www.samajalive.in
Monday, December 15, 2025
16.1 C
Bhubaneswar

ଫୁଲବାଣୀ କୋର୍ଟର ୧୧ ଜଣ କର୍ମଚାରୀ ଓ ବିଚାରପତି କରୋନା ସଂକ୍ରମିତ, କୋର୍ଟ ଅଂଚଳ କଣ୍ଟନେମେଣ୍ଟ ଜୋନ ଘୋଷିତ

ଫୁଲବାଣୀ: କନ୍ଧମାଳରେ କେବଳ କୋର୍ଟ କର୍ମଚାରୀ ଏବଂ ବିଚାରପତିମାନଙ୍କ ମଧ୍ୟରୁ ୧୧ ଜଣ ନୁଆଁ କରୋନା ସଂକ୍ରମିତ ଆଜି ଚିହ୍ନଟ ହୋଇଥିବା ନେଇ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଚିହ୍ନଟ ସମସ୍ତେ ଫୁଲବାଣୀ କୋର୍ଟର ବୋଲି ମଧ୍ୟ ସୂଚନା ଦିଆଯାଇଛି। କୋର୍ଟରେ ଥିବା ସମସ୍ତ କର୍ମଚାରୀମାନଙ୍କର କୋଭିଡ ପରୀକ୍ଷଣ ଜିଲ୍ଲା ଜର୍ଜଙ୍କ ନିର୍ଦ୍ଦେଶରେ କରାଯାଇଥିଲା। ଡାକ୍ତର ଜତୀନ କୁମାର ପାଢୀଙ୍କ ପରିଚାଳନାରେ ମୋଟ ୮୯ ଜଣଙ୍କର କୋଭିଡ ପରୀକ୍ଷା କରାଯିବା ପରେ ସେମାନଙ୍କ ମଧ୍ୟରୁ ୧୧ ଜଣ କୋଭିଡ ସଂକ୍ରମିତ ଥିବା ଜଣାପଡିଥିଲା।

ଏହି ସଂକ୍ରମିତଙ୍କୁ ମିଶାଇ ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ୭୪୮ରେ ପହଂଚିଛି। ଏହି ସମସ୍ତ ଆକ୍ରାନ୍ତମାନଙ୍କ ମଧ୍ୟରୁ ୫ ହଜାର ୬୦୮ ଜଣ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୧ ରେ ରହିଛି। ଆଉ ୧୦୯ ଜଣ ସଂକ୍ରମିତ ବିଭିନ୍ନ କୋଭିଡ ହସପିଟାଲରେ ରହି ଚିକିତ୍ସିତ ହେଉଥିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁଚନା ପ୍ରଦାନ କରାଯାଇଛି। କୋର୍ଟ କର୍ମଚାରୀ ଏବଂ ବିଚାରପତିମାନଙ୍କ ମଧ୍ୟରୁ ସଂକ୍ରମିତ ଚିହ୍ନଟ ହେବାପରେ ଜିଲ୍ଲା ପ୍ରଶାସନ ପକ୍ଷରୁ କୋର୍ଟ ଅଂଚଳକୁ କଣ୍ଟନେମେଣ୍ଟ ଜୋନ ଘୋଷଣା କରାଯାଇଥିବା ଯୋଗୁଁ କୋର୍ଟର ସମସ୍ତ କାର୍ଯ୍ୟ ବନ୍ଦ ରହିଛି।

Hot this week

ବହିଷ୍କୃତ ହେବା ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

Related Articles

Popular Categories