www.samajalive.in
Monday, December 15, 2025
15.1 C
Bhubaneswar

ପୁଲିସ-ପ୍ରେସ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ, ୧୦ ରନରେ ପ୍ରେସ୍ କ୍ଳବ ବିଜୟୀ

ଫୁଲବାଣୀ: ସ୍ଥାନୀୟ ମାଦିକୁନ୍ଦା ପୁଲିସ ରିଜର୍ଭ ପଡ଼ିଆ ଠାରେ ପୁଲିସ ଓ ପ୍ରେସ ୧୧ ମଧ୍ୟରେ ଏକ ବନ୍ଧୁପୂର୍ଣ୍ଣ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଯାଇଛି। ଏହି ମ୍ୟାଚରେ ପ୍ରେସ କ୍ଳବ ଦଳ ୧୦ ରନରେ ବିଜୟୀ ହୋଇଛନ୍ତି। ନିର୍ଦ୍ଧାରିତ ୧୫ ଓଭରର ଖେଳ ହୋଇଥିବା ବେଳେ ପ୍ରେସ କ୍ଳବ ପ୍ରଥମେ ବ୍ୟାଟିଂ କରି ୯ ଉଇକେଟ୍ ବିନିୟମରେ ୧୬୪ ରନ୍ କରିଥିବା ବେଳେ ପୁଲିସ୍ ଏକାଦଶ ୮ ୱିକେଟ୍ ହରାଇ ୧୫୪ ରନ୍ କରିବାରେ ସକ୍ଷମ ହୋଇଥିଲେ। ପ୍ରେସ୍ କ୍ଳବର ଖେଳାଳିମାନଙ୍କ ସମେତ ସଭାପତି ସୁନୀଲ ପଟନାୟକ, ସମ୍ପାଦକ ପ୍ରଶାନ୍ତ ବେହେରା, ଅଜିତ ମହାରଣା, ଅଶୋକ ମହାନ୍ତି, ସଦାଶିବ ପାତ୍ର , ଜୟସେନ ପରିଡ଼ା, ଆଦିତ୍ୟ ପ୍ରସାଦ ତ୍ରିପାଠୀ, ସୂର୍ଯ୍ୟ ନାରାୟଣ ବେହେରା, ରମେଶ ଚନ୍ଦ୍ର ପ୍ରଧାନ ଓ ଅନ୍ୟମାନେ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ପ୍ରେସ୍ ୧୧ ଦଳର ଶିବରାମ ନାୟକ କ୍ୟାପଟେନ ହୋଇଥିବାବେଳେ ପୁଲିସ୍ ୧୧ ଦଳରେ ଏସଡ଼ିପିଓ ମହେନ୍ଦ୍ରନାଥ ମୁର୍ମୁ କ୍ୟାପଟେନ୍ ଦାୟିତ୍ୱ ତୁଲାଇଥିଲେ। ଉଭୟ ଦଳର ଖେଳାଳି ମାନେ ବେସ୍ ଉତ୍ସାହର ସହିତ ଖେଳିଥିଲେ। କନ୍ଧମାଳ ଏସପି ବୀନିତ ଅଗ୍ରୱାଲଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଉକ୍ତ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚକୁ ଆର୍ଆଇ ଧର୍ମେନ୍ଦ୍ର ପ୍ରଧାନ ଓ ସଜେର୍ଣ୍ଟ ସରୋଜ ବେହେରା ଓ ଅନ୍ୟମାନେ ପରିଚାଳନାରେ ସହଯୋଗ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories