫଳରେ ପେଟରେ ଗଭୀର କ୍ଷତ ସୃଷ୍ଟି ହୋଇଥିବା ବେଳେ ପ୍ରଚୁର ରକ୍ତସ୍ରାବ ହୋଇଥିଲା। ତାଙ୍କୁ ସଂଜ୍ଞାହୀନ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
Popular Categories



