www.samajalive.in
Monday, December 15, 2025
16.1 C
Bhubaneswar

ଚାଷୀଙ୍କ ନାଁରେ ମିଛ କମ୍ପାନୀ ଖୋଲି କୋଟିଏ ଟଙ୍କାର ଠକେଇ ଅଭିଯୋଗ

ବଲାଙ୍ଗିର : ରାଉରକେଲା ପରେ ଏବେ ବଲାଙ୍ଗିର ଜିଲାରୁ ବାହାରୁଛି ଜିଏସ୍‌ଟି ଠକେଇ। ଲୋକଙ୍କ କାଗଜପତ୍ର ବ୍ୟବହାର କରି ନକଲି କମ୍ପାନୀ ଖୋଲି ଟଙ୍କା ଠକେଇ କରାଯାଉଥିବା ବେଳେ ଏବେ ଚିନ୍ତାରେ ପଡିଛନ୍ତି ବଲାଙ୍ଗିର ଜିଲା ସଇଁନ୍ତଲା ବ୍ଲକ ଘଣ୍ଟାମାଲ ଗାଁର ଚାଷୀ ରବିନ୍ଦ୍ର ଭୋଇ। ବଲାଙ୍ଗିର ଜିଏସ୍‌ଟି ବିଭାଗରେ ସେ ଦ୍ୱାରସ୍ଥ ହୋଇଥିବା ବେଳେ ତାଙ୍କ ଗାଁର ଅନ୍ୟ କେତେଜଣ ମଧ୍ୟ ଅନୁରୂପ ଭାବେ ଠକେଇର ଶିକାର ହୋଇଥିବା ଖବର ମିଳିଛି। ଲୋକମାନେ ଠକେଇ ହୋଇଥିବା ଆଶଙ୍କା କରି ବଲାଙ୍ଗିର ଜିଏସ୍‌ଟି ଅଧିକାରୀଙ୍କ ନିଜ କଥା କହିବା ସହ ସଇଁନ୍ତଲା ଥାନାରେ ଲିଖିତ ଭାବେ ଜଣାଇଛନ୍ତି।

ଘଣ୍ଟାମାଲ ଗାଁର ରୋହିତ ଭୋଇଙ୍କ ପୁଅ ହେଉଛନ୍ତି ରବିନ୍ଦ୍ର। ସେ ବାପାଙ୍କ ସହ ରହନ୍ତି। ସେମାନଙ୍କର ପ୍ରାୟ ସାଢେ ୩ ଏକର ଚାଷ ଜମି ରହିଛି। ଚାଷ କରି ସେମାନେ ଚଳନ୍ତି। ବଲାଙ୍ଗିର ଜିଏସ୍‌ଟି ବିଭାଗର ୩ଜଣ ଅଧିକାରୀ ରବିନ୍ଦ୍ରଙ୍କ ଗାଁ ଘଣ୍ଟାମାଲରେ ପହଞ୍ଚିଥିଲେ। ଖୋଳତାଡ କରିବା ବେଳେ ଜଣାପଡିଥିଲା ଯେ ରବିନ୍ଦ୍ର ଜାଲ କମ୍ପାନୀ ଖୋଲି ୧ କୋଟି ଟଙ୍କାର ଜିଏସ୍‌ଟି ଠକେଇ କରିଛନ୍ତି। ଆଉ ବିଭାଗୀୟ ଅଧିକାରୀମାନେ ତାଙ୍କ ଗାଁ ଘର ବୁଲି ଦେଖିଥିଲେ। ଚାଷୀ ରବିନ୍ଦ୍ରଙ୍କୁ ପଚରାଉଚୁରା କରିଥିଲେ। ରବିନ୍ଦ୍ରଙ୍କୁ କିଛି କାଗଜପତ୍ର ଦେଖାଇ ୩ ମାସ ଭିତରେ ତାଙ୍କ ନାଁରେ ଥିବା ‘ସିନ୍ଧୁଜା ଷ୍ଟିଲ୍’ ନାମକ କମ୍ପାନୀ ୧ କୋଟିରୁ ଅଧିକ ଟଙ୍କାର ଜିଏସ୍ଟି କାରବାର କରିଛି ବୋଲି କହିଥିଲେ। ଏଥିସହିତ ଅଧିକାରୀମାନେ ତାଙ୍କ ପରିବାର ଲୋକଙ୍କ ସହ ମଧ୍ୟ କଥା ହୋଇଥିଲେ। ତାଙ୍କ ଜମି ପ୍ରମାଣପତ୍ର, ଖତିୟାନ ଭଳି ଅନେକ ପ୍ରମାଣ ପତ୍ର ଲାଗିଥିବା କାଗଜପତ୍ର ଦେଖାଇଥିଲେ। ତାହା ଦେଖି ଚାଷୀ ରବିନ୍ଦ୍ର ତାଜୁବ ହୋଇଥିଲେ। ତାଙ୍କ କାଗଜପତ୍ରକୁ ବ୍ୟବହାର କରି ଅନ୍ୟ କେହି ଜାଲ୍ କମ୍ପାନୀ ଖୋଲି ରାକେଟ ଚଳାଇଥିବା ସନ୍ଦେହ ବଢିଥିଲା। ରବିନ୍ଦ୍ରଙ୍କୁ ଅଧିକାରୀମାନେ ପଚରା ଉଚୁରା କରୁଥିବା ବେଳେ ସେ କୋଟିଏ ଟଙ୍କାର ମୁଣ୍ଡ ନୁହନ୍ତି ବୋଲି କହିଥିଲେ। ସେ ଜିଏସ୍‌ଟି କ’ଣ ଜାଣନ୍ତି ନାହିଁ। ଚାଷ କାମ କରି ଚଳେ। କମ୍ପାନୀ ଖୋଲିବେ କ’ଣ ବୋଲି ଓଲଟି କହିଥିଲେ। କୋଟିଏ ଟଙ୍କା ତାଙ୍କ ପାଇଁ ଏକ ସ୍ୱପ୍ନ ବୋଲି କହିଥିଲେ। ଏଥିସହିତ ଗତ ମେ ମାସରେ ନିଜ ଗାଁର ମହେନ୍ଦ୍ର ସାହୁ ନାମକ ବ୍ୟକ୍ତି ତାଙ୍କୁ ଚାଷ ପାଇଁ ଋଣ କରାଇ ଦେବାକୁ କହି ତାଙ୍କ ସମସ୍ତ କାଗଜପତ୍ର ମାଗି ନେଇଥିବା ସେ କହିଥିଲେ। ଏଥିସହିତ ଜିଏସ୍‌ଟି ଅଧିକାରୀମାନେ ସିନ୍ଧୁଜା ଷ୍ଟିଲ୍ କମ୍ପାନୀ ନଁରେ ଜିଏସ୍‌ଟି ଆକାଉଣ୍ଟ ଖୋଲିବା ପାଇଁ ୭୬୮୨୦୫୨୦୯୨ ନମ୍ବର ବ୍ୟବହାର କରାଯାଇଥିବା ରବିନ୍ଦ୍ରଙ୍କୁ କହିଥିଲେ।

- Advertisement -

ଜିଏସ୍‌ଟି ଅଧିକାରୀ ଜେରା ପରେ ଫେରି ଆସିଥିଲେ। ଘବରାଇ ଯାଇଥିବା ଚାଷୀ ରବିନ୍ଦ୍ର ବୁଝାସୁଝା କରିବା ସହ ତାଙ୍କ ଅଜାଣତରେ କୋଟିଏ ଟଙ୍କାର କାରବାର ହୋଇଥିବା ଜାଣିବା ପରେ ସେ ସଇଁନ୍ତଲା ଥାନାକୁ ଯାଇ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ସଇଁନ୍ତଲା ଥାନା ଆଇଆଇସି ବାରିଣୀ ଦାଶ କହିଛନ୍ତି। ଅନ୍ୟପଟେ କେବଳ ଚାଷୀ ରବିନ୍ଦ୍ର ନୁହନ୍ତି, ତାଙ୍କ ଭଳି ତାଙ୍କ ଗାଁର ଅନେକ ଲୋକଙ୍କୁ ଜଣେ ମହିଳାଙ୍କ ସହ ଅନ୍ୟ ଜଣେ ବ୍ୟକ୍ତି ଆସି ଚାଷୀ ଋଣ କରାଇ ଦେବା ପାଇଁ ଲୋକଙ୍କଠାରୁ ବିଭିନ୍ନ କାଗଜପତ୍ର ନେଇଥିବା ଅଭିଯୋଗ କରିଛନ୍ତି ବଲାଙ୍ଗିର ଜିଏସ୍‌ଟି କାର୍ଯ୍ୟାଳୟରେ। ସେମାନଙ୍କ ନାଁରେ ମଧ୍ୟ ଠକେଇ ହୋଇପାରେ ବୋଲି ଆଶଙ୍କା କରୁଥିବା ବେଳେ ଆଉ କିଛି ଦିନ ମଧ୍ୟରେ ସବୁକିଛି ସ୍ପଷ୍ଟ ହୋଇଯିବ ବୋଲି ସୂଚନା ଦେଇଛନ୍ତି ଜଣେ ଜିଏସ୍‌ଟି ଅଧିକାରୀ। ରାଉରକେଲା ଭଳି ବଲାଙ୍ଗିର ଜିଲାରେ ମଧ୍ୟ ସାଧାରଣ ଲୋକଙ୍କ କାଗଜପତ୍ର ନେଇ ନକଲି କମ୍ପାନୀ ଖୋଲି ଟଙ୍କା ହେରଫେର ହୋଇଥିବା ଆଶଙ୍କା ଦେଖାଦେଇଛି।

Hot this week

ବହିଷ୍କୃତ ହେବା ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

Related Articles

Popular Categories