ପେଟ୍ରୋଲ ପମ୍ପକୁ ତେଲ ପକାଇବାକୁ ଆସି କର୍ମଚାରୀଙ୍କୁ ମାଡ଼ମାରି ଲୁଟିଲେ ଦୁର୍ବୃତ୍ତ; ସିସିଟିଭିରେ କଏଦ ହେଲା ପୂରା ଘଟଣା
ସୋର: ପେଟ୍ରୋଲ ପମ୍ପରୁ ଲୁଟ, ଭଙ୍ଗା ରୁଜା ଓ କର୍ମଚାରୀଙ୍କୁ ମାଡ ମାରିଲେ ଦୁର୍ବୃତ୍ତ । ବାଲେଶ୍ୱର ଜିଲ୍ଲା ସୋର ୧୬ ନମ୍ବର ଜାତୀୟ ରାଜପଥ ପାଇକାଳି ନିକଟ ରିଲିଆନ୍ସ ପେଟ୍ରୋଲ ପମ୍ପରେ ଦୁର୍ବୃତ୍ତ ମାନେ ଏପରି ଏକ କାଣ୍ଡ ଭିଆଇଛନ୍ତି । ତେଲ ପକାଇବାକୁ ଆସି ୩ଜଣରୁ ଊର୍ଦ୍ଧ୍ଵ ଯୁବକ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ମାଡ ମାରିବା ସହିତ ଅଫିସରେ ଲାଗିଥିବା କାଚ ଭାଙ୍ଗି ତିରିଶ ହଜାର ଟଙ୍କାରୁ ଅଧିକ ଟଙ୍କା ଲୁଟ କରି ନେଇଥିବା ଅଭିଯୋଗ ହୋଇଛି । ୩ଜଣ ଯୁବକଙ୍କ ଆକ୍ରମଣରେ ପମ୍ପର ଦୁଇ କର୍ମଚାରୀ ଆହତ ହୋଇ ସୋର ଡାକ୍ତରଖାନାରେ ଚିକିତ୍ସିତ ହୋଇଛନ୍ତି ।
ସୂଚନା ମୁତାବକ ପେଟ୍ରୋଲ ପମ୍ପରେ ତିନି ଜଣ ଯୁବକ ତେଲ ପକାଇବାକୁ ଆସିଥିଲେ । ତେଲ ପକାଇସାରିବା ପରେ ଟଙ୍କା ଚେଞ୍ଜକୁ ନେଇ ବଚସା ହୋଇଥିଲା । ପରେ ଯୁବକମାନେ କର୍ମଚାରୀ ମାନଙ୍କୁ ମାଡ ମାରିବା ସହିତ ଅଫିସ କାଚ ଭାଙ୍ଗି ଟଙ୍କା ନେଇ ଫେରାର ଥିବା ସିସି କ୍ୟାମେରାରେ କୟେଦ ହୋଇଛି । ଏନେଇ ଖବର ପାଇବା ପରେ ସୋର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
Comments are closed.