www.samajalive.in
Friday, December 12, 2025
14.1 C
Bhubaneswar

ଓଏଏସ୍‌ସ୍ତରରେ ବଡ଼ଧରଣର ଅଦଳବଦଳ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ପକ୍ଷରୁ ବରିଷ୍ଠ ଓଏଏସ୍‌ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ କରାଯାଇଛି। ପୁରୀ ଏଡିଏମ୍‌ ବିଭୂତି ଭୂଷଣ ଦାସଙ୍କୁ ସ୍ୱାସ୍ଥ୍ୟବିଭାଗର ଅତିରିକ୍ତ ଶାସନ ସଚିବ ଭାବେ ବଦଳି କରାଯାଇଛି। ଦକ୍ଷତା ବିକାଶ ବିଭାଗ ଅତିରିକ୍ତ ସଚିବ ଜୟନ୍ତନାରାୟଣ ଷଡଙ୍ଗୀଙ୍କୁ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗକୁ ବଦଳି କରାଯାଇଛି।
ସେହିପରି ରାଜସ୍ୱ ବିଭାଗ ଯୁଗ୍ମ ସଚିବ ରାଜେନ୍ଦ୍ର ମିଶ୍ରଙ୍କୁ ଓରେରାକୁ, ଲକ୍ଷ୍ମୀଧର ଦାସଙ୍କୁ ବିଜ୍ଞାନ କାରିଗରୀ କୌଶଳର ଅତିରିକ୍ତ ସଚିବ, ମନୋଜ କୁମାର ମହାନ୍ତିଙ୍କୁ ବିଡ଼ିଏ ସମ୍ପାଦକ, ରମାକାନ୍ତ ନାୟକଙ୍କୁ ନବରଙ୍ଗପୁର ପିଡ଼ି, ମାନସ ରଞ୍ଜନ ସାମଲଙ୍କୁ ସାଧାରଣ ପ୍ରଶାସନ ବିଭାଗର ଭୂମି ଅଧିକାରୀ, ବିନୟ କୁମାର ଦାଶଙ୍କୁ ପୁରୀ ଏଡିଏମ୍‌, ସୌଦାମିନୀ ସେଠୀଙ୍କୁ ଇଡ଼୍‌କୋ ଭୂ- ଅଧିକାରୀ, ଅନାମ ଚରଣ ପାତ୍ରଙ୍କୁ ନୟାଗଡ ପିଡ଼ି, ନୃପରାଜ୍‌ ସାହୁଙ୍କୁ ଗଜପତି ପିଡି, ଉଷାରାଣୀ ଦାସଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗ ଯୁଗ୍ମଶାସନ ସଚିବ, ରଜନୀ ଜାନୀଙ୍କୁ ସାଧାରଣ ଉଦ୍ୟୋଗ ବିଭାଗର ଯୁଗ୍ମ ଶାସନ ସଚିବ, ଶିବନାରାୟଣ ନନ୍ଦଙ୍କୁ ଓରେରାର ଯୁଗ୍ମଶାସନ ସଚିବ, ଅଶୋକ କୁମାର ପଣ୍ଡାଙ୍କୁ ଶ୍ରମ ବିଭାଗ ଯୁଗ୍ମଶାସନ ସଚିବ, ବିନୋଦିନୀ ପଣ୍ଡାଙ୍କୁ ରାଜସ୍ୱ ପର୍ଷଦର ଯୁଗ୍ମଶାସନ ସଚିବ, ପ୍ରଭାତ କୁମାର ମହାପାତ୍ରଙ୍କୁ ଖୋର୍ଦ୍ଧା ପିଡ଼ି, ସୁବାଷ ଚନ୍ଦ୍ର ନାଥଶର୍ମାଙ୍କୁ କଟକ ମ୍ୟୁନିସପାଲିଟିର ଯୁଗ୍ମ କମିଶନର, ଦିଗନ୍ତ ରାଉତରାୟଙ୍କୁ ବ୍ରହ୍ମପୁର ଉପଜିଲାପାଳ, ଅଞ୍ଜନ କୁମାର ଦାଶଙ୍କୁ ବିଡିଏର ବରିଷ୍ଠ ପ୍ରଶାସକ ଭାବେ ବଦଳି କରାଯାଇଛି।
ସେହିପରି ଶୁଭେନ୍ଦୁ କୁମାର ସାହୁଙ୍କୁ ଭୁବନେଶ୍ୱର ଉପଜିଲାପାଳ ଭାବେ ବଦଳି କରାଯାଇଥିବାବେଳେ ରୂପକ କୁମାର ପଟ୍ଟନାୟକଙ୍କୁ ବିଡିଏ ଆଲର୍ଟମେଣ୍ଟ ଅଧିକାରୀ, ରବିନାରାୟଣ ସାହୁଙ୍କୁ ଆନନ୍ଦପୁର ଉପଜିଲାପାଳ, ରାମେଶ୍ୱର ପ୍ରଧାନଙ୍କୁ ମାଲକାନଗିରି ଉପଜିଲାପାଳ, ଗୋରାଚାନ୍ଦ ଗମାଙ୍ଗୋଙ୍କୁ ଜଳସମ୍ପଦ ବିଭାଗ ସ୍ୱତନ୍ତ ଏଲ୍‌ଏଓ, ସ୍ନିଗ୍ଧା ଚମ୍ପତ୍ତିଙ୍କୁ ଉଚ୍ଚଶିକ୍ଷା ବିଭାଗ ଉପ-ସଚିବ, ଦରିଦ୍ରଭଞ୍ଜନ ଏମ୍‌ ଏମ୍‌ ପାତ୍ରଙ୍କୁ ବିଏମ୍‌ସି ଉପ କମିଶନର, ରାଜେନ୍ଦ୍ର ମିଞ୍ଜଙ୍କୁ ଭଞ୍ଜନଗର ଉପଜିଲାପାଳ ଭାବେ ଅବସ୍ଥାପିତ କରାଯାଇଛି।
ସେହିପରି ସୁଶାନ୍ତ କୁମାର ସିଂହଙ୍କୁ କେନ୍ଦୁଝର କାହ୍ନୁପୁର ପ୍ରୋଜେକ୍ଟ ପିଡି, ମମତାରାଣୀ ନାୟକଙ୍କୁ ଗୋପବନ୍ଧୁ ଏକାଡେମୀର ଉପନିର୍ଦେଶକ, ଭଗବାନ ବେହେରାଙ୍କୁ ମୟୂରଭଞ୍ଜ ଉପଜିଲାପାଳ, ମହେନ୍ଦ୍ର ପ୍ରସାଦ ମହାନ୍ତିଙ୍କୁ ଜଗତସିଂହପୁର ଉପଜିଲାପାଳ, ଅନାକର ଠାକୁରଙ୍କୁ ନବରଙ୍ଗପୁର ଆଇଟିଡିଏ ପିଏ, ରତ୍ନାକର ସାହୁଙ୍କୁ ନବରଙ୍ଗପୁର ଏପିଡି, ପବିତ୍ର ବେହେରାଙ୍କୁ କୁଚିଣ୍ଡା ଆଇଟିଡିଏ ପିଏ, ବିଜୟାନନ୍ଦ ନାୟକଙ୍କୁ କଟକ ଆର୍‌ଟିଓ ଭାବେ ନିଯୁକ୍ତି ଦିଆଯାଇଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories