www.samajalive.in
Friday, December 12, 2025
15.1 C
Bhubaneswar

ରାଜମିସ୍ତ୍ରୀ ସଂଘ ପକ୍ଷରୁ ଶୋଭାଯାତ୍ରା ଓ ଦାବିପତ୍ର ପ୍ରଦାନ

ଫୁଲବାଣୀ: ଜିଲାରେ କାର୍ଯ୍ୟରତ ରାଜମିସ୍ତ୍ରୀ ଓ ଶ୍ରମିକ ମାନଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ଦୀର୍ଘ ୯ ବର୍ଷ ହେଲା ରାଜମିସ୍ତ୍ରୀ ଶ୍ରମିକ ସଂଘ ଗଠନ ହୋଇ କାର୍ଯ୍ୟ କରି ଅ।।ସୁଛି। ବିଭିନ୍ନ ସମୟରେ ସମସ୍ୟ ମାନଙ୍କ ସମସ୍ୟା ବିଷୟରେ ଆଲୋଚନା କରାଯିବା ସହ ପ୍ରଶାସନ ନିକଟରେ ଦାବୀ ଉପସ୍ଥାପନା କରାଯାଉଛି। କିନ୍ତୁ ଆଜି ପର୍ଯ୍ୟନ୍ତ ସଂଘର ନିଜସ୍ୱ କାର୍ଯ୍ୟାଳୟଟିଏ ନାହିଁ। ପ୍ରଶାସନ ପାଖରେ ଅନେକ ବାର ଜାଗା ପାଇଁ ଦାବୀ କାରଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହା ପୂରଣ ହୋଇ ନାହିଁ। ଅପରପେକ୍ଷ ଏବେ କିଛି ଦିନ ହେଲା ଫୁଲବାଣୀରେ ଟ୍ରାକ୍ଟର ମାଲିକ ସଂଘ ବାଲଦର ବୃଦ୍ଧିର ପ୍ରତିବାଦରେ ସମସ୍ତ ଟ୍ରାକ୍ଟର ଚଳାଚଳ ବନ୍ଦ କରି ଦେଇଥିବାରୁ ସବୁ ପ୍ରକାର ନିର୍ମାଣ କାର୍ଯ୍ୟ ବନ୍ଦ ରହିଛି। ଫଳରେ ରାଜମିସ୍ତ୍ରୀ ଓ ଶ୍ରମିକ ମାନେ କାମ ନପାଇ ଘରେ ବସି ରହିଛନ୍ତି। ହଜାର ହଜାର ସଂଖ୍ୟାରେ ମିସ୍ତ୍ରୀ ଓ ମୂଲିଆ ସେମାନଙ୍କ ପରିବାର ପ୍ରତିପୋଷଣ କରିପାରୁ ନାହାନ୍ତି। ତେଣୁ ପ୍ରଶାସନ ଏହି ସମସ୍ୟାର ତୁରନ୍ତ ସମାଧାନ କରିବା ପାଇଁ ଦାବୀ କରିଛି ରାଜମିସ୍ତ୍ରୀ ସଂଘ। ଏଥିସହ ବାହାର ରାଜ୍ୟରୁ ବହୁ ସଂଖ୍ୟାରେ ଏଠାକୁ ଆସି କାମ କରୁଥିବାରୁ ସ୍ଥାନୀୟ ରାଜମିସ୍ତ୍ରୀ ମାନେ ଦିିନକୁ ଦିନ କାମ ହରାଇବାରେ ଲାଗିଛନ୍ତି ବୋଲି ଅଭିଯୋଗ କରାଯାଇଛି। ତେଣୁ ଏଦିଗରେ ମଧ୍ୟ ପ୍ରଶାସନ ବିହିତ ପଦକ୍ଷେପ ନେବା ପାଇଁ ଦାବୀ କାରଯାଇଛି। ସଂଘର ସଭାପତି ଅନିରୁଦ୍ଧ ବେହେରା ଓ ସଂପାଦକ କୀଚକ ନାୟକଙ୍କ ନେତୃତ୍ୱରେ ଶତାଧିକ ସଦସ୍ୟ ଓ ସଦସ୍ୟା ମାଦିକୁନ୍ଦା ଛକରୁ ଏକ ଶୋଭାଯାତ୍ରରେ ଆସି ଜିଲା ପ୍ରଶାସନକୁ ଦାବିପତ୍ର ପ୍ରଦାନ କରିଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories