ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ଦୁଇ ଦିନ ହେଲା ବର୍ଷା ସହ ପବନ ବିଭିନ୍ନ ଅଞ୍ଚଳରେ ହେଉଥିବ ବେଳେ ଗୁରୁବାର ଫିରିଙ୍ଗିଆ ବ୍ଲକ ବନ୍ଧଗଡ଼ ପଞ୍ଚାୟତ ରାଜ୍ୟ ରାଜ ପଥ ମୁଖ୍ୟ ରାସ୍ତାରେ ଗୋଟିଏ ବିରାଟ ଆମ୍ବ ଗଛ ପଡ଼ି ରାସ୍ତା ଅବରୋଧ ହୋଇଛି। ଗଛ ପଡିବା ଦ୍ୱାରା ଦୀର୍ଘ ସମୟ ଧରି ରାସ୍ତାର ଉଭୟ ପାର୍ଶ୍ୱରେ ଗାଡି ରହିବା ସହ ଯାତାୟତ ବାଧାପ୍ରାପ୍ତ ହୋଇଛି। ବନ୍ଧଗଡ଼ ଗ୍ରାମବାସୀ ଫିରିଙ୍ଗିଆ ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ଘଟଣା ସ୍ଥଳରେ ଦମକଳ ବାହିନୀ ପହଞ୍ଚି ଦୀର୍ଘ ତିନି ଘଣ୍ଟା ପରିଶ୍ରମ ପରେ ରାସ୍ତାରୁ ଗଛ କାଟି ସଫା କରଯାଇଛି। ଗଛ କାଟିବାରେ ବନ୍ଧଗଡ଼ ଗ୍ରାମର କିଛି ଲୋକେ ସହଯୋଗ କରିଥିବା ବେଳେ ଅଗ୍ନିଶମ ବାହିନୀର ସରୋଜ କୁମାର ମହାପାତ୍ରଙ୍କ ସହ ବିଭାଗର ଅନ୍ୟାନ୍ୟ କର୍ମଚାରୀ ସହଯୋଗ କରିଥିଲେ।
Popular Categories



