www.samajalive.in
Saturday, December 6, 2025
16.1 C
Bhubaneswar

ନାବାଳିକା ଦୁଷ୍କର୍ମୀକୁ ୨୦ ବର୍ଷ ଜେଲ୍‌

ଫୁଲବାଣୀ: ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଫୁଲବାଣୀ ସ୍ୱତନ୍ତ୍ର ପୋକ୍ସୋ ଅଦାଲତର ବିଚାରପତି ରାଜେଶ ଦାସ ଦୋଷୀକୁ ୨୦ ବର୍ଷ ଜେଲ୍ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହା ସହିତ ୧ ଲକ୍ଷ ୧୦ ହଜାର ଟଙ୍କା ଜରିମାନ ଓ ଜରିମାନା ଅନାଦେୟ ଅଧିକା ୧୩ ମାସ ସଶ୍ରମ କାରାଦଣ୍ଡ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଦୋଷୀ ଜଣକ ହେଉଛି ଟିକାବାଲି ଥାନା ଅଞ୍ଚଳର ବନମାଳି ପ୍ରଧାନ(୨୭)। ଡାକ୍ତରୀ ରିପୋର୍ଟ, ୧୪ ଜଣ ସାକ୍ଷୀଙ୍କ ବୟାନ ଓ ଅନ୍ୟାନ୍ୟ ତଥ୍ୟକୁ ଆଧାର କରି ବିଚାରପତି ଏହି ଦଣ୍ଡାଦେଶ ଦେଇଥିବାବେଳେ ପୀଡ଼ିତାଙ୍କୁ ୬ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ମଧ୍ୟ ଜିଲା ଆଇନ ସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଥିବା ମାମଲାକୁ ପରିଚାଳନା କରୁଥିବା ପୋକ୍ସୋ କୋର୍ଟର ସ୍ୱତନ୍ତ୍ର ପି.ପି ଅସୀମ ପ୍ରହରାଜ ସୂଚନା ଦେଇଛନ୍ତି।

ସୂଚନା ପ୍ରକାରେ, ଟିକାବାଲି ଥାନା ଅଞ୍ଚଳର ଜନୈକା ନାବାଳିକା ଗତ ୨୦୧୮ ମସିହାରେ ପାଠପଢ଼ିବା ପାଇଁ ଅନ୍ୟ ଜଣେ ନାବାଳିକା ସାଙ୍ଗ ଘରକୁ ଅନେକ ସମୟରେ ଯାଉଥିଲେ। ଦୀର୍ଘଦିନ ପର୍ଯ୍ୟନ୍ତ ପାଢ ପଢ଼ିବା ପାଇଁ ଯାଉଥିବାବେଳେ ଏହାର ସୁଯୋଗ ନେଇ ନାବାଳିକା ସାଙ୍ଗର ବଡ଼ଭାଇ ବନମାଳି ପ୍ରଧାନ ବିିଭିନ୍ନ ସମୟରେ ବିିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ପୀଡ଼ିତାଙ୍କୁ ନିଜ ପ୍ରେମ ଜାଲରେ ଫଶାଇ ବିଭିନ୍ନ ସମୟରେ ଦୁଷ୍କର୍ମ କରୁଥିଲା। ଏପରିକି ଏନେଇ କାହାରିକୁ କହିଲେ ଜୀବନରୁ ମାରିଦେବା ସହିତ ବିଭିନ୍ନ ପ୍ରକାର ଧମକ ଦେଉଥିଲା। ପୀଡ଼ିତା ଜଣକ ତାଙ୍କର ନାବାଳିକା ସାଙ୍ଗ ଘରକୁ ପଢ଼ି ନ ଆସିଲେ ବନମାଳି ପଢ଼ି ଆସିବା ପାଇଁ ମଧ୍ୟ ବିଭିନ୍ନ ସମୟରେ ବାଧ୍ୟ କରୁଥିଲା। ପୀଡ଼ିତା ଜଣକ ଭୟରେ ଘରେ କିଛି କହୁ ନ ଥିଲେ ମଧ୍ୟ ଅନେକ ସମୟରେ ତାଙ୍କ ଦେହ ଅସୁସ୍ଥ ରହୁଥିଲା। ଏନେଇ ପରିବାର ଲୋକେ ମଧ୍ୟ ବହୁ ଚିନ୍ତାରେ ରହୁଥିଲେ। ଦିନେ ପୀଡ଼ିତା ଜଣକ ତାଙ୍କର ବଡ଼ ଭଉଣୀ ସହିତ ଗାଁ ନାଳକୁ ଗାଧୋଇବା ପାଇଁ ଯାଇଥିବାବେଳେ ବଡ଼ ଭଉଣୀ ନିଜ ସାନଭଉଣୀର ଶରୀରରେ କିଛି ପରିବର୍ତ୍ତନ ଦେଖି ତାଙ୍କୁ ଅନେକ ପ୍ରଶ୍ନ କରିଥିଲେ। ଏହି ସମୟରେ ପୀଡ଼ିତା ଜଣକ ଘଟଣା ସମ୍ପର୍କରେ ନିଜ ବଡ଼ ଭଉଣୀଙ୍କୁ ସମସ୍ତ କଥା ଜଣାଇବା ପରେ ବଡ଼ ଭଉଣୀ ଏନେଇ ନିଜ ପରିବାରରେ ଜଣାଇଥିଲେ। ପରିବାର ଲୋକଙ୍କ ପରାମର୍ଶକ୍ରମେ ପୀଡ଼ିତା ଜଣକ ନିଜେ ଗତ ୧୯.୧୧.୨୦୨୨ ମସିହାରେ ଟିକାବାଲି ଥାନାରେ ଏକ ଏତଲା ଦେଇଥିଲେ। ଏତଲା ପ୍ରକାରେ ପୁଲିସ୍‌‌ କେସ ନଂ ୮୭ା୨୨ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଆଜି ଉକ୍ତ ମାମଲାର ବିଚାର କରାଯାଇ ବିଚାରପତି ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି।

Hot this week

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

Related Articles

Popular Categories