www.samajalive.in
Monday, December 15, 2025
17.1 C
Bhubaneswar

ଦିବ୍ୟାଙ୍ଗ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ ମାମଲା – ଦୋଷୀକୁ ୩ଵର୍ଷ ସଶ୍ରମ କାରାଦଣ୍ଡ ସହ ୩୦,୦୦୦ ଜୋରିମାନା

ଫୁଲବାଣୀ :ଫୁଲବାଣୀ ଫାଷ୍ଟ ଟ୍ରାକ ପୋସ୍କୋ କୋର୍ଟ ର ବିଚାରପତି ଭାସ୍କର ଚନ୍ଦ୍ର ସାହୁ ଜଣେ ନାବାଳିକ ଦିବ୍ୟାଙ୍ଗଙ୍କୁ ଦୁଷ୍କର୍ମ ଉଦ୍ୟମ ମାମଲାରେ ୧୨ଜଣ ସାକ୍ଷୀଙ୍କ ସାକ୍ଷ ଆଧାର ରେ ଵିଚାର କରି ବଶିଷ୍ଠ ଦିଗାଲ ୩୫ଵର୍ଷ କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଦୋଷୀକୁ ୩ଵର୍ଷ ସଶ୍ରମ କାରାଦଣ୍ଡ ସହ ୩୦,୦୦୦ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି। ଜୋରିମାନା ଅନାଦେୟ ଆଉ ଅଧିକ ୩ମାସ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ତାଙ୍କ ରାୟ ରେ ଉଲ୍ଲେଖ କରିଛନ୍ତି।

ସରକାରଙ୍କ ତରଫ ରୁ ପୋସ୍କୋ କୋର୍ଟର ସ୍ଵତନ୍ତ୍ର ପି.ପି. ବନମାଳୀ ବେହେରା ମାମଲା ପରିଚାଳନା କରୁଥିଲେ । ସୂଚନା ଅନୁସାରେ ପୀଡ଼ିତା ର ପିତା ମାତା ଫୁଲବାଣୀ ଡାକ୍ତରଖାନା ଯାଇଥିବାବେଳେ ପୀଡିତାକୁ ଏକୁଟିଆ ଥିବାର ସୁଯୋଗରେ ତା ୫.୧.୨୦୧୯ରିଖ ଦିନ ଅପରାହ୍ନ ୪ଟାବେଳେ ଅଭିଯୁକ୍ତ ନିଜ ଘର ବାରଣ୍ଡା କୁ ଟାଣି ନେଇ ତଳେ ପକାଇ ଦୁଷ୍କର୍ମ ଉଦ୍ୟମ କରିବାକୁ ଚେଷ୍ଟା କଲାବେଳେ ପୀଡିତା ଚିତ୍କାର କରି ଵାରୁ ତା’ର ସାଙ୍ଗ ଝିଅ ଆସିବାରୁ ଅଭିଯୁକ୍ତ ଦଉଡ଼ି ପଳାଇଥିଲା । ଏ ସଂକ୍ରାନ୍ତ ରେ ପୀଡିତା ଫିରିଙ୍ଗିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଥାନାଧିକାରୀ ଥାନା କେଶ୍ ନ°୫/୧୯ ତା ୮.୧.୨୦୧୯ରିଖ ମାମଲା ପଞ୍ଜୀକରଣ କରି ଅଭିଯୁକ୍ତଙ୍କୁ ଗିରଫ କରିବା ସହ କୋର୍ଟ ରେ ହାଜର କରାଇଥିଲେ। ଏହି ମାମଲାରେ ବଶିଷ୍ଟ ଦିଗାଲ ଦୋଷୀ ସାବସ୍ତ୍ୟ ହୋଇଛି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories