www.samajalive.in
Tuesday, December 9, 2025
26.1 C
Bhubaneswar

୧୦ ଦିନିଆ ବ୍ଲକ ସ୍ତରୀୟ ଏସିଏମ ଏବଂ ପମ୍ପ ଡ୍ରାଇଭର ତାଲିମ କାର୍ଯ୍ୟକ୍ରମ ଉଦଯାପିତ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପଞ୍ଚାୟତ ସମିତି ତରଫରୁ ଜଳ ଓ ପରିମଳ ବିଭାଗ ଅଧିନରେ କାର୍ଯ୍ୟରତ ଥିବା ଏସିଏମ୍‌ ଓ ପମ୍ପ ଡ୍ରାଇଭର ମାନଙ୍କର ଚାଲିଥିବା ୧୦ ଦିନିଆ ତାଲିମ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି । ଏହି ତାଲିମ କାର୍ଯ୍ୟକ୍ରମଟି ବ୍ଲକର ବିଭିନ୍ନ ପଞ୍ଚାୟତ କାର୍ଯ୍ୟାଳୟ ମାନଙ୍କରେ ହୋଇଥିବା ବେଳେ ଉଦଯାପନୀ ତାଲିମ କାର୍ଯ୍ୟକ୍ରମ ଡିଣ୍ଡିରାଗାଁ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା । ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଝୁଲିଲତା ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଦ୍‌ଯାପନୀ ତାଲିମ କାର୍ଯ୍ୟକ୍ରମରେ ଫିରଙ୍ଗିଆ ବିଡିଓ ରଶ୍ମିରଞ୍ଜନ ମହନ୍ତ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଏପିଓ ସୁମନ୍ତ ଉଠାଣ ସିଂ, ଜିପିଓ ରବୀନ୍ଦ୍ର ବେହେରା, ସହକାରୀ ଯନ୍ତ୍ରୀ ଜୟପ୍ରକାଶ ଜେନା, କନିଷ୍ଠ ଜନ୍ତ୍ରୀ ଲିଙ୍ଗରାଜ ପାତ୍ର, ଯନ୍ତ୍ରୀ ସୁନିଲ କୁମାର ପାତ୍ର, ଜଳ ଓ ପରିମଳ ବିଭାଗ ଯନ୍ତ୍ରୀ ସମ୍ବାରିଆ ବେହେରା ଓ ହିଲେଶ୍ୱର ତିର୍କୀ ପ୍ରମୁଖ ଯୋଗଦେଇଥିଲେ । ୧୦ ଦିନ ଧରି ବ୍ଲକର ୨୪ଟି ପଂଚାୟତର ପ୍ରାୟ ୭୦ ଏସିଏମ ଏବଂ ପମ୍ପ ଡ୍ରାଇଭର ମାନେ ତାଲିମରେ ଭାଗ ନେଇଥିଲେ । ତାଲିମରେ ବିଶେଷ କରି କିଭଳି ଭାବେ ପମ୍ପ ପରିଚାଳନା କରାଯିବ ଓ ଜନସାଧାରଣ ପିଇବା ପାଣି ଠିକ ଭାବରେ ପାଇପାରିବେ ସେ ଉପରେ ଗୁରୁତ୍ୱ ଦିଆଯାଇଥିଲା । ସେହିଭଳି ବ୍ଲକରେ କିଭଳି ଭାବରେ ମନରେଗା ଯୋଜନାର ସଫଳ ରୂପାୟନ ହୋଇପାରିବ ସେନେଇ ତାଲିମଦାତା ମାନେ ତାଲିମ ପ୍ରଦାନ କରିଥିଲେ ।

Hot this week

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

ଖୋଲିଲା ଦର୍ଶକ ଗ୍ୟାଲେରୀ ଗେଟ୍

କଟକ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ବଢ଼ିବନି ପାଚିକାଙ୍କ ଦରମା

ସମାଜଲାଇଭ ଡେସ୍କ: ପାଚିକାମାନଙ୍କ ଦରମା ଆଉ ବୃଦ୍ଧି କରାଯିବ ନାହିଁ। ବୁଧବାର...

ବାଚସ୍ପତି ଓ ଉପବାଚସ୍ପତିଙ୍କ ଦରମା ବଢ଼ିଲା: ଭତ୍ତା ସହ ପାଇ​‌ବେ ୪.୨୮ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭାର ବାଚସ୍ପତି, ଉପବାଚସ୍ପତି ଏବଂ ବିଧାୟକମାନଙ୍କ ଦରମା ବୃଦ୍ଧି...

ଶିକାରୀ ଫାଶରେ କଲରାପତରିଆ ମୃତ

ଅନୁଗୁଳ : ଶିକାରୀ ଫାଶରେ ପଡି କଲରାପତରିଆ ବାଘ ମୃତ। ଅନୁଗୋଳ...

Related Articles

Popular Categories