www.samajalive.in
Monday, December 15, 2025
27.1 C
Bhubaneswar

ଜଙ୍ଗଲରୁ ବିବାହିତ ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର 

ଫୁଲବାଣୀ : କନ୍ଧମାଳ ଜିଲା ଫିରିଙ୍ଗିଆ ଥାନା ବନ୍ଧଗଡ଼ ଗାଁ ନିକଟରେ ଥିବା ପାଟଖଣ୍ଡା ପାହାଡ଼ ଉପରେ ଥିବା ଜଙ୍ଗଲରେ ଏକ ଗଛରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତ ଦେହକୁ ପୋଲିସ ଉଦ୍ଧାର କରିଛି। ମୃତ ବ୍ୟକ୍ତି ଜଣକ ସେହି ବନ୍ଧଗଡ଼ ଗାଁର ଭୂମି ବିଶିମାଝୀଙ୍କ ପୁଅ ଭରତ ବିଶିମାଝୀ ୪0 ବୋଲି ଜଣାପଡିଥିବା ବେଳେ ସେ ବିବାହିତ ଓ ତାଙ୍କର ଗୋଟେ ଝିଅ ଓ ଗୋଟେ ପୁଅ ମଧ୍ୟ୍ୟ ଥିବା ଜଣାପଡିଛି।
ସୂଚନା ଅନୁସାରେ ମୃତକ ଜଣକ ଗୁରୁବାର ସକାଳୁ ଶୌଚ ହେବା ପାଇଁ ଘରୁ ଯାଇ ଆଉ ଘରକୁ ଫେରି ନଥିଲେ। ପରିବାର ଲୋକେ ଖୋଜାଖୋଜି କରିବା ସମୟରେ ଉକ୍ତ ପାହାଡ଼ ଉପରେ ଥିବା ଜଙ୍ଗଲର ଏକ ଗଛରେ ସମୃକ୍ତ ବ୍ୟକ୍ତି ଙ୍କ ମୃତ ଦେହ ଝୁଲୁ ଥିବା ଦେଖିବାକୁ ପାଇଥିଲେ। ପରେ ଖବର ପାଇ ଫିରିଙ୍ଗିଆ ଥାନା ଅଧିକାରୀ ଗୋପୀନାଥ ପ୍ରଧାନଙ୍କ ନିର୍ଦେଶରେ ଥାନାରେ କାର୍ଯ୍ୟରତ ଏଏସଆଇ ପ୍ରମୋଦ କୁମାର ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟକୁ ପଠେଇ ଦେଇଛି।
ଅନ୍ୟପଟେ ଆତ୍ମ ହତ୍ୟାର କାରଣ ଜଣାପଡିନଥିବା ବେଳେ ମୃତକ ଜଣକ ଜଣେ ମାନସିକ ରୋଗୀ ଓ ସେ ଦୀର୍ଘ ଦିନ ଧରି ମାନସିକ ରୋଗରେ ପୀଡିତ ହୋଇ ଚିକିତ୍ସିତ ମଧ୍ୟ୍ୟ ହେଉଥିବା ତାଙ୍କ ସ୍ତ୍ରୀ ବୟାନ ଦେଇଥିବା ବେଳେ ପୋଲିସ ଘଟଣାକୁ ନେଇ ଫିରିଙ୍ଗିଆ ଥାନାରେ ୯/୨୪ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା  ଥାନା ଅଧିକାରୀ ଗୋପୀନାଥ ପ୍ରଧାନ ସୂଚନା ଦେଇଛନ୍ତି।

Hot this week

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

Related Articles

Popular Categories