ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବଦଳି ଦାବିରେ ଗ୍ରାମବାସୀଙ୍କ ଆନ୍ଦୋଳନ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପଞ୍ଚାୟତରେ ଦୀର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟା ଓ ଦୁର୍ନୀତିକୁ ନେଇ ଗତ କିଛିଦିନ ହେଲା ଅସନ୍ତୋଷ ଦେଖାଦେଇଥିବା ବେଳେ ସୋମବାର ଏହି ଅସନ୍ତୋଷ ଉଗ୍ରରୁପ ଧାରଣ କରିଛି । ସମସ୍ୟାର ସମାଧାନ ଓ ପଞ୍ଚାୟତ କାର୍ଯ୍ୟାଳୟରେ କାର୍ଯ୍ୟରତ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବଦଳି ଦାବିରେ ଫିରିଙ୍ଗିଆ ସହରର ବିଭିନ୍ନ ସାହିର ଅନେକ ମହିଳା ପୁରୁଷ ଏକତ୍ରିତ ହୋଇ ପଞ୍ଚାୟତ ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଦିର୍ଘ ୫ ଘଂଟା ଧରି ପଞ୍ଚାୟତ କାର୍ଯ୍ୟାଳୟରେ ଆନ୍ଦୋଳନ କାରି ବିକ୍ଷୋଭ ପ୍ରଦର୍ଶନ କରିଥିବା ବେଳେ ଖବର ପାଇ ବିଡିଓ ରଶ୍ମୀରଞ୍ଜନ ମହନ୍ତ ଏବଂ ଥାନା ଅଧିକାରୀ ପି.ଶ୍ୟାମସୁନ୍ଦର ରାଓ  ଘଟଣା ସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀ ମାନଙ୍କୁ ବୁଝାସୁଝା କରିଥିଲେ ।

prayash

ବିଡିଓ ସାତଦିନ ମଧ୍ୟରେ ଘଟଣାର ତଦନ୍ତକରି ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେବା ପରେ ଉତ୍ୟକ୍ତ ଆନ୍ଦୋଳନକାରୀ ମାନେ ଆନ୍ଦୋଳନରୁ ଓହରିଥିଲେ । ସମାଜସେବୀ ସଞ୍ଜୟ କୁମାର ଦିଗାଳଙ୍କ ନେତୃତ୍ୱରେ ଦିବ୍ୟରଞ୍ଜନ କହଁର , ନୈରୁତ ଦିଗାଳ, ପୁର୍ଣ୍ଣଚନ୍ଦ୍ର ଦିଗାଳ, ବାବୁଲା ଦିଗାଳ, କଂଶଦେବ ସାହୁ , ସୁବାସ ଚନ୍ଦ୍ର ଦିଗାଳ, ଶିବ ଦିଗାଳ, ଗୋଲକ ଦିଗାଳ ,ବେଲାରସେନ କହଁର, ଅଶ୍ୱିନୀ ମୁଖୀ, ବାବୁଲା ମୁଖୀଙ୍କ ସହ ଅନ୍ୟମାନେ ସାମିଲ୍‌ ହୋଇଥିଲେ ।

ପ୍ରକାଶ ଯେ, ଫିରିଙ୍ଗିଆ ପଂଚାୟତରେ ଦୀର୍ଘଦିନ ଧରି ଲାଗିରହିଥିବା ବିଭିନ୍ନ ସମସ୍ୟା ଓ ତାର ସମସଧାନ ପାଇଁ ଫିରିଙ୍ଗିଆ ଜନସାଧାରଣଙ୍କ ତରଫରୁ ବିଡିଓଙ୍କ ଉଦ୍ଦେଶ୍ୟରେ ଫିରିଙ୍ଗିଆ ସରପଂଚ ଜଳନ୍ଧର କହଁରଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ତୁରନ୍ତ ବଦଳି ପାଇଁ ଦାବି କରାଯାଇଥିଲା । ଦାବି ପତ୍ର ଦେବାର ୪୮ ଘଂଟା ପରେ ମଧ୍ୟ କୈାଣଷି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଜିବାରୁ ଆଜି ପୁଣିଥରେ ଶତାଧିକ ମହିଳା ଓ ପୁରୁଷ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

kalyan agarbati

Comments are closed.