www.samajalive.in
Friday, December 5, 2025
20.1 C
Bhubaneswar

ରାଜ୍ୟରେ ବିଜେପି ସରକାର: ଅନାସ୍ଥାର ସମ୍ମୁଖୀନ ହେବେ ବିଜେପି ପୌରାଧ୍ୟକ୍ଷା

ଫୁଲବାଣୀ: ରାଜ୍ୟରେ ପ୍ରଥମ ଥର ପାଇଁ ସରକାର ଗଢିଛି ବିଜେପି। ତେବେ ରାଜ୍ୟର ଖୁବ କମ ପୌରାଞ୍ଚଳରେ ରହିଛନ୍ତି ଦଳୀୟ ଅଧ୍ୟକ୍ଷ/ଅଧ୍ୟକ୍ଷା। ସେଥିମଧ୍ୟରୁ ଫୁଲବାଣୀ ପୌର ପରିଷଦ ଅନ୍ୟତମ । ଏଠାରେ ଦଳର ସଂଖ୍ୟା ଗରିଷ୍ଠତା ନଥିଲେ ମଧ୍ୟ ସିଧାସଳଖ ନିର୍ବାଚନରେ ବିଜୟୀ ହୋଇ ପୌରାଧ୍ୟକ୍ଷା ହୋଇଛନ୍ତି ବିଜେପିର ସ୍ମିତାରାଣୀ ମହାନ୍ତି। ତେବେ ବର୍ତ୍ତମାନ ପୌରାଧ୍ୟକ୍ଷାଙ୍କୁ ଅନାସ୍ଥାର ସାମନା କରିବାକୁ ପଡୁଛି । ସ୍ମିତାରାଣୀଙ୍କ ବିରୁଦ୍ଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଦ୍ବିତୀୟ ଥର ପାଇଁ ନୋଟିସ ଜାରି କରିଛନ୍ତି କନ୍ଧମାଳ ଜିଲାପାଳ। ଏନେଇ ଓଡିଶା ହାଇକୋର୍ଟରେ ପୌରାଧ୍ୟକ୍ଷାଙ୍କ ପକ୍ଷରୁ ହୋଇଥିବା ଏକ ରିଟ ପିଟିସନର ରାୟ ଆସିବା ପରେ ଏହି ନୋଟିସ ଜାରି ହୋଇଛି । ପୈାରାଧକ୍ଷା ସ୍ମିତାରାଣୀଙ୍କ ସମେତ ସମସ୍ତ ୧୩ ଜଣ କାଉନସିଲରଙ୍କୁ ଏହି ନୋଟିସ କରିଛନ୍ତି ଜିଲାପାଳ ଆଶୀଷ ଇଶ୍ୱର ପାଟିଲ । ଜିଲ୍ଲାପାଳଙ୍କ ପତ୍ର ଅନୁଯାୟୀ, ଜୁଲାଇ ୧୯ରେ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ପାଇଁ ଦିନ ଧାର୍ଯ୍ୟ କରାଯାଇଛି । ବୈଠକ ପରେ ଆବଶ୍ୟକ ସ୍ଥଳେ ଅନାସ୍ଥା ପାଇଁ ଭୋଟ ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି ।

ସୁଚନାଯୋଗ୍ୟ, ପୌର ପରିଷଦର ୧୩ ଜଣ କାଉନସିଲରଙ୍କ ମଧ୍ୟରୁ ୧୧ ଜଣ ଗତ ଏପ୍ରିଲ ୧୦ ତାରିଖରେ ଅନାସ୍ଥା ପ୍ରସ୍ଥାବ ପାଇଁ ଜିଲାପାଳଙ୍କୁ ଲିଖିତ ଭାବେ ଜଣାଇଥିଲେ । ଜିଲାପାଳଙ୍କ ଅଫିସରୁ ଏ ନେଇ ସମସ୍ତ କାଉନସିଲରଙ୍କୁ ନୋଟିସ ମଧ୍ୟ କରାଯାଇଥିଲା । ତେବେ ପୈାରାଧକ୍ଷାଙ୍କୁ ନୋଟିସ କରାଯାଇ ନ ଥିବାରୁ ସେ ହାଇକୋଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ପୁଣି ଥରେ ତାରିଖ ଧାର୍ଯ୍ୟ କରିବା ପାଇଁ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେବା ସହିତ ପୌରାଧ୍ୟକ୍ଷାଙ୍କୁ ମଧ୍ୟ ଚିଠି କରିବା ପାଇଁ କହିଥିଲେ। ଫୁଲବାଣୀ ପୌର ପରିଷଦରେ ଏବେ ବିଜେଡିର ୭ ଜଣ କାଉନସିଲର ଥିବାବେଳେ ବିଜେପିର ୪ ଜଣ ରହିଛନ୍ତି। ଦୁଇ ସ୍ବାଧୀନ କାଉନସିଲର ଇତି ମଧ୍ୟରେ ବିଜେଡିରେ ସାମିଲ ହୋଇଛନ୍ତି। ତେବେ ଅନାସ୍ଥା ଆଣିଥିବା ୧୧ କାଉନସିଲରଙ୍କ ଭିତରେ ବିଜେପିର ଦୁଇ ଜଣ ମଧ୍ୟ ରହିଥିବା ସମସ୍ତଙ୍କୁ ଆଶ୍ଚର‌୍ୟ୍ୟ କରିଛି। ଅନାସ୍ଥା ପାଇଁ ଦୁଇ ତୃତୀୟାଂଶ ଅର୍ଥାତ ୯ ଜଣ ସଦସ୍ୟଙ୍କ ସମର୍ଥନର ଆବଶ୍ୟକ ରହିଛି। ଏଭଳି ସ୍ଥିତିରେ ପଦବୀ ବଞ୍ଚାଇବା ପାଇଁ ପୌରାଧ୍ୟକ୍ଷା କେତେଦୂର ସଫଳ ହେବେ ତାହା ୧୯ ତାରିଖରେ ସ୍ପଷ୍ଟ ହେବ।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories