www.samajalive.in
Friday, December 12, 2025
14.1 C
Bhubaneswar

ମା’ ନାରାୟଣୀ ଯାତ୍ରା : ନଟରାଜ କଳା ମନ୍ଦିର କଳାକାରଙ୍କ ଆକର୍ଶଣୀୟ ନୃତ୍ୟ ପ୍ରଦର୍ଶନ

ଫୁଲବାଣୀ:ଫୁଲବାଣୀରେ ମା’ ନାରାୟଣୀଙ୍କ ପ୍ରସିଦ୍ଧ ଠାକୁରାଣୀ ଯାତ୍ରା ଅନୁଷ୍ଠିତ  ହୋଇଯାଇଛି। ଯାତ୍ରା ମଣ୍ଡପ ଠାରେ ମା’ଙ୍କ ଆଳତି ସରିବା ପରେ ନଟରାଜ କଳା ମନ୍ଦିର ଦ୍ଵାରା ନୃତ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।  ଏହି କାର୍ଯ୍ୟକ୍ରମରେ ଯାତ୍ରା ପରିଚାଳନା କମିଟିର ସଭାପତି ପି ସୁଧାଂଶୁ ସେନାପତି, ସମ୍ପାଦକ ଦୂର୍ଗା ପ୍ରସାଦ ତ୍ରିପାଠୀ, ସାଂସ୍କୃତିକ ସମ୍ପାଦକ ଭି ଲୋକନାଥ, ମହିଳା ସଦସ୍ୟ  ସୁଶ୍ରୀ ବିଣାପାଣୀ ପ୍ରଧାନ ଆଦି ପ୍ରଦୀପ ପ୍ରଜ୍ଜ୍ଵଳନ କରିଥିଲେ।
ନଟରାଜ କଳା ମନ୍ଦିର ପକ୍ଷରୁ ଓଡିଶୀ ନୃତ୍ୟ, ସମ୍ବଲପୁରୀ ନୃତ୍ୟ, ଆଧୁନିକ ନୃତ୍ୟ ସହ କଣ୍ଠଶିଳ୍ପୀମାନଙ୍କ ଦ୍ଵାରା ଭଜନ ଓ ଆଧୁନିକ ସଙ୍ଗୀତ ମଧ୍ୟ ପରିବେଷିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ଅଶୋକ ମହାନ୍ତି ସଂଯୋଜନା କରିଥିଲା ବେଳେ ଅନୁଷ୍ଠାନର ପ୍ରତିଷ୍ଠାତା ବିନୋଦ ଚନ୍ଦ୍ର ସାହୁ ପରିଚାଳନା କରିଥିଲେ। ହଜାର ହଜାର ଦର୍ଶକ ସମସ୍ତ କାର୍ଯ୍ୟକ୍ରମର ଭରପୁର ଉପଭୋଗ କରିଥିଲେ।

Hot this week

ଆଜିର : ରାଶିଫଳ,ଆପଣଙ୍କ ଅଶାନ୍ତିର ଅବସାନ ଘଟିବ

ମେଷ : ଅଶ୍ବିନୀ ଓ ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତି ବିପଦମୁକ୍ତ ହୋଇପାରନ୍ତି।...

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

Related Articles

Popular Categories