www.samajalive.in
Tuesday, December 9, 2025
23.1 C
Bhubaneswar

ସାରଙ୍ଗଡ଼କୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା ପାଇଁ ଚିଠି; ଫୁଲବାଣୀ ଓ ବାଲିଗୁଡ଼ା ପାଇଁ ନିଷ୍ପତ୍ତି ଆଜି

ଫୁଲବାଣୀ:କନ୍ଧମାଳ ଜିଲାରେ ବର୍ତ୍ତମାନ ମାତ୍ର ୧୫ ଜଣ କରୋନା ସଂକ୍ରମିତ ଚିକିତ୍ସିତ ହେଉଥିବା ବେଳେ ଆଜି ସନ୍ଧ୍ୟାରେ ସେମାନଙ୍କ ମଧ୍ୟରୁ ୮ଜଣ ସୁସ୍ଥହୋଇ ନିଜ ନିଜ ଘରକୁ ଫେରିଥିବାର ସ୍ୱାସ୍ଥ୍ୟ ବିଭାଗ ସୂତ୍ରରୁ ପ୍ରକାଶ। ଏବେ ଆଉ ୭ଜଣ ଚିକିତ୍ସିତ ହେଉଥିବା ବେଳେ ଆଜି କ.ନୂଆଗାଁ ବ୍ଳକ ଅନ୍ତର୍ଗତ ସାରଙ୍ଗଡ଼ ଅଞ୍ଚଳରେ ଜଣେ ସ୍ଥାନୀୟ ବୟସ୍କ ବ୍ୟକ୍ତି କରୋନା ପଜିଟିଭ୍ ଭାବେ ଚିହ୍ନଟ ହୋଇଛନ୍ତି। ଏଥିପାଇଁ ସାରଙ୍ଗଡ଼ ସମେତ ୧୩ ଟି ଗ୍ରାମକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରିବା ପାଇଁ କ.ନୂଆଗାଁ ବ୍ଳକ ପ୍ରଶାସନ ପକ୍ଷରୁ ଏକ ଚିଠି ଜିଲାପାଳଙ୍କୁ ପ୍ରଦାନ କରାଯାଇଛି। ସେହିଭଳି ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ସହିତ ସିଧାସଳଖ ଭାବେ ତାଙ୍କ ସଂସ୍ପର୍ଶରେ ଆସିଥିବା ତାଙ୍କ ପରିବାରର ୮ଜଣ ସଦସ୍ୟଙ୍କୁ ମଧ୍ୟ ଚିହ୍ନଟ କରାଯାଇଛି। ଏନେଇ ଜିଲାପାଳଙ୍କ ଚିଠି ମାଧ୍ୟମରେ ଅବଗତ କରାଯିବା ସହିତ କେଉଁ କେଉଁ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରିବା ପାଇଁ ଅନୁରୋଧ କରାଯାଇଛି ସେ ସମ୍ପର୍କରେ ମଧ୍ୟ ଉଲ୍ଲେଖ ରହିଛି।
ସେହିଭଳି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅନ୍ତର୍ଗତ ପଣସପଡ଼ିର ଜନୈକ ଆଇନଜୀବୀଙ୍କ ଆଣ୍ଟିଜେନ୍ ଟେଷ୍ଟରୁ ସେ କରୋନା ପଜିଟିଭ୍ ବୋଲି ସ୍ପଷ୍ଟ ହୋଇଛି। ତାଙ୍କ ଭ୍ରମଣ ବୃତ୍ତାନ୍ତ ପ୍ରକାରେ ସେ ଫୁଲବାଣୀ ପୌର ପରିଷଦର ବିଭିନ୍ନ ୱାର୍ଡ଼କୁ ସେ ନିୟମିତ ଭାବରେ ଯାତାୟତ କରୁଥିଲେ। ଏହାକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍ ଡା.ବୃନ୍ଦା ଡି. ଏହାକୁ ଅତ୍ୟନ୍ତ ଗୁରୁତ୍ୱର ସହିତ ଗ୍ରହଣ କରିଥିବା ବେଳେ ରବିବାର ବାଲିଗୁଡ଼ା ଓ ଫୁଲବାଣୀ ପୌର ପରିଷଦର କିଛି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଓ ବଫର ଜୋନ୍ ଭାବେ ଘୋଣୋ କରିବା ପାଇଁ ପଦକ୍ଷେପ ନିଆଯାଉଥିବା ଏକ ସୂତ୍ରରୁ ପ୍ରକାଶ। କଣ୍ଟେନ୍ମେଣ୍ଟ ଜୋନ୍ ଅଞ୍ଚଳରେ ବସବାସ କରୁଥିବା ଜନସାଧାରଣଙ୍କ ପାଇଁ ଅତ୍ୟାବଶ୍ୟକ ସାମଗ୍ରୀ ନିଜ ନିଜ ଘର ନିକଟରେ ପହଞ୍ଝାଇବା ଦିଗରେ ଜିଲ୍ଲା ପ୍ରଶାସନ ତରଫରୁ ଆବଶ୍ୟକୀୟ ବନ୍ଦୋବସ୍ତ କରାଯିବ ବୋଲି ପ୍ରେସ୍ ବିବୃତ୍ତିରେ ସୂଚନା ଦିଆଯାଇଛି।

Hot this week

ସ୍ମୃତି-ପଲାଶଙ୍କ କାହିଁକି ଭାଙ୍ଗିଲା ସମ୍ପର୍କ; ସାର୍ଥୀଙ୍କ ଏହି ଭୁଲକୁ ଝିଅମାନେ କେବେ କ୍ଷମା କରନ୍ତି ନାହିଁ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି...

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

Related Articles

Popular Categories