www.samajalive.in
Wednesday, December 10, 2025
16.1 C
Bhubaneswar

ସ୍କୁଲରେ ଅଜଗର : ଲୋକେ ଭୟଭୀତ

ଉତ୍ତରପ୍ରଦେଶ : ପିଲାମାନେ ପାଠ ପଢିବା ପାଇଁ ବିଦ୍ୟାଳୟ ଯାଆନ୍ତି। ମାତ୍ର ସାପ ବର୍ତ୍ତମାନ ବିଦ୍ୟାଳୟ ଯାଉଛି। କଥା ଆଶ୍ଚର୍ଯ୍ୟ ଲାଗୁଛି। ଘଟଣାକ୍ରମେ ସାପ ଏକ ଏଭଳି ଜନ୍ତୁ ଯାହାକୁ ଦେଖି ଭୟଭୀତ ହେବା ସାଧାରଣ କଥା। ଉତ୍ତରପ୍ରଦେଶର ମିଜାପୁରରେ ଏକ ସରକାରୀ ବିଦ୍ୟାଳୟରେ ଅଜଗର ଦେଖାଯିବାରୁ ଭୟ ବାତାବରଣ ସୃଷ୍ଟି ହୋଇଥିଲା। ପ୍ରାୟ ୨ ଦିନ ତଳେ ସକାଳ ୯ଟା ସମୟରେ ବିଦ୍ୟାଳୟକୁ ସଫାସୁତୁରା କରୁଥିବା ମହିଳା ସ୍କୁଲର କକ୍ଷରେ କବାଟ ଖୋଲିବା ସମୟରେ ସାପକୁ ଦେଖି ସ୍ତବ୍ଧ ହୋଇଯାଇଥିଲେ। ସେ ତୁରନ୍ତ ଏହା ବିଷୟରେ ଗ୍ରାମବାସୀଙ୍କୁ ଜଣାଇଥିଲେ।
ଅଜଗର ସାପଟି ଝରକା ବାଟେ ଆସି ସେଠାରେ ହିଁ ରହିଯାଇଛି ବୋଲି ଅନୁମାନ କରାଯାଉଛି। ସାପ କଥା ଶୁଣି ଲୋକେ ଏକାଠି ହେବା ସହ ଫଟୋ ଓ ଭିଡ଼ିଓ କରିଥିଲେ ଏହାସହ ବନବିଭାଗକୁ ଘଟଣା ବିଷୟରେ ଖବର ଦେଇଥିଲେ।
ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଂଚିବା ବିଳମ୍ବ ହେବାରୁ କିଛି ଲୋକେ ସାହସର ସହ ବାଡ଼ି ଦ୍ୱାରା ଏକ ବସ୍ତା ମଧ୍ୟରେ ସାପକୁ ଭର୍ତ୍ତି କରି ବନବିଭାକୁ ହସ୍ତାନ୍ତର କରିଥିଲେ। ଗ୍ରାମବାସୀଙ୍କ ମତାନୁଯାୟୀ, ପୂର୍ବରୁ ମଧ୍ୟ ସ୍କୁଲରେ ସାପ ଦେଖାଯାଇଛି। ବନବିଭାଗ କର୍ମଚାରୀ ସାପକୁ ଜଙ୍ଗଲରେ ଛାଡ଼ିବା ସହ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

Hot this week

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

ସୁନା ଓ ରୂପା ଏତିକି ଟଙ୍କା ହେଲା ଶସ୍ତା

ସମାଜ ଡିଜିଟାଲ ଡେସ୍କ: ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ...

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି...

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି...

Related Articles

Popular Categories