www.samajalive.in
Saturday, December 6, 2025
23.1 C
Bhubaneswar

୨୦ ବର୍ଷ ହେଲା ଦରମା ଦେଉନାହାନ୍ତି ପାକିସ୍ତାନ ସରକାର

ଜେନେଭା (ସ୍ୱିଜରଲାଣ୍ଡ): ଜେନେଭାସ୍ଥିତ ପାକିସ୍ତାନ ଦୂତାବାସରେ କାମ କରୁଥିବା ଛଅଜଣ ଫିଲିପାଇନ୍ସ କର୍ମଚାରୀ ଗୁରୁତର ଅଭିଯୋଗ ଆଣିଛନ୍ତି। ସେମାନେ କହିଛନ୍ତି ଯେ ପାକିସ୍ତାନୀ ଦୂତାବାସ ଅଥବା ସେହି ଦେଶର ସରକାର ସେମାନଙ୍କୁ ଗତ ୨୦ ବର୍ଷରୁ ଅଧିକ କାଳ ହେଲା ଦରମା ଦେଉନାହାନ୍ତି। ପାକିସ୍ତାନ କର୍ତ୍ତୃପକ୍ଷ ଏହା ଅମୂଳକ ଏବଂ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛନ୍ତି। ଏହି କର୍ମଚାରୀ ସଂଘର ମୁଖ୍ୟ ମିରେଲା ଫାଲକୋ କହିଛନ୍ତି, ପାକିସ୍ତାନ ଦୂତାବାସ କର୍ତ୍ତୃପକ୍ଷ ସେମାନଙ୍କୁ ଜେନେଭାରେ ଉତ୍ତମ ବେତନ ସହିତ ରହିବାକୁ ଘର ଏବଂ ସାମାଜିକ ନିରାପତ୍ତା ସୁବିଧା ଯୋଗାଇଦେବାକୁ ଜାତିସଂଘକୁ ପ୍ରସ୍ତାବ ଦେବାପରେ ଫିଲିପାଇନ୍ସର କର୍ମଚାରୀମାନେ ସେମାନଙ୍କ ଦେଶ ଛାଡିଥିଲେ। ଜେନେଭାରେ ପହଞ୍ଚିବା ପରେ ସେମାନଙ୍କୁ ଦିନକୁ ଦଶଘଣ୍ଟାରୁ ଅଧିକ ସମୟ କାମ କରିବାକୁ କୁହାଗଲା। ବେତନ ଦିଆନଯାଇ ଏକ ବୈଧିକରଣ କାର୍ଡ ଦିଆଗଲା, ଯାହା ସ୍ୱିଜରଲାଣ୍ଡ ପକ୍ଷରୁ ଯୋଗାଇ ଦିଆଯାଇଥାଏ ଏବଂ ଦୂତାବାସ କର୍ତ୍ତୃପକ୍ଷ ସେମାନଙ୍କ କର୍ମଚାରୀଙ୍କୁ ଉକ୍ତ କାର୍ଡ ପ୍ରଦାନ କରିଥାନ୍ତି। ବଞ୍ଚିବା ପାଇଁ ସେମାନେ ନିଜେ ନିଯୁକ୍ତିଦାତା ସନ୍ଧାନ କରିଥିଲେ। ମିରେଲା କହିଛନ୍ତି, ଦୀର୍ଘବର୍ଷ ଧରି ଦୂତାବାସ କର୍ମଚାରୀଙ୍କ ଘରେ କାମ କରୁଥିବା ଏହି କର୍ମଚାରୀଙ୍କୁ ସେମାନଙ୍କର ଆବାସିକ ମାନ୍ୟତା ହରାଇବା ଭୟ ଦେଖାଇ ସେମାନଙ୍କୁ ନିରବ ରହିବାକୁ ବାଧ୍ୟ କରାଯାଉଛି। ଯଦି ସେମାନଙ୍କୁ ବରଖାସ୍ତ କରିଦିଆଯାଏ ତେବେ ସେମାନେ ଅନ୍ୟଜଣେ କୂଟନୈତିକ ନିଯୁକ୍ତିଦାତା ଦୁଇମାସ ମଧ୍ୟରେ ଖୋଜିବାକୁ ପଡିବ। ଯଦି ତାହା ନହୁଏ ତେବେ ସେମାନଙ୍କୁ ଦେଶ ଛାଡିବାକୁ ପଡିବ ଅଥବା ଆତ୍ମଗୋପନ କରିବାକୁ ହେବ।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories