କନ୍ଧମାଳ ଜିଲା କଂଗ୍ରେସ ପକ୍ଷରୁ କେନ୍ଦ୍ର ସରାକରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କୁଶପୁତଳିକା ମଧ୍ୟ ଦାହ
ଫୁଲବାଣୀ: ଶୁକ୍ରବାର କନ୍ଧମାଳ ଜିଲା କଂଗ୍ରେସ ପକ୍ଷରୁ କେନ୍ଦ୍ରରେ ମୋଦି ସରକାରଙ୍କ ବିରୁଦ୍ଧରେ ଫୁଲବାଣୀ ଡାକ ଘର କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଜିଲା ସଭାପତି ଅନାମ ନାୟକଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବିକ୍ଷୋଭରେ ପୂର୍ବତନ ସାଂସଦ ତଥା ବରିଷ୍ଠ କଂଗ୍ରେସ ନେତା ରାଧାକାନ୍ତ ଦିଗାଲ, ପୂର୍ବତନ ସାଂସଦ ନକୂଳ ନାୟକ , ପୂର୍ବତନ ବିଧାୟିକା ଅଜୟନ୍ତି ପ୍ରଧାନ, ରାଜ୍ୟ ପିପିସି ସଂପାଦକ କୈଳାସ ମୁଖୀ , ପିସିସି ସଂପାଦକ ଚନ୍ଦ୍ରଶେଖର ପରିଡ଼ା , ଯୁବନେତା ରଜତ ମହାନ୍ତି, ଅମିରଚନ୍ଦା ନାୟକ, ବିଜୟ ମହାନ୍ତି, ଶ୍ରମିକ ନେତା ଘନ କୁମାର ଶବର , ଜିଲା ଯୁବ କଂଗ୍ରେସ ସଭାପତି ବସନ୍ତ କୁମାର ପାଢୀ, ଛାତ୍ର କଂଗ୍ରେସ ସଭାପତି ଅନୁପମ କହଁର, ନଗର ସଭାପତି ଶିବ ଶଙ୍କର ବେହେରା, ମହିଳା ସଭାନେତ୍ରୀ ରୁଦା ମଲିକ, ଯୁବନେତା ନନ୍ଦ କିଶୋର ଦାସ ଓ ପ୍ରତାପ ପ୍ରଧାନଙ୍କ ସମେତ ବହୁ ସଂଖ୍ୟରେ କଂଗ୍ରେସ କର୍ମୀମାନେ ଯୋଗଦେଇଥିଲେ। ମୋଦୀ ସରକାର ରାହୁଲ ଗାନ୍ଧୀଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଇଡ଼ିର ଜେରା କରିବା , ଏଆସିସିସି କାର୍ଯ୍ୟାଳୟରେ ପଶି ପୁଲିସର ଆତଙ୍କରାଜ, କଂଗ୍ରେସ ସାଂସଦ ଓ ନେତାଙ୍କୁ ଅନ୍ୟାୟରେ ଗିରଫ ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କୁଶପୁତଳିକା ମଧ୍ୟ ଦାହ କରିଥିଲେ। କେନ୍ଦ୍ର ସରକାରଙ୍କ ଏଭଳି ମନମୁଖୀ କାରବାରୁ ଏଣିକି ଆଉ ବରଦାସ୍ତ କରାଯିବ ନାହିଁ ଓ ଏହା ବିରୁଦ୍ଧରେ କଂଗ୍ରେସ ସଂଗଠିତ ହୋଇ ତିବ୍ର ପ୍ରତିବାଦ କରିବ ବୋଲି ସଭାପତି ଶ୍ରୀ ନାୟକ ଚେତାବନି ଦେଇଥିଲେ।
Comments are closed.