www.samajalive.in
Thursday, December 11, 2025
13.1 C
Bhubaneswar

ସଙ୍ଗୀତ କ୍ଷେତ୍ରରେ ଜୀବନ ବ୍ୟାପି ସାଧନା ପାଇଁ ବିଶିଷ୍ଟ କଣ୍ଠଶିଳ୍ପୀ ଶେଖର ଘୋଷଙ୍କୁ ସଙ୍ଗୀତ ସୁଧାକାର ସ୍ମାରକୀ ସମ୍ମାନ

ଭୁବନେଶ୍ୱର :ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶ ଫାଉଣ୍ଡେସନ ଆୟୋଜିତ ସଙ୍ଗୀତ ସନ୍ଧ୍ୟା ଉଦଯାପନା ଦିବସରେ ରବୀନ୍ଦ୍ର ମଣ୍ଡପ ପ୍ରେକ୍ଷଳୟ ଫାଉଣ୍ଡେସନର ୩୨ତମ ସଂସ୍କରଣ ତଥା ସଙ୍ଗୀତ ସୁଧାକର ୧୦୧ ତମ ଜୟନ୍ତୀରେ ସ୍ମୃତି ଚାରଣ କରି ଗଭୀର ଶ୍ରଦ୍ଧାର୍ପଣ କରାଯାଇଥିଲା।  ପ୍ରତିବର୍ଷ ପରି ସଙ୍ଗୀତ କ୍ଷେତ୍ରରେ ଜୀବନ ବ୍ୟାପି ସାଧନା ନିମନ୍ତେ ବିଶିଷ୍ଟ କଣ୍ଠଶିଳ୍ପୀ ଶେଖର ଘୋଷଙ୍କୁ ସଙ୍ଗୀତ ସୁଧାକାର ସ୍ମାରକୀ ସମ୍ମାନ ୨୦୨୪ପ୍ରଦାନ କାରାଯାଇଥିଲା। ଏହି ଅବସରରେ ଗୁରୁ ଏ. ମହେଶ୍ୱର ରାଓଙ୍କୁ ସଙ୍ଗୀତ ସରସ୍ୱତୀ ସମ୍ମାନ, ଅଜୟ କୁମାର ମହାନ୍ତିଙ୍କୁ ଗୀତି ସରସ୍ୱତୀ ସମ୍ମାନ, ଗୁରୁ କାଳନ୍ଦୀ ଚରଣ ପରିଡ଼ାଙ୍କୁ ବାଦ୍ୟ ସରସ୍ୱତି ସମ୍ମାନରେ ବିଭୁଷିତ କରାଯାଇଥିଲା। ଏଥିସହିତ ଯୁବ ପ୍ରତିଭା ବସୁନ୍ଧରା ପରିଡାଙ୍କୁ ସଙ୍ଗୀତ ସୁଧାକର ସ୍ମୁତି ବୁଦ୍ଧି ସମ୍ମାନ ସାମ୍ବାଦିକ ଚୌଧୁରୀ ଅମିତାଭ ଦାସ ଓ ପ୍ରଶାନ୍ତ ପାଇକରାୟଙ୍କୁ ପ୍ରଦାନ କାରାଯାଇଥିଲା।

ଏହି ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ବିଚାରପତି ବିଦ୍ୟୁତ ରଞ୍ଜନ ଷଢ଼ଙ୍ଗୀ, ନାଲକୋ ମହିଳା ସମିତି ସଭାପତି ସସ୍ମିତା ପାତ୍ର , ବରିଷ୍ଠ ପ୍ରଶାସକ ଲଳିତ ଦାସ,  ଦିଲ୍ଲୀପ ରାଉତରାୟ, ଅରୁଣ ବେହେରା ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ଫାଉଣ୍ଡେସନର ସଭାପତି ମନୋରଞ୍ଜନ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗୁରୁ ରାମହରି ଦାସ ସ୍ବାଗତ ଅଭିଭାଷଣ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଫାଉଣ୍ଡେସନର ଉପସଭାପତି କ୍ଷିରୋଦ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। କୋଷାଧ୍ୟକ୍ଷ ଅରକ୍ଷିତ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ଅଧ୍ୟାପକ ଡ଼କ୍ଟର ମୃତ୍ୟୁ ଞ୍ଜୟ ରଥ ମଞ୍ଚ ପରିଚାଳନା କରିଥିଲେ।

- Advertisement -

ସୁଧାକର ବାଳକୃଷ୍ଣ ଦାଶ ସଙ୍ଗୀତ ସନ୍ଧ୍ୟା ରେ କଣ୍ଠଶିଳ୍ପୀମାନେ ପରିବେଶଣ କରିଥିଲେ ଶ୍ରୀଧର ପାତ୍ର, ମହାପ୍ରସାଦ କର, ଆଦ୍ୟାଶ୍ୟା ଦାଶ, ହରପ୍ରିୟା ସ୍ୱାଇଂ, ଅନୁଜା ତାରିଣୀମିଶ୍ର, ନାଜିୟା ସୟଦ, ଜଳଧର ପ୍ରଧାନ, ବିଭୁ ଦାସ, ଶୁଭଲଷ୍ମୀ ଓଝା, ସୁଶାନ୍ତ ପଣ୍ଡା, ସୃଷ୍ଟିସ୍ୱରୁପା ମିଶ୍ର, ଛନ୍ଦା ମିଶ୍ର, ଗୀତାମଞ୍ଜରୀ ବେହେରା, ମହାପାତ୍ର ମିନତୀଭଞ୍ଜ, ମାତୃପ୍ରସାଦ ଦାସ, ସିଦ୍ଧାଂତ ଶତପଥୀ, ଡ଼କ୍ଟର ବିଜୟକୁମାର ଜେନା, ସୌରଭ ନାୟକ, ରୂପକକୁମାର ପରିଡା, ଭାଗ୍ୟଶ୍ରୀ ମହାନ୍ତି, ଶୁଭ ଲଷ୍ମୀ ରାଉତରାୟ ଅନେକ ପ୍ରମୁଖ ସଙ୍ଗୀତ ଶ୍ରୋତାମାନଙ୍କୁ ସଙ୍ଗୀତ ପରିବେଷଣ କରି ଦର୍ଶକଙ୍କୁ ମନ୍ତ୍ର ମୁଗ୍ଧ କରିଥିଲେ । ବିଭିନ୍ନଆକର୍ଷଣୀୟ ଗୀତ ମଧ୍ୟରେ, ଫୁଲ ରସିଆ, ଜୀବନେ ସପନ ଯେତେ ସବୁ ସତ ହୁଏ ନା, କେତେଯେ ଫୁଲ ବନେ, ମନ ଦୋଳି ଉଡ଼ିଯା, ଏକାଶେ କି ରଙ୍ଗ ଲାଗିଲା, ଆରତ ସୁରେ ବାରେ, ଆକାଶ ରେ ସପନ ରେ ଜୋଛନା, ଭୁଜ ତଳେ ରଖ ମତେ ମହାବାହୁ ମୋ ମନ ବୀଣା ର ତାରେ, ବାରି ତରେ, ଆଦି ଲୋକପ୍ରିୟ ଓଡ଼ିଆ ଗୀତ ପରିବେଷଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ଡ଼କ୍ଟର ସଚ୍ଚିକାନ୍ତ ନାୟକ, ଗୁରୁ କେଶବ ଚନ୍ଦ୍ର ରାଉତ, ଗୁରୁ ନିମାକାନ୍ତ ରାଉତରାୟ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories