ସେଣ୍ଟ ଜୋନ୍ସ (ଆଣ୍ଟିଗୁଆ) : ତିନିବର୍ଷ ପୂର୍ବେ ବିବାଦୀୟ ପରିସ୍ଥିତି ପାଇଁ ଓ୍ବେଷ୍ଟଇଣ୍ଡିଜ କ୍ରିକେଟର ମୁଖ୍ୟ ପ୍ରଶିକ୍ଷକ
ପଦରୁ ବହିଷ୍କୃତ ହୋଇଥିବା ଫିଲ୍ ସିମନ୍ସ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଆଗାମୀ ୪ ବର୍ଷ ପର୍ୟ୍ୟନ୍ତ ସିମନ୍ସ ମୁଖ୍ୟ ପ୍ରଶିକ୍ଷକ ପଦରେ ରହିବେ ବୋଲି ଓ୍ବେଷ୍ଟଇଣ୍ଡିଜ କ୍ରିକେଟ୍(ସିଡବ୍ଲ୍ୟୁଆଇ) ପକ୍ଷରୁ ଏକ ବିବୃତିରେ କୁହାଯାଇଛି। ସେ ୨୦୧୬ ଆଇସିସି ଟ୍ବେଣ୍ଟି-୨୦ ବିଶ୍ୱକପରେ ଓ୍ବେଷ୍ଟଇଣ୍ଡିଜ ଦଳର ମୁଖ୍ୟ ପ୍ରଶିକ୍ଷକ ରହିଥିଲେ। ଏହି ବିଶ୍ୱକପ୍ରେ ଦଳ ଚାମ୍ପିଆନ ହୋଇଥିଲା। ଏହି ବିଶ୍ଵକପର ଫାଇନାଲ ମ୍ୟାଚରେ ୱେଷ୍ଟଇଣ୍ଡିଜ ତାର ପ୍ରତିଦ୍ବନ୍ଦୀ ଇଂଲଣ୍ଡକୁ ୪ୱିକେଟରେ ପରାସ୍ତ କରିଥିଲା
ୱେଷ୍ଟଇଣ୍ଡିଜ କ୍ରିକେଟର ମୁଖ୍ୟ ପ୍ରଶିକ୍ଷକ ପଦକୁ ଫିଲ୍ ସିମନ୍ସଙ୍କ ପ୍ରତ୍ୟାବର୍ତ୍ତନ
Popular Categories



