www.samajalive.in
Monday, December 8, 2025
13.1 C
Bhubaneswar

କୋଭିଡ୍ ପ୍ରତିରୋଧ ଓ ଚିକିତ୍ସା ନିମନ୍ତେ ସରକାରଙ୍କ ଦ୍ୱାରା ବ୍ୟାପକ ‘ତ୍ରି-ସ୍ତରୀୟ’ ବ୍ୟବସ୍ଥା ସୃଷ୍ଟି କରାଯାଇଛି:ମୁଖ୍ୟଶାସନ ସଚିବ

ଭୁବନେଶ୍ବର: ମୁଖ୍ୟଶାସନ ସଚିବ ଅସିତ୍ ତ୍ରିପାଠୀ ଏବଂ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମାଙ୍କର ବିଭିନ୍ନ ଶିଳ୍ପାନୁଷ୍ଠାନଗୁଡ଼ିକଙ୍କ ସହ ଡ଼ିଜିଟାଲ୍ ମୋଡ୍‌ରେ ଆଜି ଆଲୋଚନା ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଶାସନ ସଚିବ ତ୍ରିପାଠୀ କହିଥିଲେ ଯେ କୋଭିଡ୍ ପ୍ରତିରୋଧ ଓ ଚିକିତ୍ସା ନିମନ୍ତେ ସରକାରଙ୍କ ଦ୍ୱାରା ବ୍ୟାପକ ‘ତ୍ରି-ସ୍ତରୀୟ’ ବ୍ୟବସ୍ଥା ସୃଷ୍ଟି କରାଯାଇଛି । ଏଗୁଡିକ ହେଲା କୋଭିଡ୍ କେୟାର ସେଣ୍ଟର, କୋଭିଡ୍ ହେଲଥ୍ ସେଣ୍ଟର ଏବଂ ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ୍। ଲକ୍ଷଣ ବିହୀନ ବା ସାମାନ୍ୟ ଲକ୍ଷଣ ଯୁକ୍ତ ବ୍ୟକ୍ତିଙ୍କର ଯତ୍ନ କୋଭିଡ଼୍ କେୟାର ସେଣ୍ଟରେ ନିଆଯାଏ। ଲକ୍ଷଣହୀନ ବ୍ୟକ୍ତିଙ୍କୁ ସେମାନଙ୍କ ଘର ଏବଂ ସାମାଜିକ ପରିବେଶରୁ ଅଲଗା କରିବା ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଉପରେ ଖରାପ ପ୍ରଭାବ ପକାଇପାରେ। ଏହାକୁ ବିଚାରକୁ ନେଇ ସରକାର ‘ହୋମ୍ କେୟାର’ ଏବଂ ନିଜ ପରିବେଶରେ ଆନୁଷ୍ଠାନିକ କେୟାର ପାଇଁ ଅନୁମତି ଦେବା ନିମନ୍ତେ ନିଷ୍ପତ୍ତି ନେଇଛନ୍ତି। ଏହି ଦୃଷ୍ଟିରୁ ଶିଳ୍ପାନୁଷ୍ଠାନମାନେ ନିଜ ନିଜ ସୁବିଧାରେ ନିଜର କର୍ମଚାରୀମାନଙ୍କ ପାଇଁ କୋଭିଡ଼୍ କେୟାର ସେଣ୍ଟର ପ୍ରତିଷ୍ଠା କରିବା ଭଲହେବ ବୋଲି ଶ୍ରୀ ତ୍ରିପାଠୀ ପରାମର୍ଶ ଦେଇଥିଲେ।
ଶିଳ୍ପାନୁଷ୍ଠାନର ମୁଖ୍ୟମାନେ ସରକାରଙ୍କ ନିଷ୍ପତ୍ତି ବିଷୟରେ ଆନନ୍ଦ ପ୍ରକାଶ କରି କୋଭିଡ଼୍ କେୟାର ସେଣ୍ଟର ପ୍ରତିଷ୍ଠା ପାଇଁ ନିଜ ନିଜର ଇଚ୍ଛା ବ୍ୟକ୍ତ କରିଥିଲେ। ପ୍ରାୟ ୪୦ ଟି ଘରୋଇ ଶିଳ୍ପ ପ୍ରତିଷ୍ଠାନ, କେନ୍ଦ୍ରୀୟ ଓ ରାଜ୍ୟ ସାଧାରଣ ଉଦ୍ୟୋଗର ଅଧ୍ୟକ୍ଷ ଓ ମୁଖ୍ୟ କାଯ୍ୟ ନିର୍ବାହୀ ଅଧିକାରୀମାନେ ଏହି ଆଲୋଚନା ବୈଠକରେ ଭାଗ ନେଇଥିଲେ। ଏକ ସପ୍ତାହ ମଧ୍ୟରେ ଏହି କେୟାର ସେଣ୍ଟର ପ୍ରତିଷ୍ଠା କରିବା ପାଇଁ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଶର୍ମା ସେମାନଙ୍କୁ କହିଥିଲେ। ଏଥି ପାଇଁ ସଂପୃକ୍ତ ଜିଲ୍ଲାପାଳ ଏବଂ ପୌର କମିଶନରମାନେ ଆବଶ୍ୟକୀୟ ଅନୁମତି ଦେବେ। ସରକାରଙ୍କ ତରଫରୁ ବୈଷୟିକ ଜ୍ଞାନ କୌଶଳ ଓ ତାଲିମ ଯୋଗାଇ ଦିଆଯିବ ବୋଲି ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ପ୍ରତିଶୃତି ଦେଇଥିଲେ। ଶିଳ୍ପ ବିଭାଗ ଯୁଗ୍ମ ଶାସନ ସଚିବ ଶୁଭେନ୍ଦ୍ର ନାୟକ ରାଜ୍ୟ ନୋଡାଲ୍ ଅଧିକାରୀଭାବେ କାର୍ୟ୍ୟ କରିବେ। ଇପିକଲ୍‌ ପରିଚାଳନା ନିର୍ଦେଶକ ସଚ୍ଚିନ୍ ରାମଚନ୍ଦ୍ର ଯାଦବ ବୈଠକର ସଂଯୋଜନା କରିଥିଲେ।

Hot this week

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

Related Articles

Popular Categories