Patra electronics

ଫିରିଙ୍ଗିଆ ଠାରେ ଅନୁଷ୍ଠିତ ହେଲା ପ୍ରଜାପିତା ବ୍ରହ୍ମକୁମାରୀ ସଙ୍ଗଠନର ଆଧ୍ୟାତ୍ମିକ କାର୍ଯ୍ୟକ୍ରମ

ଫୁଲବାଣୀ/ଫିରିଙ୍ଗିଆ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଥିବା ମଣ୍ଡପରେ ଫୁଲାବଣୀ ପ୍ରଜାପିତା ବ୍ରହ୍ମକୁମାରୀ  ଅନୁଷ୍ଠାନ ପକ୍ଷରୁ ଏକ ଅଧ୍ୟାତ୍ମିକ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଫିରିଙ୍ଗିଆର ଆଧିଷ୍ଠାତ୍ରୀ ଦେବୀ ମା’ ପିତାବଲ୍ଲୀ ଦେବୀଙ୍କ ମୁଖ୍ୟ ପୂଜକ ତଥା ପ୍ରଜାପିତା ବ୍ରହ୍ମକୁମାରୀ ଅନୁଷ୍ଠାନର ଜଣେ ପୂର୍ବତନ ସକ୍ରିୟ ସଦାସ୍ୟ ସତ୍ୟନାରାୟଣ ଭୁକ୍ତା ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ ଅନୁଷ୍ଠାନର ଜିଲ୍ଲା ମୁଖ୍ୟ ବ୍ରହ୍ମ କୁମାରୀ ଡାରତୀ ଦେବି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକ୍ରମରେ ରାଜ ଯୋଗୀ ବିକେ ପ୍ରିୟା ଚୈାଧୁରୀ ଓ ବିକେ ପୁରୁଷୋତମ ଚୈାଧୁରୀ ଉପସ୍ଥିତ ରହି ଅଧ୍ୟାତ୍ମିକ ପ୍ରବଚନ ଦେଇଥିବା ବେଳେ ଇଞ୍ଜିନିରୟର ବୀରେନ୍ଦ୍ର କୁମାର ଚୈାଧୁରୀ , ମଞ୍ଜୁ, ମିନତି, କଲ୍ୟାଣି, ମମତା ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ଅବସରରେ ସ୍ଥାନୀୟ କଳା ବିକାଶ କେନ୍ଦ୍ରର ସ୍ୱୟଂବାଳା ବିଶୋୟୀ ଏବଂ ରାଜଲକ୍ଷ୍ମୀ ମଳିକ ଙ୍କ ଦ୍ୱାରା ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲ।

Comments are closed.