www.samajalive.in
Sunday, December 7, 2025
14.1 C
Bhubaneswar

ପିପିଲି ନିର୍ବାଚନ ସ୍ଥଗିତ, ଜିଲ୍ଲା ରିଟର୍ଣ୍ଣିଂ ଅଫିସରଙ୍କ ରିପୋର୍ଟ ପରେ ଘୋଷଣା ହେବ ନୂଆ ତାରିଖ

ପିପିଲି ଉପନିର୍ବାଚନରେ ପ୍ରତିଦ୍ବନ୍ଦିତା କରୁଥିବା କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ଦେହାନ୍ତ ପରେ ଆସନ୍ତା ୧୭ରେ ନିର୍ବାଚନ ସ୍ଥଗିତ ରହିବା ସ୍ପଷ୍ଟ ହୋଇଛି। ନିୟମାନୁଯାୟୀ, ଜନପ୍ରତିନିଧି ଆଇନ-୧୯୫୨ର ଧାରା(୧)(ଗ) ଅନୁଯାୟୀ ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀଙ୍କର ଯଦି ଭୋଟ ଗ୍ରହଣ ପୂର୍ବରୁ ମୃତ୍ୟୁ ହୁଏ, ତା’ହେଲେ ରିଟର୍ଣ୍ଣିଂ ଅଫିସର ସମ୍ପୃକ୍ତ ପ୍ରାର୍ଥୀଙ୍କ ମୃତ୍ୟୁ ହୋଇଥିବା ଘୋଷଣା କରିବା ସହ ଭୋଟଗ୍ରହଣ ସ୍ଥଗିତ ରଖିବେ। ପରେ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି ସହ ନିର୍ବାଚନ କମିଶନ ଏବଂ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ରିପୋର୍ଟ ଦେବେ।

ଅନ୍ୟପକ୍ଷରେ ଜନପ୍ରତିନିଧି ଆଇନ-୧୯୫୨ର ଉପଧାରା-୧ ଅନୁଯାୟୀ ରିଟର୍ଣ୍ଣିଂ ଅଫିସରଙ୍କଠୁ ରିପୋର୍ଟ ପାଇବା ପରେ ୭ ଦିନ ମଧ୍ୟରେ ସମ୍ପୃକ୍ତ ଦଳର ଆଉ ଜଣେ ପ୍ରାର୍ଥୀଙ୍କୁ ପ୍ରାର୍ଥୀପତ୍ର ଦାଖଲ କରିବାକୁ ନୋଟିସ୍ ଜାରି କରିବେ। ପୂର୍ବ ପ୍ରାର୍ଥୀଙ୍କ କ୍ଷେତ୍ରରେ ଯେଉଁ ସବୁ ବ୍ୟବସ୍ଥା ଓ ପ୍ରକ୍ରିୟା ଗ୍ରହଣ କରାଯାଇଥିବା, ନୂଆ ପ୍ରାର୍ଥୀଙ୍କ କ୍ଷେତ୍ରରେ ମଧ୍ୟ ସମାନ ବ୍ୟବସ୍ଥା ଓ ପ୍ରକ୍ରିୟା ଗ୍ରହଣ କରାଯିବ। ତେବେ ଏହି ବ୍ୟବସ୍ଥା ଅନୁଯାୟୀ ପିପିଲି ଉପନିର୍ବାଚନ ଆସନ୍ତା ମେ’ ମାସ ୧୨ରୁ ୧୫ ମଧ୍ୟରେ ହେବାର ସମ୍ଭାବନା ରହିଛି।

Hot this week

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

Related Articles

Popular Categories