www.samajalive.in
Saturday, December 6, 2025
23.1 C
Bhubaneswar

ସହରଠୁ ପାଖ, ହେଲେ ବିକାଶଠୁ ବହୁ ଦୂରରେ ଫୁଲବାଣୀ ପୌର ପରିଷଦର ଏହି ୨ଟି ୱାର୍ଡ

ଫୁଲବାଣୀ : ଫୁଲବାଣୀ ପୌର ପରିଷଦର ୨ ଓ ୧୦ ନମ୍ବର ୱାର୍ଡ଼ ସହରଠୁ ପାଖ ହେଲେ ବିକାଶଠୁ  ବହୁ ଦୂରରେ। ପୂର୍ବରୁ ଏନ୍ଏସିରେ ଥିବା ବେଳେ ଗତ ୧୦ ବର୍ଷରୁ ଉର୍ଦ୍ଧ୍ବ ହେବ ଫୁଲବାଣୀ ପୌରପରିଷରେ ପରିଣତ ହୋଇଥିଲେ ମଧ୍ୟ ଏହି ୨ଟି ୱାର୍ଡ଼ରେ ବିକାଶ ଆଜି ପର୍ଯ୍ୟନ୍ତ ହୋଇନାହିଁ ବୋଲି ୱାର୍ଡ଼ବାସୀ ମାନେ ଅଭିଯୋଗ କରିଛନ୍ତି।

ଫୁଲବାଣୀ ପୌରାଂଚଳରେ ଥିବା ୨ ନମ୍ବର ୱାର୍ଡ ଏବଂ ୩ ନମ୍ବର ୱାର୍ଡ ମଝିରେ ଥିବା ସାଲୁଙ୍କୀ ନଦୀ ଉପରେ ଦୀର୍ଘ ବର୍ଷ ହେଲା ରହିଛି ଗୋଟିଏ ଛୋଟିଆ ଡ୍ୟାମ। ପୌର ପରିଷଦ କାର୍ଯ୍ୟାଳୟ ଠାରୁ ମାତ୍ର ଦେଢ କି.ମି ଦୂରରେ ଅବସ୍ଥିତ ୨ ନମ୍ବର ୱାର୍ଡ଼। ସେହି ଡ୍ୟାମ ଉପରେ ଫୁଲବାଣୀ ପୌରାଂଚଳ ଅନ୍ତର୍ଗତ ୨ ନମ୍ବର ୱାର୍ଡ ବାସୀ ଡାମିଗାଁ ଓ ଡାକପାଲର ଲୋକଙ୍କ ସମେତ ନଦୀ ଆରପଟେ ଥିବା ଆଉ ପ୍ରାୟ ୯ଟି ଗ୍ରାମର ପ୍ରାୟ ୫ ହଜାର ଲୋକ ନିର୍ଭର କରିଥାନ୍ତି। ଏହି ପୋଲ ଉପରେ କୌଣସି ବଡ ଗାଡି ଯାତାୟାତ କରିପାରୁନାହିଁ। ବର୍ଷା ଦିନରେ ଏହି ସବୁ ଗ୍ରାମର ଲୋକଙ୍କ ଅବସ୍ଥା କହିଲେ ନସରେ। ସାମାନ୍ୟ ବର୍ଷ ହେଲେ ଉକ୍ତ ଡ୍ୟାମ ଉପରେ ପ୍ରାୟ ୫ ଫୁଟରୁ ଅଧିକ ପାଣି ଆସୁଥିବାରୁ ଲୋକଙ୍କର ଯାତାୟାତରେ ବାଧା ଉପୁଜୁଛି। ବର୍ଷା ଦିନରେ ସେପଟରେ ଥିବା ଗରିବ ଲୋକଙ୍କର ଫୁଲବାଣୀକୁ ଆସିବା ବନ୍ଦ ହୋଇ ଯାଇଥାଏ। ଅତି ଆବଶ୍ୟକ ସ୍ଥଳେ ଅନ୍ୟଏକ ରାସ୍ତାରେ ପ୍ରାୟ ୧୫ କି.ମି ଅତିକ୍ରମ କରିବା ଯାତାୟତ କରିବାକୁ ପଡିଥାଏ। ନଦୀ ସେପଟରେ ଫୁଲବାଣୀ ପୌରାଂଚଳର ଡାକପାଲ ଓ ଡାମିଗାଁ ବ୍ୟତୀତ  ଫୁଲବାଣୀ ବ୍ଳକ ଅନ୍ତର୍ଗତ ଆଲାମୀ, ମାର୍ଦେଜୁ, ମାରେଖୋଲ, କିରାପାଲି, ସାତାଙ୍ଗଜାର୍ଗି,ସାଇନିପଦର,ଲୁହୁରୁବାଲି,ଅରାପାଜୁ ଓ ବକ୍ତିଙ୍ଗିଆ ଭଳି ଆହୁରି ଅନେକ ଗାଁର ପ୍ରାୟ ୫ ହଜାରରୁ ଅଧିକ ଲୋକେ ଏହି ଡ୍ୟାମ ଉପରେ ନିର୍ଭର କରନ୍ତି। ଏହି ଡ୍ୟାମ ଉପରେ ହିଁ ଆସି ସେମାନେ ଫୁଲବାଣୀରେ ସେମାନଙ୍କର ପନିପରିବା ଏବଂ ଅନ୍ୟାନ୍ୟ ଜିନିଷକୁ ବିକ୍ରି କରି ଦୁଇପଇସା ରୋଜଗାର କରି ଥାଆନ୍ତି। ହେଲେ ବର୍ଷା ଦିନରେ ସେମାନଙ୍କ ପାଇଁ ଏହି ଡ୍ୟାମ ଉପରେ ପାଣି ଚାଲୁଥିବାରୁ ସେମାନଙ୍କର ଫୁଲବାଣୀକୁ ଯାତାୟାତ ବନ୍ଦ ହୋଇଯାଇଥାଏ। କେବଳ ବର୍ଷା ଦିନରେ ନୁହେଁ ବର୍ଷସାରା ଏହି ସବୁ ଅଂଚଳକୁ ଫୁଲବାଣୀରୁ ଅତ୍ୟାବଶ୍ୟକୀୟ  ଆମ୍ବୁଲାନ୍ସ ସେବା, ଅଗ୍ନିଶମ ସେବା,ବିଦ୍ୟୁତ ଏବଂ ପାଇପ ଲାଇନ ମରାମତି କାମରେ ବାଧା ଉପୁଥିବା କହିଛନ୍ତି ଡାକପାଲର ଗାଁ କମିଟି ସମ୍ପାଦକ ତଥା ବରିଷ୍ଠ ନାଗରିକ ବ୍ରହ୍ମା ବେହେରା,ଡାମିଗାଁର ପଂଚାନନ କହଁର , ସୁଧିର କହଁର ଓ  ଅନ୍ୟାନ୍ୟ ଗ୍ରାମର ଲୋକମାନେ।

- Advertisement -

ସେହିଭଳି ପୌର ପରିଷଦର ୧୦ ନମ୍ବର ୱାର୍ଡ଼ ପୌର  କାର୍ଯ୍ୟାଳୟ ଠାରୁ ମାତ୍ର ୩ କିଲୋମିଟର ଦୂରରେ ଅବସ୍ଥିତ। ତେବେ ଗତ ୨ ବର୍ଷ ତଳେ ଉକ୍ତ ୱାର୍ଡ଼କୁ ଯିବାର ମୁଖ୍ୟ ରାସ୍ତାରେ ଥିବା ଏକ ଛୋଟ ପୋଲ ଭାଙ୍ଗିଯାଇଛି। ମରାମତି ପାଇଁ ୨ ବର୍ଷ ହେଲା ଗ୍ରାମବାସୀ ମାନେ ପୌର ପରିଷଦ ଠାରୁ ଆରମ୍ଭ କରି ଜିଲାପାଳ। ସମସ୍ତଙ୍କ ନିକଟରେ ଭଅିଯୋଗ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାହା ହୋଇପାରିନାହିଁ ବୋଲି ପୂର୍ବତନ କାଉନସିଲର ଶ୍ରୀବତ୍ସ ବେହେରା। ଉକ୍ତ ରାସ୍ତା ଉପରେ ୧୦ ନମ୍ବର ୱାର୍ଡ଼ର କୁମ୍ଭାରପଡ଼ା , ସାଇନପଡ଼ା , ବାଇଖୋଲ , ବୋଇକୁମ୍ପା ଓ ବିଡ଼ାଙ୍ଗିସାହି ସମେତ ଏକାଧିକ ଛୋଟ ଛୋଟ ଗ୍ରାମବାସୀ ନିର୍ଭର କରିଥାନ୍ତି। ସାମାନ୍ୟ ବର୍ଷା ହୋଇଗଲେ  ଉକ୍ତ ପୋଲ ଉପରେ ଅଣ୍ଟାଏ ପାଣି ବୋହୁଥିବା ଯୋଗୁଁ ଯାତାୟତ ସଂପୂର୍ଣ୍ଣ ଠପ୍ ହୋଇପଡ଼ିଥାଏ ବୋଲି ପ୍ରକାଶ କରିଛନ୍ତି ଗ୍ରାମର ରାଘବ ବେହେରା। କେବଳ ଏହି ସମସ୍ୟା ନୁହେଁ , ଏହି ୱାର୍ଡ଼ରେ ରହିଛି ଅନେକ ସମସ୍ୟା ତଥାପି ଆଜି ପର୍ଯ୍ୟନ୍ତ ସମାଧାନ ହୋଇ ପାରୁନଥିବା ଯୋଗୁଁ ପାଣି ଟୋପାଏ ପାଇଁ ମଧ୍ୟ ୱାର୍ଡ଼ ବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ପ୍ରକାଶ କରିଛନ୍ତି ଗ୍ରାମର କୃଷ୍ଣ ଚନ୍ଦ୍ର କହଁର। ତେବେ ବର୍ତ୍ତମାନ କୋଭିଡ଼ ଆଳ ଦେଖାଇ ପୋଲ ନିର୍ମାଣ କରାଯାଉନାହିଁ। ଫଳରେ ଦିନକୁ ଦିନ ରାସ୍ତାର ଅବସ୍ଥା ମଧ୍ୟ ଶୋଚନୀୟ ହୋଇ ପଡ଼ିଲାଣି ବୋଲି କହିଛନ୍ତି ବହୁ ଗ୍ରାମବାସୀ। ବର୍ଷା ହୋଇଗଲେ ଏହି ୱାର୍ଡ଼ ବାସୀ ଫୁଲବାଣୀ ଆସିବା ମଧ୍ୟ ବନ୍ଦ ହୋଇଯାଉଛି। ନାଳର ପାଣି ନକମିବା ପର୍ଯ୍ୟନ୍ତ ଗୁରୁତ୍ୱର ରୋଗୀ ମଧ୍ୟ ଡ଼ାକ୍ତରଖନା ଯାଇପାରିବେନାହିଁ।

Hot this week

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

Related Articles

Popular Categories