www.samajalive.in
Saturday, December 6, 2025
23.1 C
Bhubaneswar

ଦୁର୍ଘଟଣା ପରେ ସମୁଦ୍ରକୁ ଖସିଲା ବିମାନ; ପାଇଲଟ୍‌ କଲେ ଭିଡିଓ ଉତ୍ତୋଳନ

କାଲିଫର୍ନିଆ : ଆମେରିକାରେ ହୋଇଥିବା ବିମାନ ଦୁର୍ଘଟଣାର ଅଦ୍ଭୁତ ଘଟଣା ସମ୍ନାକୁ ଆସିଛି । ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପରେ ସମୁଦ୍ରରେ ଖସି ପଡିଥିଲା । ସେହି ସମୟରେ ବିମାନର ପାଇଲଟ୍‌ ୱିଙ୍ଗ ଉପର ରହି ଏହାର ଭିଡିଓ ଉତ୍ତୋଳନ କରୁଥିଲେ । ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଘଟଣା ଆମେରିକାର ଉତ୍ତର କାଲିଫର୍ନିଆରେ ଘଟିଛି ।

- Advertisement -

ସୂଚନାଯୋଗ୍ୟ, ସ୍ଥାନୀୟ ଉପକୂଳବର୍ତ୍ତୀ ସହର ହାଫ୍ ମୁନ୍‌ରେ ଏକ ଛୋଟ ଏୟାରକ୍ରାଫ୍ଟ ବିଇ-୩୬ ଦୁର୍ଘଟଣାଗ୍ରସ୍ଥ ହୋଇ ସୁମଦ୍ର ଭିତରେ ଖସି ପଡିଥିଲା। ବିମାନରେ ପାଇଲଟ୍ ଡେଭିଡ୍ ଲେଶ୍ ଓ ତାଙ୍କର ଜଣେ କାୟଲା ବନ୍ଧୁ ସବାର ଥିଲେ । ସୌଭାଗ୍ୟବଶତଃ ଏମାନେ ଏହି ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ । ମିଳିଥିବା ସୂଚନା ଅନୁଯାୟୀ ବିମାନ ଖସିବା ପୂର୍ବରୁ ସେମାନେ ସମୁଦ୍ରକୁ ଡେଇଁ ପଡିଥିଲେ । ପ୍ରାୟ ୩୦ ମିନିଟ୍ ପରେ କୋଷ୍ଟଗାର୍ଡ ଅଧିକାରୀମାନେ ହେଲିକପ୍ଟର ସାହାଯ୍ୟରେ ସେମାନଙ୍କୁ ବାହାର କରିଥିଲେ। ପାଇଲଟ୍ ଡେଭିଡ୍ ଲେଶ୍ କହିଛନ୍ତି ଯେ, ସୌଭାଗ୍ୟବଶତଃ ଆମେ ବର୍ତ୍ତି ଯାଇଛୁ, କିନ୍ତୁ ପାଣି ବହୁତ ଥଣ୍ଡା ଥିଲା।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories