www.samajalive.in
Monday, December 15, 2025
27.1 C
Bhubaneswar

ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କଲେ କେଦ୍ରୀୟ କାୟା କଳ୍ପ ଟିମ

ଫୁଲବାଣୀ : କନ୍ଧମାଳ ଜିଲା କ.ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର  ପରିଦର୍ଶନ କରିଛନ୍ତି କେଦ୍ରୀୟ କାୟା କଳ୍ପ ଟିମ ଡକ୍ଟର ବିଜୟ କୁମାର ଧଳ, ଡକ୍ଟର ସଂଗ୍ରାମ ଦାସ, ସମ୍ବିତ ଜେନା। ପ୍ରଥମେ ସ୍ୱାସ୍ଥ୍ୟ କେନ୍ଦ୍ର ପହଁଚି ରୋଗୀଙ୍କୁ ମାଗଣାରେ ଯୋଗାଇ ଦିଆଯାଉଥିବ ଔଷଧ ପତ୍ର ସମ୍ୱନ୍ଧ ରେ ଆଲୋଚନା କରିଥିଲେ। ଏହା ପରେ ହସ୍ପିଟାଲ ଚତୁର୍ପାଶ୍ୱ ବୁଲି ଦେଖି ଥିଲେ। କମ୍ପଲେନ ବକ୍ସରେ  ଅଭିଯୋଗ ପତ୍ର ପଡ଼ିଛିକି ନାହିଁ ତାହା ତଦାରଖ କରିଥିଲେ ଏବଂ ହସ୍ପିଟାଲକୁ ଭିଜିଟ କରିଥିବା  ବିଧାୟକ, ଏନଜିଓ ଙ୍କ ତଥ୍ୟ ଦେଖି ଥିଲେ।
ପ୍ରତ୍ୟେକ ବିଭାଗ ପରିଦର୍ଶନ କରି ଥିଲା। ଉପସ୍ଥିତ ଡକ୍ଟର ନର୍ସ ଆଟେଣ୍ଡାଣ୍ଟ ଓ ସମସ୍ତ ବିଭାଗର କର୍ମ ଚାରିଙ୍କ ସୁବିଧା ଅସୁବିଧା ପଚାରି ବୁଝିବା ସହ ସମସ୍ତ କର୍ମଚାରୀ ଙ୍କ କାଯ୍ୟକଳାପକୁ ପ୍ରଶଂସା କରିଥିଲେ।ଏଭଳି ନିରନ୍ତର ସେବା କରିବା ନିମନ୍ତେ ପରାମର୍ଶ କରିଥିଲେ। ଏହି କାର୍ଯ୍ୟକ୍ରମ ଜିଲ୍ଲା କାୟାକଳ୍ପ  ଆସିଷ୍ଟାଣ୍ଟ ମେନେଜର ଦୁଷ୍ମନ୍ତ ସୁତାର ,କ ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଇନଚାର୍ଜ ପ୍ରତିଉସ କୁମାର ସେନାପତି, ଡକ୍ଟର ମହେନ୍ତ ପ୍ରଧାନ ବିପିଏମ, ସିଏଚଓ ଅନିତା ନାୟକ, ଭିଭିଲ ଟିଏଚ ସମୀର ପଟନାୟକ ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ।

Hot this week

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

Related Articles

Popular Categories