www.samajalive.in
Friday, December 12, 2025
14.1 C
Bhubaneswar

ସିିଲିଣ୍ଡର ବିସ୍ଫୋରଣରେ ଉଡ଼ିଲା ଛାତ, ଜଣେ ଆହତ

ଫୁଲବାଣୀ : ସ୍ଥାନୀୟ ଅମଲାପଡାରେ ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରିତ ହେବାରୁ ଘରର ଛାତ ଉଡି ଯାଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଅମଲାପଡାରେ ଭଡା ଘରେ ରହୁଥିବା ବୀରୁ ଚୌଦ୍ରୀ ଗୁପଚୁପ ତିଆରି କରିବା ପାଇଁ ଏଲପିଜି ସିଲିଣ୍ଡର ଅନ୍‌ କରିବା ବେଳେ ଲିକ୍‌ ଯୋଗୁଁ ନିଆଁ ଲାଗି ଯାଇଥିଲା। ଫଳରେ ଘରର ଆଜବେସଷ୍ଟସ ଉଡିଯିବା ସହିତ ଘରେ ନିଆଁ ଲାଗି ଯାଇଥିଲା। ବୀରୁଙ୍କ ପରିବାର ସହିତ ଦୁଇଜଣ ପଡୋଶିନୀ ଅଳ୍ପକେ ରକ୍ଷା ପାଇଯାଇଥିବା ବେଳେ ବୀରୁ ଚୌଦ୍ରୀ ଆହତ ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ବୀରୁଙ୍କ ମୁହଁ, ଛାତି,ହାତ ଓ ଗୋଡ ପୋଡି ଯାଇଛି। ନିଆଁ ଏବଂ ବିସ୍ଫୋରଣର ଶବ୍ଦ ଶୁଣି ସାହି ପଡିଶା ଧାଇଁ ଆସିବା ସହିତ ଦମକଳକୁ ସୂଚନା ଦେଇଥିଲେ।
ଦୁଇଟି ଦମକଳ ଆସି ନିଆଁକୁ ଆୟତ୍ତ କରିଥିଲା। ଘର ଭିତରେ ରହିଥିବା ଆଉ ୨ଟି ସିଲିଣ୍ଡର ନିଅାଁ ଲାଗିବା ପୂର୍ବରୁ ଉଦ୍ଧାର କରାଯାଇଛି। ନିଅାଁରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ଛାରଖାର ହୋଇଯାଇଛି। ଖବର ପାଇ ଟାଉନ୍‌ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ବୀରୁ ଚୌଦ୍ରୀଙ୍କ ଏଲପିଜି ଗ୍ରାହକ କାର୍ଡ ନାହିଁ। ଖୋଲା ବଜାରରେ ବିକି୍ର ହେଉଥିବା ସିଲିଣ୍ଡର କ୍ରୟ କରି ସେ ବ୍ୟବହାର କରୁଥିଲେ।
ଖୋଲା ବଜାରରେ ଯାହାକୁ ଯେତେ ସିଲିଣ୍ଡର ଉପଲବ୍ଧ ହେଉଛି। ଏହାର ନିରାପତ୍ତା ଯାଞ୍ଚ ହେଉନି। ଘରୋଇ ସିଲିଣ୍ଡର ବ୍ୟବସାୟିକ ଭାବେ ଚଢା ଦରରେ ବିକ୍ରି ହେଉଛି ଏବଂ ଏଥିରେ ସହରରେ ଏକ ବଡ ନେଟୱାର୍କ କାମ କରୁଥିବା ଅଭିଯୋଗ କରିଛନ୍ତି ଉପଭୋକ୍ତା। ଫଳରେ ସାଧାରଣ ଲୋକଙ୍କ ଜୀବନ ପ୍ରତି ବିପଦ ମଧ୍ୟ ସୃଷ୍ଟି ହେଉଛି। ମାସକ ମଧ୍ୟରେ ସହରରେ ତିନୋଟି ଏଲପିଜି ସିଲିଣ୍ଡର ବିସ୍ଫୋରିତ ହୋଇଛି। ପୁଲିସ ଓ ସ୍ଥାନୀୟ ପ୍ରଶାସନ ସବୁ ଜାଣି ଚେଇଁ ଶୋଇଛି।

Hot this week

୧୮ ଯାଏ ଜାଡ଼

ଭୁବନେଶ୍ବର : ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ‌ବାୟୁ ରାଜ୍ୟ ମଧ୍ୟକୁ ପ୍ରବେଶ...

ଲୋକସଭାରେ ଇ-ସିଗାରେଟ୍ ଟାଣିଲେ ଟିଏମ୍‌ସି ସଦସ୍ୟ

ନୂଆଦିଲ୍ଲୀ : ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର କେତେକ ମହିଳା ସଦସ୍ୟ ଲୋକସଭାରେ...

ବାର୍‌ରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ଆଜିର : ରାଶିଫଳ,ଆପଣଙ୍କ ଅଶାନ୍ତିର ଅବସାନ ଘଟିବ

ମେଷ : ଅଶ୍ବିନୀ ଓ ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତି ବିପଦମୁକ୍ତ ହୋଇପାରନ୍ତି।...

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

Related Articles

Popular Categories