www.samajalive.in
Monday, December 8, 2025
16.1 C
Bhubaneswar

ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ୪୮୪ ପଞ୍ଜୀକରଣ

ଫୁଲବାଣୀ: କନ୍ଧମାଳ ଜିଲ୍ଲା  ଖଜୁରୀପଡା ପଞ୍ଚାୟତ ସମିତି ତରଫରୁ ଆଜି ଭୀମଭୋଇ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିବା ବେଳେ ଏହି ଶିବିରରେ ବିଭିନ୍ନ ବିଭାଗରୁ ସମୁଦାୟ ୪୮୪ ଜଣ ହିତାଧିକାରୀଙ୍କ ପଞ୍ଜୀକରଣ କରାଯାଇଛି । ସର୍ବାଧିକ ୨୭୧ ଜଣ ଶାରୀରିକ ଅକ୍ଷମତାଙ୍କ ପଞ୍ଜୀକରଣ କରାଯାଇଥିବା ବେଳେ ମାନସିକ ଅନଗ୍ରସର ୫୯,ଦ୍ରୁଷ୍ଟି ଦୋଷଯୁକ୍ତ ୪୯,ଶିଶୁ ଓ ସିକଲସେଲ ୫୦,ଶ୍ରବଣ ବାଧିତା ୫୫ ଭଳି ସମୁଦାୟ ୪୮୪ ଜଣଙ୍କୁ ପଞ୍ଜୀକରଣ କରାଯାଇଛି । ସେଥିମଧ୍ୟରୁ ପୂର୍ବରୁ ହସ୍ତଲିଖିତ ଦିବ୍ୟାଙ୍ଗ ପ୍ରମାଣପତ୍ର ପାଇଥିବା ହିତାଧିକାରୀ ପୁନର୍ବାର ଅନଲାଇନ୍ ଆବେଦନ କରି କମ୍ପ୍ୟୁଟର ପ୍ରମାଣପତ୍ର ଗ୍ରହଣ କରିଛନ୍ତି ।

ସେହିଭଳି ଚାଲି ପାରୁନଥିବା ଏବଂ ଶାରୀରିକ ଅକ୍ଷମତାଙ୍କୁ ତିନି ଚକିଆ ସାଇକେଲ ମଧ୍ୟ ଡାକ୍ତରଙ୍କ ଚୟନ ଅନୁସାରେ ବଣ୍ଟନ କରାଯାଇଛି । ଶିବିରରେ ଚୟନ ଅନୁସାରେ ଅନେକଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିବା ବେଳେ ଯେଉଁମାନେ ଯୋଗ୍ୟ ବିବେଚିତ ହୋଇଛନ୍ତି ସେମାନଙ୍କୁ ମଧ୍ୟ ଖୁବଶୀଘ୍ର ଦିବ୍ୟାଙ୍ଗ ପ୍ରମାଣପତ୍ର ପ୍ରଦାନ କରାଯିବ ବୋଲି ଜଣାପଡିଛି । ଶିବିରକୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରବୀନ୍ଦ୍ରନାଥ କହଁର ପରିଚାଳନା କରିଥିବା ବେଳେ ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଶ୍ରୀ ଅନିମାଁ କହଁର ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି ଉଦଘାଟନ କରିଥିଲେ । ସମ୍ମାନୀତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ଉର୍ବଶୀ ଦିଗାଲ ଏବଂ ମମତା ମଲିକ ଯୋଗଦାନ କରିଥିଲେ ।

- Advertisement -

ଭିନ୍ନକ୍ଷମ ସାମାଜିକ ସୁରକ୍ଷା ବିଭାଗ ତରଫରୁ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ମୈତ୍ରୀ ଶତପଥୀ, ଗୋଷ୍ଠୀ ଉନ୍ନୟନ ଅତିରିକ୍ତ ଅଧିକାରୀ ସଲିଲ କୁମାର ଦାସ, ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ମନୋଜ କୁମାର ପ୍ରଧାନ, ମନୋଜ କୁମାର ସାସମଲ ପ୍ରମୁଖ ଉପସ୍ଥିତ ଥିଲେ।  ପଞ୍ଚାୟତ ସମିତିର ସମସ୍ତ ଯନ୍ତ୍ରୀ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ, ମହିଳା ଓ ଶିଶୁ ବିକାଶ ସୁପରଭାଇଜର ପ୍ରମୁଖ ଆବେଦନକାରୀଙ୍କ ପଞ୍ଜୀକରଣ କରିଥିଲେ।

ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ବିଭିନ୍ନ ବିଭାଗୀୟ ଡାକ୍ତର ଏବଂ ଖଜୁରୀପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ନିମାଇଁ ଚରଣ ବିଶି ଉପସ୍ଥିତ ରହି ପ୍ରମାଣପତ୍ର ସହ ଆବେଦନକାରୀଙ୍କ ପରିକ୍ଷା କରିଥିବା ବେଳେ ଅଙ୍ଗନୱାଡି କର୍ମି, ଏମବିକେ, ସିଆରପି ଜଳ ଯୋଗାଣ କର୍ମଚାରୀ ପ୍ରମୁଖ ସହଯୋଗ କରିଥିଲେ। ସମସ୍ତ ଗ୍ରାମପଞ୍ଚାୟତରୁ ସରପଞ୍ଚ ଏବଂ ସମିତିସଭ୍ୟ ମାନେ ନିଜନିଜ ଅଞ୍ଚଳରୁ ଦିବ୍ୟାଙ୍ଗ ଏବଂ ଅନ୍ୟ ଅକ୍ଷମତା ହିତାଧିକାରୀ ମାନଙ୍କୁ  ନେବା ଆଣିବା ସହ ଶିବିରରେ ସହଯୋଗ କରିଥିଲେ। ଖଜୁରୀପଡା ଥାନା ତରଫରୁ ଶାନ୍ତିଶୃଙ୍ଖଳା ରକ୍ଷା କରିବାକୁ ପୋଲିସ ଉପସ୍ଥିତ ଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories