www.samajalive.in
Sunday, December 14, 2025
19.1 C
Bhubaneswar

ରାତି ହେଲା କାଳ, ୮ ଦୋକାନରୁ ଚୋରି

ଫୁଲବାଣୀ : ମହାମାରୀ କରୋନାର ମୁକାବିଲା ପାଇଁ ପୁଲିସ ପୁରାଦମରେ ଲାଗିଥିବା ବେଳେ ଅନ୍ୟପଟେ ଦୁର୍ବୃତମାନେ ସହରର ମୁଖ୍ୟ ରାସ୍ତାରେ ଥିବା ୮ଟି ଦୋକାନର ତାଲା ଭାଙ୍ଗ ଚୋରି କରିବା ଘଟଣା ସମଗ୍ର ଅଞ୍ଚଳରେ ବ୍ୟବସାୟୀ ମାନଙ୍କ ମଧ୍ୟରେ ଛନକା ପଶିଯାଇଛି। ଏନେଇ ଟାଉନଥାନାରେ ଅଭିଯୋଗ ହେବା ପରେ ପୁଲିସ ଘଟଣାର ତଦନ୍ତ କରିବା ସହ ଦୁଇ ଜଣଙ୍କୁ ଅଟକ ରଖି ଜେରା କରୁଥିବା ଜଣା ପଡ଼ିଛି।

ସୂଚନା ଅନୁଯାୟୀ, ଆଜି ସକାଳୁ କୋର୍ଟ ଛକର ଏକ ପାନ ଦୋକାନ ଓ ଗୋଟିଏ ମୋବାଇଲ ଦୋକାନର ତାଲା ଭଙ୍ଗାଯାଇଥିବା ବେଳେ ଏକ ହୋଟେଲର ଝରକା ତଡା ଯାଇଥିବା ଦେଖିବାକୁ ମିଳିଥିଲା। ତେବେ ପାନ ଦୋକାନ ଓ ହୋଟେଲରୁ ଦୁର୍ବୃତମାନେ ଟଙ୍କା ଓ ଜିନିଷ ଚୋରି କରି ନେଇଥିବା ବେଳେ ମୋବାଇଲ ଦୋକାନର ସଟର ଖୋଲି ପାରିନଥିଲେ। ସେହିପରି ଡିଆରଡିଏ ଛକରେ ୫ଟି ଦୋକାନର ତାଲା ଭଙ୍ଗା ଯାଇଥିବା ବେଳେ ୩ଟି ଦୋକାନରୁ ଜିନିଷ ଓ ନଗଦ ଟଙ୍କା ଚୋରି ହୋଇଥିବା ବେଳେ ଆଉ ଦୁଇଟି ଦୋକାନର ସଟର ଭାଙ୍ଗିପାରି ନାହାନ୍ତି। ଆଜି ସକାଳେ ଦୋକାନ ମାଲିକମାନେ ଆସି ସେମାନଙ୍କ ଦୋକାନ ଭଙ୍ଗା ଯାଇଥିବା ଦେଖି ଟାଉନଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୁଲିସ୍‍ ଘଟଣା ସ୍ଥଳରେ ପହଞ୍ଚି ଛାନବିନ୍‍ କରିଥିଲେ। ସଦର ଏସଡିପିଓ ମହେନ୍ଦ୍ରନାଥ ମୁର୍ମୁ ନିଜେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ଏଥି ସହ ସହରର ଗୋପବନ୍ଧୁ ଛକ ଓ କୋର୍ଟ ଛକରେ ଲାଗିଥିବା ସିସି ଟିଭି ଯାଞ୍ଚ କରି ଦୁଇ ଜଣ ସନ୍ଧିଗ୍ଧ ଯୁବକଙ୍କୁ ଥାନାରେ ଅଟକ ରଖି ଜେରା କରୁଛି। ଖୁବ୍‍ ଶିଘ୍ର ଦୁବ୍ୱୃତମାନେ ଧରା ପଡ଼ିବେ ବୋଲି ଏସଡିପିଓ ଶ୍ରୀ ମୁର୍ମୁ ସୂଚନା ଦେଇଛନ୍ତି। ତେବେ ଗୋଟିଏପଟେ ସଂନ୍ଧ୍ୟା ୭ଟା ପରେ ସମଗ୍ର ଜିଲାର କଫ୍ୟୁ ବଳବତ୍ତର ରହିଥିବା ବେଳେ ୮ଟି ଦୋକାନରୁ ଚୋରି ଚିନ୍ତାର କାରଣ ହୋଇଛି।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories