ଫୁଲବାଣୀ ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀଙ୍କୁ ବିରୋଧ

ଫୁଲବାଣୀ :କନ୍ଧମାଳ ଜିଲାର ୩ ନିର୍ବାଚନ ମଣ୍ଡଳୀ ଏବଂ ଗୋଟିଏ ସଂସଦୀୟ କ୍ଷେତ୍ର ପାଇଁ ପ୍ରମୁଖ ୩ ଦଳ ପ୍ରାର୍ଥୀ ଘୋଷଣା କରୁଥିବା ବେଳେ ବିଜେଡି ବର୍ତ୍ତମାନ ସୁଦ୍ଧା ବାଲିଗୁଡା ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ଘୋଷଣା କରିନାହିଁ ।ଯେଉଁମାନଙ୍କୁ ଦଳ ପ୍ରାର୍ଥି କରିଛି ତାହାକୁ ନେଇ ଏବେ ସବୁଠି ଅସନ୍ତୋଷ ସ୍ବର ଉଠିଛି । ଦିନକୁ ଦିନ ରୋଚକ ହେଉଛି କନ୍ଧମାଳ ରାଜନୀତି । ପ୍ରତ୍ୟେକ ଦଳରେ ପ୍ରାର୍ଥିତ୍ୱକୁ ନେଇ ଏବେ ଦଳୀୟ କର୍ମୀ ମାନଙ୍କ ମଧ୍ୟରେ  ବିଦ୍ରୋହ ଆରମ୍ଭ ହୋଇଛି ।
ଫୁଲବାଣୀ ବିଜେଡି ବିଧାୟକ ପ୍ରାର୍ଥୀ ଜୟଶ୍ରୀ କହଁରଙ୍କୁ ଦଳ ଟିକେଟ ଦେବାରୁ ଏହା ଟଙ୍କା କାରବାର ହୋଇ ଅନିମୀୟତତା କରି ପଦ୍ମନାଭ ବେହେରା ଏବଂ ପର୍ଯ୍ୟବେକ୍ଷକ ବିଜୟ ନାୟକ ପ୍ରାର୍ଥୀତ୍ବ କରିଥିବା ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର ଏବଂ ପୂର୍ବତନ ବ୍ଲକ ଅଧ୍ୟକ୍ଷ ବୀରେନ୍ଦ୍ର କହଁର ଅଭିଯୋଗ କରିଛନ୍ତି। ସେହିପରି ପ୍ରତ୍ୟେକ ଥର କେବଳ ଫିରିଙ୍ଗିଆ ବ୍ଲକରୁ ବିଜେଡି ପ୍ରାର୍ଥୀ ଦେଉଥିବାରୁ ଏହାକୁ ନେଇ ଖଜୁରୀପଡ଼ା ବିଜେଡି ଦଳୀୟ କର୍ମୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି।
ଫୁଲବାଣୀ ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର ଏବେ ବିଜେଡିରୁ ଇସ୍ତଫା ଦେଇଛନ୍ତି। ଖଜୁରୀପଡ଼ା ବ୍ଲକରୁ ବିଜେଡି ବିଧାୟକ ପ୍ରାର୍ଥୀ ପାଇଁ ଟିକେଟ ଦୌଡ଼ରେ ଅନେକ ନେତା ଥିଲେ। କିନ୍ତୁ ଫିରିଙ୍ଗିଆର ନେତା ତଥା ପୂର୍ବତନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ସମର୍ଥକ ଜୟଶ୍ରୀ କହଁରଙ୍କୁ ଦଳ ପ୍ରାର୍ଥୀ କଲା । ଏହି ପରିପ୍ରେକ୍ଷୀରେ ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର, ପୂର୍ବତନ ଖଜୁରୀପଡା ବ୍ଲକ ଅଧ୍ୟକ୍ଷ ବୀରେନ୍ଦ୍ର କହଁର  ଅନ୍ୟ ସମର୍ଥକଙ୍କ ସହ ସରପଞ୍ଚ ସମିତି ସଭ୍ୟମାନେ ମିଶି ଖଜୁରୀପଡ଼ା ବଜାରରେ ରବିବାର ଦିନ  ପଦ୍ମନାଭ ବେହେରା  ଏବଂ ବିଧାୟିକା ପ୍ରାର୍ଥି ଜୟଶ୍ରୀ କହଁର, ପର୍ଯ୍ୟବେକ୍ଷକ ବିଜୟ ନାୟକଙ୍କ କୁଶପୁତଳିକା ଦାହ କରିଛନ୍ତି।
ପଦ୍ମନାଭ ହଟାଅ, କନ୍ଧମାଳ ବଞ୍ଚାଅ, ବିଜୟ ନାୟକ ଗୋ ବେକ୍ । ଜୟଶ୍ରୀଙ୍କୁ ହଟାଇ ଉଚିତ ପ୍ରାର୍ଥୀ ଚୟନ କରିବାକୁ ନାରାବାଜି କରିଛନ୍ତି। ଏଥର ଫୁଲବାଣୀ ନିର୍ବାଚନ ମଣ୍ଡଳୀରେ ବିଜେଡି ଉଚିତ୍ ପ୍ରାର୍ଥୀ ଦେଇ ନ ଥିବାରୁ ଦଳୀୟ କର୍ମୀ ମାନେ ସହଯୋଗ କରିବେ ନାହିଁ ବୋଲି କହିଛନ୍ତି।

Comments are closed.