www.samajalive.in
Sunday, December 7, 2025
23.1 C
Bhubaneswar

ସ୍ୱାସ୍ଥ୍ୟକେନ୍ଦ୍ରକୁ ଯିବା ରାସ୍ତା ଶୋଚନୀୟ

କଲ୍ୟାଣସିଂହପୁର: କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ସଂଯୋଗ କରୁଥିବା ରାସ୍ତା ପାଲିଟିଛି ମରଣଯନ୍ତା। ଡାକ୍ତରଖାନା ଆସୁଥିବା ଅନେକ ରୋଗୀମାନଙ୍କ ସହ ସାଧାରଣ ଲୋକେ ମଧ୍ୟ ହନ୍ତସନ୍ତ ହେବା ସହ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଶୋଚନୀୟ ରାସ୍ତା ହୋଇଥିବାରୁ ନିତି ଦିନିଆ ଆମ୍ବୁଲାନ୍ସ ଯିବା ଆସିବାରେ ମଧ୍ୟ ଅସୁବିଧା ହେଉଛି। ଏଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମାରେ ଥିବା ଏକମାତ୍ର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ। ରାଜ୍ୟ ରାଜପଥ ମୁଖ୍ୟ ରାସ୍ତାଠାରୁ ଲ୍ୟାମ୍ପ ସମ୍ମୁଖ ଦେଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଉଥିବା ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଲ୍ୟାମ୍ପ ସମ୍ମୁଖରେ କରାଯାଇଥିବା ସିମେଣ୍ଟ ରାସ୍ତାର ଛୋଟ ଛୋଟ ଗୋଡ଼ିଗୁଡିକ ବାହାରି ଯିବାରୁ ଲୁହା ଛଡ଼ଗୁଡ଼ିକ ବାହାରକୁ ଟେକି ହୋଇ ରହିଛି। ଯାହାଫଳରେ ସ୍ୱାସ୍ଥ୍ୟକେନ୍ଦ୍ରକୁ ଓ ନିକଟରେ ଥିବା ଆଦିବାସୀ ସାହି ଓ ଭୈରବୀ ସାହିକୁ ଯାତାୟତ କରୁଥିବା ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଉକ୍ତ ରାସ୍ତାରେ ରାତିରେ ଯାତାୟତ କଲେ ଉକ୍ତ ଲୁହା ଛଡ଼ ବାଜି କିଛି ଲୋକ ଆହତ ହୋଇଥିବା ନଜରକୁ ଆସିଛି। ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ରୋଗିବୁହା ଗାଡ଼ି, ବାଇକ ଯାତାୟତ କରୁଥିବାବେଳେ ସିମେଣ୍ଟ ଗୋଦାମକୁ ମାଲ ବୋଝେଇ ଟ୍ରକ ଓ ଲ୍ୟାମ୍ପକୁ ମଧ୍ୟ ସାର ଓ ବିହନ ବୋଝେଇ ଟ୍ରକ ଯାତାୟତ କରି ଉକ୍ତ ରାସ୍ତାରେ ଗାତ ସୃଷ୍ଟି ହୋଇଛି। ସାମାନ୍ୟ ବର୍ଷା ହେଲେ ସେହି ସ୍ଥାନରେ ପାଣି ଜମା ହୋଇ ରହିଯାଉଛି। ଯାହାଫଳରେ ଗାଡ଼ି ଓ ଲୋକମାନେ ଯାତାୟତ କରିବାକୁ ଭୟ କରୁଛନ୍ତି। ଏଥିପ୍ରତି ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ଉକ୍ତ ରାସ୍ତାକୁ ମରାମତି କରିବା ପାଇଁ ସାଧାରଣରେ ଦାବି ହେଉଛି।

Hot this week

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

Related Articles

Popular Categories