ଘର ଭାଙ୍ଗିଲେ ହାତୀପଲ

ଫୁଲବାଣୀ, ରାଇକିଆ:  କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଅନ୍ତର୍ଗତ ରଣବା ପଞ୍ଚାୟତରେ ୨୫ ଗୋଟି ହାତୀପଲଙ୍କ ଆତଙ୍କ‌ । ରଣବା ପଞ୍ଚାୟତର ସାହାଜ ଖାଲ (ମଦୁକେତା) ଗ୍ରାମର ଉଷା ମଲ୍ଲିକଙ୍କ ଘରେ ରାତ୍ର ୧୧ଟା ସମୟରେ ୨୫ଗୋଟି ହାତୀ ପଲ ଆସି ଝାଟି ମାଟି ଘରଟିକୁ ସମ୍ପୂର୍ଣ୍ଣ ଭାଙ୍ଗିବା ସହ ଆସବାବପତ୍ର ଓ ଧାନ ଚାଉଳ ନଷ୍ଟ କରିଛନ୍ତି । ଏବେ ଉଷାଙ୍କ ପରିବାର ବାସହରା ହେଇଯାଇଛନ୍ତି । ଖବର ପାଇ ପୂର୍ବତନ ସରପଞ୍ଚ ଭିକାରି ମଲ୍ଲିକଙ୍କ କିଛି ସମର୍ଥକ ଲୋକଙ୍କୁ ନେଇ ସେହି ସ୍ଥାନରେ ପହଁଞ୍ଚିଥିଲେ। ଏବଂ ତାଙ୍କୁ ସାହିରେ ଅନ୍ୟତ୍ର ଘରେ ରଖିବା ବନ୍ଦୋବସ୍ତ କରିଥିଲେ। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ  ବନବିଭାଗ ତରଫରୁ କୌଣସି ସୁବିଧା ମିଳିନଥିବା କହିଛନ୍ତି ଉଷା ମଲ୍ଲିକ । ତେବେ  ବନବିଭାଗକୁ ଖବର ଦିଆଯାଇଥିବା ପୂର୍ବତନ ସରପଞ୍ଚ କହିଛନ୍ତି।

 

Comments are closed.