www.samajalive.in
Sunday, December 14, 2025
19.1 C
Bhubaneswar

କାରଗିଲ ବିଜୟ ଦିବସ ପାଳିତ

ଫୁଲବାଣୀ: କୁଇ ସମାଜ ସେବା ସମିତି, ଫୁଲବାଣୀ ତରଫରୁ ୨୩ତମ କାରଗିଲ ବିଜୟ ଦିବସ ଅବସରରେ ଭାରତୀୟ ସେନାମାନଙ୍କ ବଳିଦାନ ସ୍ମୃତିଚାରଣ କରି ଭାରତର ୧୫ତମ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଅଭିନନ୍ଦନ ଜ୍ଞାପନ କରାଗଲା। ଓଡ଼ିଶାର ପ୍ରଥମ ମହିଳା ତଥା ଭାରତର ପ୍ରଥମ ଆଦିବାସୀଭାବେ ସାମ୍ବିଧାନିକ ସର୍ବୋଚ୍ଚ ପଦ ଅଳଙ୍କୃତ କରିଥିବା ଯୋଗୁଁ କୁଇ ସମାଜ ଗର୍ବିତ ଏବଂ ସେ ଭାରତୀୟମାନଙ୍କ ସେବା ପାଇଁ ଉତ୍ସର୍ଗିକୃତ ଥାଆନ୍ତୁ ଏହା ହିଁ ଆଲୋଚ୍ୟର ବିଷୟ ଥିଲା।

ଏହି ବିଶେଷ ସମ୍ମିଳନୀରେ କୁଇ ସମାଜର ଗୌତମ ପ୍ରଧାନ, ସୁଦର୍ଶନ କହଁର, ସଭାପତି, ରମାକାନ୍ତ ମଲ୍ଲିକ, ଉପସଭାପତି, ଅବନୀ କୁମାର କହଁର, ସମ୍ପାଦକ, ଭାବୀନ୍ଦ୍ର କହଁର, କୋଷାଧ୍ୟକ୍ଷ, ପଞ୍ଚାନନ କହଁର, କାର୍ୟ୍ୟ କାରିଣୀ ସଦସ୍ୟ, ସାଇବାଣି କହଁର,ନାରୀ ସଂଘ ଉପସଭାନେତ୍ରୀ, ଗିତାଞ୍ଚଳୀ କହଁର, ନାରୀ ସଂଘ ସମ୍ପାଦିକା, ବୀରେନ୍ଦ୍ର କହଁର, ପୂର୍ବତନ ବ୍ଳକ ଅଧ୍ୟକ୍ଷ, ଲକ୍ଷ୍ମଣ ଝାଙ୍କର, ରସାନନ୍ଦ କହଁର, ଚନ୍ଦ୍ରମଣି କହଁର ଓ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।

Hot this week

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

Related Articles

Popular Categories