www.samajalive.in
Friday, December 12, 2025
14.1 C
Bhubaneswar

ପରିଶ୍ରମୀ ଅନୁଷ୍କା

ଆଗାମୀ ଚଳଚ୍ଚିତ୍ର ‘ସୁଇ ଧାଗା’ରେ ଅନୁଷ୍କା ଶର୍ମାଙ୍କ ସହ-କଳାକାର ଭାବେ ବରୁଣ ଧୱନ୍ ଦେଖାଦେ​‌େ​‌ବ। ସତ୍ୟ ଘଟଣା ଉପରେ ଆଧାରିତ ଏଇ ଚଳଚ୍ଚିତ୍ରର ଚରିତ୍ର ନିମନ୍ତେ ଅନୁଷ୍କା କଠିନ ପରିଶ୍ରମ କରିଥିବାର ନିକଟରେ ଏକ ସାକ୍ଷାତକାରରେ କହିଛନ୍ତି। ନିର୍ଦେଶକ ଶରତ କଟରିୟାଙ୍କ ମତ ଥିଲା ଚରିତ୍ରରେ ଭୂମିଷ୍ଠ ହେବା ନିମନ୍ତେ ପ୍ରଥମେ ନିଜକୁ ପୂର୍ଣ୍ଣ ପ୍ରସ୍ତୁତ କରିନେବା ଦରକାର। ଦର୍ଶକଙ୍କୁ ଠକି କେହି ସୁପରଷ୍ଟାର୍ ହୋଇପାରିନାହାନ୍ତି। ଏହି କଥାର ମର୍ମକୁ ବୋଧହୁଏ ଅନୁଷ୍କା ଭଲଭାବେ ହୃଦୟଙ୍ଗମ କରିପାରିଥିଲେ। ଏଣୁ ଲକ୍ଷ୍ନୌର ଦକ୍ଷ ଏମ୍ବୋରୋଡୋରୀ ପ୍ରଶିକ୍ଷକ ଆୟଶା ବିବି ହିଁ ଅନୁଷ୍କାଙ୍କୁ ତାଲିମ ଦେଇଥିଲେ। ଦୈନିକ ୨ ଘଣ୍ଟା ପ୍ରାୟ ଦେଢ଼ ମାସ ସିଲେଇ, କପଡ଼ାରେ ସୁନ୍ଦର ଡିଜାଇନ୍‌ରେ ଏମ୍ବୋରୋଡୋରୀ କରିବା ଶିଖିଲେ ଅନୁଷ୍କା। ଚଳଚ୍ଚିତ୍ର ୟୁନିଟ୍ ସଦସ୍ୟଙ୍କ କହିବାନୁସା​‌େ​‌ର, ସୁଟିଂ ନଥିବାବେଳେ ଅନୁଷ୍କା ନିଜ ସିଲେଇ ଅଭ୍ୟାସ ଜାରି ରଖୁଥିଲେ। ନିଜେ ଅନୁଷ୍କା ମଧ୍ୟ କହିଛନ୍ତି, ସେ ଭଲଭାବେ ଛୁଞ୍ଚି ଧରିପାରୁ ନଥିଲେ। ତେବେ ନିଜ ଭୂମିକାରେ ପରିପୂର୍ଣ୍ଣତା ଆଣିବା ପାଇଁ ଏହା ତାଙ୍କ ପାଇଁ କୌଣସି ଚ୍ୟାଲେଞ୍ଜ୍‌ଠାରୁ କମ୍ ନଥିଲା। ଏହା ପୂର୍ବରୁ ପ୍ରଯୋଜକ-ନିର୍ଦେଶକ ମନୀଷ ଶର୍ମା ଓ ଶରତ କଟରିୟା ‘ଦମ୍‌ ଲଗାକେ ହଇସା’ ପରି ଏକ ସୁନ୍ଦର ଚଳଚ୍ଚିତ୍ରଟିଏ ଦର୍ଶକଙ୍କୁ ଭେଟି ଦେଇଥିଲେ। ବଲିଉଡରେ ଦୁହେଁ ସୁପରହିଟ୍ ଯୋଡ଼ି ଭାବେ ଜଣାଯାନ୍ତି। ଏଥରକ ମଧ୍ୟ ସେମାନେ ସଫଳ ହେବେ ବୋଲି ଆଶା ରଖିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories