www.samajalive.in
Saturday, December 13, 2025
27.1 C
Bhubaneswar

ଉଦ୍ଧାର ନାବାଳକକୁ ପରିବାରକୁ ହସ୍ତାନ୍ତର କଲା ଚାଇଲଡ ଲାଇନ୍‌

ଫୁଲାବାଣୀ: କନ୍ଧମାଳ ଜିଲା କ.ନୂଆଗାଁ ବ୍ଳକ ଅଂଚଳରୁ ଗତ ୧୦ ତାରିଖ ଦିନ ଚାଇଲଡ ଲାଇନ ଦ୍ୱାରା ଉଦ୍ଧାର କରାଯାଇଥିବା ନାବାଳକକୁ ତାର ପରିବାରକୁ ହସ୍ତାନ୍ତର କରାଯାଇଛି । ନାବାଳକ ଜଣକ ଦାରିଙ୍ଗବାଡି ବ୍ଲକ ତାଜୁଙ୍ଗିଆ ପଂଚାୟତ ସିକବାଡି ନିକଟ ଡୁବୁରୀ ଗ୍ରାମର ବୋଲି ଜିଲା ଶିଶୁ ସୁରକ୍ଷା ଅଧିକାରିଣୀ ରଶ୍ମିତା କରଣ ସୂଚନା ଦେଇଛନ୍ତି । ସୂଚନା ମୁତାବକ, କ.ନୂଆଗାଁ ଅଞ୍ଚଳରେ ଜଣେ ଅପରିଚିତ ନାବାଳକ ଏକାକୀ ବୁଲୁଥିବା ନେଇ ଚାଇଲଡ ଲାଇନକୁ ହେଲପ ଲାଇନ ନଂ ୧୦୯୮ ଜରିଆରେ ଫୋନ ଆସିଥିଲା । ଏହା ପରେ ଚାଇଲଡ ଲାଇନ କର୍ମୀ ସେଠାକୁ ଯାଇ ନାବାଳକକୁ ଉଦ୍ଧାର କରିବା ସହିତ ଫୁଲବାଣି ଗୋପବନ୍ଧୁ ବାଳାଶ୍ରମରେ ଥଇଥାନ କରିଥିଲେ ।

ଏ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରିତ ହେବା ପରେ ନାବାଳକର ବାପା ନିର ପାଟମାଝୀ ଜିଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲେ । ମଙ୍ଗଳବାର ଜିଲା ଶିଶୁ କଲ୍ୟାଣ ସମିତି ଅଧ୍ୟକ୍ଷ ଅଶୋକ କୁମାର ବେହେରା ଓ ଚାଇଲଡ ଲାଇନ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ସରକାରୀ ପ୍ରକ୍ରିୟା ଅନୁଯାୟୀ ନାବାଳକକୁ ତାର ବାପାଙ୍କୁ ହସ୍ତାନ୍ତର କରାଯାଇଛି । ନାବାଳକ ଜଣକ ମା’ ଛେଉଣ୍ଡ ଓ କଥା କହିବା ପାଇଁ ଅକ୍ଷମ ବୋଲି ଜଣାପଡିଛି । ସେ ଭୁଲ ବଶତଃ କ.ନୂଆଗାଁ ଅଞ୍ଚଳକୁ ଚାଲି ଆସିଥିବା ବେଳେ ତାକୁ ପାଇ ନାବାଳକଙ୍କ ବାପା ଚାଇଲଡ ଲାଇନ ଓ ଶିଶୁ ମଙ୍ଗଳ ସମିତିକୁ କୃତଜ୍ଞତା ଜଣାଇଛନ୍ତି ।

Hot this week

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

ମେସିଙ୍କୁ ଦେଖିବାକୁ ଷ୍ଟାଡିୟମରେ ହଙ୍ଗାମା

ସମାଜ ଲାଇଭ ଡ଼େସ୍କ : ମେସିଙ୍କୁ ଦେଖିବାକୁ କଲକାତା ସଲ୍ଟଲେକ ଷ୍ଟାଡିୟମରେ...

ଗୋପାଳପୁର କଲେଜରେ ସ୍ଥାପନ ହେବ ଫ୍ରାଟେରନିଟି ପାର୍କ

ବ୍ରହ୍ମପୁର/ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ...

ବଦଳିପାରେ ମନରେଗା ଯୋଜନାର ନାମ

ସମାଜ ଲାଇଭ ଡ଼େସ୍କ : ଗ୍ରାମୀଣ ସ୍ତରରେ ଶ୍ରମିକ ମାନଙ୍କୁ ରୋଜଗାର...

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

Related Articles

Popular Categories