www.samajalive.in
Tuesday, December 9, 2025
15.1 C
Bhubaneswar

ରୂପାନ୍ତରିତ ପଞ୍ଜୀକରଣ ଫର୍ମ କାର୍ଯ୍ୟକାରିତାର ଶୁଭ ଉଦ୍‌ଘାଟନ

ଫୁଲବାଣୀ: କେନ୍ଦ୍ର ସରକାରଙ୍କ ଆଇନ ଓ ବିଚାର ବିଭାଗ ମନ୍ତ୍ରଣାଳୟ ଦ୍ୱାରା ଲୋକପ୍ରତିନିଧି ଆଇନ- ୧୯୫୦-୫୧ ପରିବର୍ତ୍ତନ କରାଯାଇ ଭୋଟର ତାଲିକାରେ ସଂଶୋଧନ କରାଯାଇଛି ।  ଯାହାକି ଚଳିତ ୨୦୨୨ ମସିହା ଅଗଷ୍ଟ ୧ ତାରିଖରୁ କାର୍ଯ୍ୟକାରୀ ହୋଇଛି । ଏହି ଉପଲକ୍ଷେ ଆୟୋଜିତ ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲା ନିର୍ବାଚନ ଅଧିକାରୀ ତଥା କନ୍ଧମାଳ ଜିଲ୍ଲାପାଳ ପାଟିଲ୍‌ ଆଶିଷ ଈଶ୍ୱର ରୂପାନ୍ତରିତ ପଞ୍ଜୀକରଣ ଫର୍ମ କାର୍ଯ୍ୟକାରିତାକୁ ଶୁଭ ଉଦ୍‌ଘାଟନ କରି  କହିଛନ୍ତି, ଯୁବ ବର୍ଗଙ୍କ ପାଇଁ ଭୋଟର ହେବା  ଆହୁରି ସହଜ ହୋଇଗଲା ।  ଏବେ ନୂଆ ଫର୍ମ ପୂରଣ କରିବା ମଧ୍ୟ ଅହୁରି ସରଳ ହୋଇଗଲା ।

ଏବେ ଭୋଟର ପରିଚୟ ପତ୍ରକୁ ନିଜର ଆଧାର ସହିତ ସଂଯୋଗ କରାଯିବ ବୋଲି ଜିଲ୍ଲାପାଳ କହିଥିଲେ । ଡେପୁଟି କଲେକ୍ଟର (ନିର୍ବାଚନ)  ବୁନା ପ୍ରଧାନଙ୍କ  ଆଲୋଚନାରୁ ଜଣାପଡ଼ିଛି ଯେ, ଏବେ ଫର୍ମ ନଂ-୬ ରେ କେବଳ ନୂତନ ଭୋଟରଙ୍କ ପଞ୍ଜୀକରଣ କରାଯିବ । ଫର୍ମ ନଂ-୬(କ)ରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ଫର୍ମ ନଂ-୬(ଖ)ରେ ଆଧାର ସହିତ ନିଜର ଭୋଟପରିଚୟ ପତ୍ର ସଂଯୋଗ ପାଇଁ ଆବେଦନ କରାଯାଇପାରିବ । ତେବେ, ଏହା ମଧ୍ୟ ବାଧ୍ୟତାମୂଳକ ନୁହେଁ । ସ୍ୱେଚ୍ଛାକୃତ ଭାବେ ଭୋଟରଙ୍କ ଠାରୁ ଆଧାର ବିବରଣୀ ସଂଗ୍ରହ କରାଯିବ । ତା. ୦୧.୦୪.୨୦୨୩ ରିଖ ସୁଦ୍ଧା ଭୋଟର ତାଲିକାଭୁକ୍ତ ହୋଇଥିବା ଭୋଟର ମାନେ ସେମାନଙ୍କର ଆଧାର ନମ୍ବର ନିର୍ବାଚନ ପଞ୍ଜୀକରଣ ଅଧିକାରୀଙ୍କୁ ଜଣାଇବେ ।

- Advertisement -

ଏହି ଫର୍ମ ନିର୍ବାଚନ ଆୟୋଗଙ୍କ ୱେବ୍‌ସାଇଟ୍‌ରେ ଅଗଷ୍ଟ ୧ ତାରଖ ପୂର୍ବରୁ ଉପଲବ୍ଧ ହୋଇସାରିଛି । ଫର୍ମ ନଂ-୭ ରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ଏବେ ନାମ ବାଦ୍‌ ପାଇଁ ଫର୍ମ ଣଂ-୭ ସହ ମୃତ୍ୟୁ ପ୍ରମାଣ ପତ୍ର ସଂଲଗ୍ନ କରାଯିବ । ଫର୍ମ ନଂ-୮ରେ  ନିର୍ବାଚନ ମଣ୍ଡଳୀ ମଧ୍ୟରେ କିମ୍ବା ବାହାରକୁ ବାସସ୍ଥାନ ସ୍ଥାନାନ୍ତରଣ ନିମନ୍ତେ, ଭୋଟର ତାଲିକାରେ ଥିବା ବିବରଣୀର ସଂଶୋଧନ ନିମନ୍ତେ, ଭୋଟର ପରିଚୟ ପତ୍ର ବଦଳ କରିବା ଏବଂ ଦିବ୍ୟାଙ୍ଗ ଭୋଟରଙ୍କ ଚିହ୍ନଟ ନିମନ୍ତେ ଆବେଦନ କରିପାରିବେ । ଏବେ ଭୋଟର ତାଲିକାରେ ନାମ ପଞ୍ଜୀକରଣ ନିମନ୍ତେ ଗୋଟିଏ ଯୋଗ୍ୟତା ସୂଚକ ତାରିଖ ପରିବର୍ତ୍ତେ  ୪ ଗୋଟି ଯୋଗ୍ୟତା ସୂଚକ ତାରିଖ ଯଥା ଜାନୁଆରୀ ୧ତାରିଖ, ଅପ୍ରେଲ ୧ ତାରିଖ, ଜୁଲାଇ ୧ ତାରିଖ ଏବଂ ଅକ୍ଟୋବର ୧ ତାରିଖ ରଖାଯାଇଛି ବୋଲି ସେ କହିଥିଲେ ।

ଉକ୍ତ ବୈଠକରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ-ତଥା-ନିର୍ବାହୀ ଅଧିକାରୀ ବିଶ୍ୱରଞ୍ଜନ ନାୟକ, କନ୍ଧମାଳ ଉପ-ଜିଲ୍ଲାପାଳ ଶେଷଦେବ ମିଶ୍ରଙ୍କ ସମେତ ବିଭିନ୍ନ ରାଜନୈତିକ ଦଳ ମାନଙ୍କର କର୍ମକର୍ତ୍ତା,  ବିଭାଗୀୟ ଅଧିକାରୀ ଯୋଗ ଦେଇଥିଲେ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories