www.samajalive.in
Saturday, December 6, 2025
17.1 C
Bhubaneswar

ବାଜା କଳାକାର ସଂଘ ପକ୍ଷରୁ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ

ବୌଦ୍ଧ: ଦୀର୍ଘଦିନ ହେଲା କରୋନା କଟକଣା ଯୋଗୁଁ ଦୁଲଦୁଲି ବାଜା ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରୁଥିବା କଳାକାରମାନଙ୍କ ଜିବିକା ବଞ୍ଚିବାର ଘୋର ସଙ୍କଟ ଦେଖାଦେଇଛି। ଏହି ପରିବାରମାନଙ୍କ ବଞ୍ଚି ରହିବା ପାଇଁ ଅନ୍ୟ କୌଣସି ପନ୍ଥା ମିଳୁ ନ ଥିବା ବେଳେ ବାଜା ବଜାଇ ପରିବାର ପ୍ରତିପୋଷଣ ପାଇଁ ଅନୁମତି ଦେବାକୁ ଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଥିବା ଜଣାଯାଇଛି।

କୋଭିଡ ନିୟମ କିଛି ମାତ୍ରାରେ କୋହଳ କରାଯାଇଥିବା ବେଳେ ବ୍ୟବସାୟ ପ୍ରତିଷ୍ଠାନ ଓ ଯାତ୍ରୀ ପରିବହନ ସ୍ୱାଭାବିକ ହେବାରେ ଲାଗିଛି। ମାତ୍ର ହଜାର ହଜାର କଳାକାରଙ୍କ ଜୀବନ ଜିବିକା ସହିତ ଜଡିତ ବାଜା କକଳାକାରଙ୍କୁ ସରକାରଙ୍କ ବୈମାତୃକ ମନୋଭାବ ପାଇଁ ସେମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ବାଜା କଳାକାରମାନେ ମଧ୍ୟ ଏହି ପାର୍ବଣ ଋତୁରୁ ବର୍ଷଯାକର ପରିବାର ଚଳାଇବାକୁ ରୋଜଗାର କରିଥାନ୍ତି।

- Advertisement -

ରାଜ୍ୟ ସାରା ସମସ୍ତ ପର୍ବପର୍ବାଣୀ ପାଳନ ଉପରେ ସରକାର କଟକଣା ଜାରି କରିଥିବାବେଳେ ଏହା ବାଜା କଳାକାରମାନଙ୍କ ଚିନ୍ତା ବଢାଇ ଦେଇଛି। ତେଣୁ ବିଭିନ୍ନ କାର୍ୟ୍ୟକ୍ରମ ଆୟୋଜନ ଓ ସମସ୍ତ କାର୍ୟ୍ୟକ୍ରମରେ ବାଜା ବଜାଇବାକୁ ଅନୁମତି ଦେବାକୁ ଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ସରକାର ବାଜା କଳାକାରଙ୍କ ସହାୟତା ଦିଗରେ କୌଣସି ପଦକ୍ଷେପ ନନେଲେ ଜିଲାର ହଜାର ହଜାର ବାଜା କଳାକାର ରାଜରାସ୍ତାକୁ ଓହ୍ଳାଇବାକୁ ବାଧ୍ୟ ହେବେ ବୋଲି ଦାବିପତ୍ର ଜରିଆରେ ଚେତାବନୀ ଦେଇଛନ୍ତି। ଅତିରିକ୍ତ ଜିଲାପାଳ ଏନସି ଜ୍ୟୋତିରଂଜନ ନାଏକ ଏହି ଦାବିପତ୍ର ଗ୍ରହଣ କରିଥିବା ଜଣାଯାଇଛି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories