ଫୁଲବାଣୀ: କନ୍ଧମାଳ ଜିଲା ସ୍ଥାୟୀ ଲୋକ ଅଦାଲତ ସ୍ଥାନୀୟ ଟାଟା ପାଓ୍ବାର କର୍ତ୍ତୃପକ୍ଷଙ୍କୁ ମନୋମୁଖୀ କାର୍ଯ୍ୟ କଳାପ ଓ ଏକ ଚାଟିଆ ବ୍ୟବସାୟିକ ମନୋବୃତ୍ତି ବିରୋଧରେ ଐତିହାସିକ ରାୟ ପ୍ରକାଶ କରିଛନ୍ତି। ସୂ
ଚନା ପ୍ରକାରେ, ଜିଲା ସ୍ଥାୟୀ ଲୋକ ଅଦାଲତର ଅଧ୍ୟକ୍ଷ ଦୋଳଗୋବିନ୍ଦ ବାରିକ ଓ ସଦସ୍ୟ ଚନ୍ଦ୍ରହାସ ନାୟକ ଫୁଲବାଣୀ ସହରର ସାତ ଜଣ ଆବେଦନକାରୀଙ୍କ ମାମଲାର ବିଚାର କରି ଟିପିଏସଓଡିଏଲ ନିର୍ବାହୀ ଯନ୍ତ୍ରୀଙ୍କୁ ତୁରନ୍ତ ସେମାନଙ୍କ ଜମି ତଥା ଘର ଉପରେ ବିପଦ ଜନକ ଭାବେ ଯାଇଥିବା ୩୩ କେଭି ବିଦ୍ୟୁତ୍ ଲାଇନ ଓ ପୋତା ଯାଇଥିବା ବିଦ୍ୟୁତ୍ ଖୁଣ୍ଟକୁ ହଟାଇବା ପାଇଁ ନିର୍ଦେଶ ଦେଇଛନ୍ତି। କର୍ତ୍ତୃପକ୍ଷ ସମ୍ପୃକ୍ତ ଜମି ମାଲିକଙ୍କଠାରୁ ଆଗୁଆ ଅନୁମତି ନେଇ ନ ଥିବା ଏବଂ ଲାଇନ୍ ଓ ଖୁଣ୍ଟକୁ ସ୍ଥାନାନ୍ତର କରିବା ପାଇଁ ବେଆଇନ୍ ଭାବେ ମାତ୍ରାଧିକ ଟଙ୍କା ଦାବୀ କରିଥିବା ଅଭିଯୋଗ ହୋଇଥିଲା।
ଯଦି ବିଦ୍ୟୁତ ବିଭାଗ କର୍ତ୍ତୃପକ୍ଷ ଏହି ନିର୍ଦେଶକୁ ଅବମାନନା କରନ୍ତି, ତାହେଲେ ଆବେଦନ କାରୀ ମାନେ ସ୍ଥାନୀୟ ସିଭିଲ ଅଦାଲତରେ ଟାଟାପାୱାର ବିରୋଧରେ ଲିଗାଲ ସର୍ଭିସ ଆକ୍ଟ – ୧୯୮୭ର ଧାରା ୨୨-ଇ ପ୍ରକାରେ କୋରଖି ମାମଲା ଦାୟର କରି କାର୍ଯ୍ୟ ହାସଲ କରିପାରିବେ ବୋଲି ଅଦାଲତ ତାଙ୍କ ରାୟରେ ପ୍ରକାଶ କରିଛନ୍ତି। ମହମଦ ନାସ୍ରୂଲା, ରାଜଲକ୍ଷ୍ମୀ ସାହୁ, ନରେଶ ମୁଦୁଲି, ରଞ୍ଜନ ମହାନ୍ତିଙ୍କ ସମେତ ସାତ ଜଣ ଏହି ମାମଲା ଦାଏର କରିଥିଲେ। ସୂଚନାଯୋଗ୍ୟ, ଟାଟା ପାୱାର ଜିଲ୍ଲାରେ ବିଦ୍ୟୁତ୍ ସରବରାହ ଓ ବିତରଣ ଦାୟିତ୍ଵ ନେବା ପରେ କମ୍ପାନୀ ବିରୁଦ୍ଧରେ ବିଭିନ୍ନ ଜମି ଉପରେ ବିନାନୁମତିରେ ଘର ଉପରେ ବା ନିକଟରେ ତଥା ଜମି ଉପରେ ବିପଦଜ୍ଜନକ ଭାବେ ତାର ଟାଣୁଥିବା ଅଭିଯୋଗ ହେଉଛି।



