www.samajalive.in
Monday, December 15, 2025
16.1 C
Bhubaneswar

ସରକାରଙ୍କ ଜବର ଦଖଲ ଉଚ୍ଛେଦ ନିଷ୍ପତ୍ତି ସମ୍ପୂର୍ଣ୍ଣ ଭୁଲ

ଫୁଲବାଣୀ:  ରାଜ୍ୟ ସରକାରଙ୍କ ଜବରଦଖଲ ଉଚ୍ଛେଦ ନିଷ୍ପତ୍ତି ବିରୋଧରେ ମଙ୍ଗଳବାର କଳିଙ୍ଗା ଡ଼ାକବଙ୍ଗଳା ଠାରେ ଜିଲା ସିଟିଜେନ ଫୋରମ ପକ୍ଷରୁ ସାଧାରଣ ସମ୍ପାଦକ ସୁନୀଲ ପଟ୍ଟନାୟକ, କନ୍ଧମାଳ ପିପୁଲସ ଫୋରମ ପକ୍ଷରୁ ଅଧ୍ୟକ୍ଷ ରାଧା ମୋହନ ମହାପାତ୍ର, ମିଡ଼ିଆ ଫୋରମ ସଭାପତି ସନ୍ତୋଷ ଡିଗାଲ, ଜିଲା ସମିତି ସଭ୍ୟ ସଭାପତି ବଦ୍ୟନାଥ ବେହେରା, ଅବସରପ୍ରାପ୍ତ ରେଳ ବିଭାଗ ଅଧିକାରୀ  ଦିଲୀପ ନାୟକ ପ୍ରମୁଖ ଉପସ୍ଥିତ ରହି ଜି.ଉଦୟଗିରି ବିଧାୟକ ପ୍ରଫୁଲ ପ୍ରଧାନଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିବା ସହ ସବୁ ସଂଗଠନ ପକ୍ଷରୁ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା।
ବିଧାୟକ ଶ୍ରୀ ପ୍ରଧାନ ସରକାରଙ୍କ ଜବର ଦଖଲ ଉଛେଦ ନିଷ୍ପତ୍ତି ସମ୍ପୂର୍ଣ୍ଣ ଭୁଲ ନିଷ୍ପତ୍ତି ବୋଲି କହିବା ସହ ଗରିବ ଭୂମିହୀନ ଲୋକ ମୁଣ୍ଡ ଗୁଞ୍ଜିବା ପାଇଁ ସରକାରୀ ଜାଗାରେ ଘର କରି  ଦୀର୍ଘ ବର୍ଷ ହେଲା ରହିଛନ୍ତି, ସେମାନଙ୍କୁ  ପଟା ଦେବା ପରିବର୍ତ୍ତେ ଘରଭାଙ୍ଗିବା ଲାଗି ପ୍ରଶାସନକୁ ଚିଠି ଦେବା ଲଜ୍ୟା ଜନକ ବୋଲି କହିଥିଲେ।
କୌଣସି ପରିସ୍ଥିତି ରେ ଘର ଭାଙ୍ଗିବାକୁ ଦିଆଯି ବ ନାହିଁ   ବୋଲି କହିବାସହ ଏ ନେଇ ବିଧାନସଭା ଅଧିବେଶନ ବେଳେ ପ୍ରଶ୍ନ ଉଠାଇବା ସହ ମୁଖ୍ୟମନ୍ତ୍ରୀ ଙ୍କ ସହ ଆଲୋଚନା କରିବେ ବୋଲି କହିଥିଲେ। ଆଲୋଚନା ବେଳେ ଯୁବ କଂଗ୍ରେସ ସଭାପତି ଚନ୍ଦନ ପଣ୍ଡା ଉପସ୍ଥିତ ଥିଲେ।

Hot this week

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

Related Articles

Popular Categories