www.samajalive.in
Saturday, December 6, 2025
23.1 C
Bhubaneswar

ଦୁର୍ଘଟଣା ପରେ ଜଳିଗଲା କାର୍

ପୁରୀ: ଷଣ୍ଢକୁ ବଞ୍ଚାଇବାକୁ ଯାଇ ବାଇକ୍-କାର୍ ଦୁର୍ଘଟଣାଗ୍ରସ୍ତ। ଦୁର୍ଘଟଣା ପରେ କାରରେ ଲାଗିଲା ନିଆଁ। ଚାହୁଁ ଚାହୁଁ କାରଟି ହୁତହୁତ୍ ହୋଇ ଜଳିଗଲା। ତେବେ ସ୍ଵଭାଗ୍ୟବଶତଃ କାରରେ ଥିବା ଯାତ୍ରୀ ମାନଙ୍କର ଜୀବନ ବଞ୍ଚିଯାଇଛି। ପୁରୀ ଜିଲ୍ଲା ପିପିଲି ଦାଣ୍ଡ ମୁକୁନ୍ଦପୁରର ବାହାବଜା ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ଭୁବନେଶ୍ଵରରୁ ପୁରୀ ଅଭିମୁଖେ ଓଲା ବାଇକ୍ ଓ କାର୍ ଆସୁଥିଲା। ତେବେ ଏତିକିବେଳେ ହଠାତ୍ ରାସ୍ତା ଉପରକୁ ମାଡି ଆସିଥିଲା ଏକ ଷଣ୍ଢ। ଫଳରେ କାର୍ ଡ୍ରାଇଭର ଗାଡିକୁ ବାମ ପଟକୁ କାଟିବାରୁ ବାଇକ୍ ରେ ମାଡ ହୋଇଥିଲା। ଦୁର୍ଘଟଣା ପରେ ରାସ୍ତା କଡକୁ ଖସି ପଡିଥିଲା ଦୁଇଟି ଗାଡି। କାରରେ ନିଆଁ ଲାଗି ଯାଇଥିଲା। ପିପିପି ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। କାରରେ ୩ ମାସର ଛୁଆକୁ ମିଶାଇ ୪ ଜଣ ରହିଥିଲେ। ଦୁର୍ଘଟଣାରେ କାହାର କୌଣସି କ୍ଷତି ହୋଇନଥିବା ଜଣାପଡିଛି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories