www.samajalive.in
Tuesday, December 9, 2025
16.1 C
Bhubaneswar

ରାଜେଶଙ୍କ ନିଆରା ଉଦ୍ୟମ: ମଣ୍ଡିରେ ଧାନ ବିକି ଛାତ୍ରଛାତ୍ରୀଙ୍କୁ ବାଣ୍ଟିଲେ ପାଠ୍ୟ ଉପକରଣ

ଫୁଲବାଣୀ: ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲା ତଲାରିମାହା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗଟାମାହା ଗ୍ରାମରେ ରାଜେଶ କୁମାର ବଗର୍ତ୍ତୀଙ୍କ ଘର। ବର୍ତ୍ତମାନ ସେ ରେଭେନ୍ସା ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗରେ ପିଏଚଡ଼ି କରୁଛନ୍ତି। ଗବେଷଣା କାର୍ଯ୍ୟ କରିବା ସହିତ ସେ ଚାଷ କାର୍ଯ୍ୟରେ ମନୋନିବେଶ କରିଛନ୍ତି । ଖରିଫ ଋତୁରେ ସେ ୪ ଏକକ ଜମିରେ ଚାଷ କରିଥିଲେ ଏବଂ ଫସଲ ଅମଳ ହେବା ପରେ ମଣ୍ଡିରେ ଧାନ ବିକ୍ରି କରିଥିଲେ। ତେବେ ଧାନବିକା ଅର୍ଥରୁ କିଛି ଟଙ୍କା ବିନିଯୋଗ କରି ଗ୍ରାମର ଅଙ୍ଗନବାଡ଼ି ପିଲାମାନଙ୍କଠାରୁ ଆରମ୍ଭ କରି ଯୁକ୍ତ ଦୁଇ ଶ୍ରେଣୀ ପର୍ଯ୍ୟନ୍ତ ଗରିବ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ପାଠ୍ୟ ଉପକରଣ ବାଣ୍ଟିଛନ୍ତି। କରୋନା ମହାମାରୀ ସମୟରେ ସେ ନିଜ ଘର ବାରଣ୍ଡାରେ ଗାଁର ପ୍ରଥମ ଶ୍ରେଣୀଠାରୁ ଆରମ୍ଭ କରି ଯୁକ୍ତ ଦୁଇ ଶ୍ରେଣୀର  ଅନେକ  ଛାତ୍ରଛାତ୍ରୀମାନଙ୍କୁ ପ୍ରତିଦିନ ସକାଳ ଏବଂ ସନ୍ଧ୍ୟା ସମୟରେ ମାଗଣାରେ ଶିକ୍ଷାଦାନ କରୁଥିଲେ। ବର୍ତ୍ତମାନ ଗବେଷଣା କାର୍ଯ୍ୟ ପାଇଁ ସେ ରେଭେନ୍ସା ବିଶ୍ଵବିଦ୍ୟାଳୟରେ ରହୁଛନ୍ତି। କିନ୍ତୁ ବିଭିନ୍ନ କାର୍ଯ୍ୟକ୍ରମରେ ସେ ଗାଁକୁ ଆସିଲେ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ନିଶୁଳ୍କ ଶିକ୍ଷାଦାନ କରୁଛନ୍ତି।ରାଜେଶ କହନ୍ତି, ଜନ୍ମ କଲା ମା’ ପ୍ରତି ପୁଅର ସ୍ନେହ, ମମତା, କର୍ତ୍ତବ୍ୟ ରହିଛି। ସେହିଭଳି ନିଜ ଜନ୍ମମାଟି ପ୍ରତି ମଧ୍ୟ କର୍ତ୍ତବ୍ୟ ରହିଛି। ଗାଁର ଉନ୍ନତି ସାଙ୍ଗକୁ ମୋ ଗାଁ ପିଲାମାନଙ୍କୁ ଶିକ୍ଷା କ୍ଷେତ୍ରରେ ବିକଶିତ କରିବା ମୋର ଏକମାତ୍ର ଲକ୍ଷ୍ୟ ବୋଲି ସେ କହିଛନ୍ତି। ରାଜେଶଙ୍କ ଏଭଳି କାର୍ଯ୍ୟକୁ ବିଭିନ୍ନ ମହାଲରେ ପ୍ରଶଂସା କରାଯାଇଛି।

Hot this week

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

ଟଙ୍କାର ବିନିମୟ ମୂଲ୍ୟ ଆଉ ୧୬ ପଇସା କମିଲା

ନୂଆଦିଲ୍ଲୀ, ୮ା୧୨: ସୋମବାର ଆମେରିକୀୟ ଡଲାର ତୁଳନାରେ ଟଙ୍କା ୧୬ ପଇସା...

କଟାମୁଣ୍ଡ ପାଇଁ ଲଙ୍କାକାଣ୍ଡ: ଏମଭି -୨୬ ଗାଁ ଛାରଖାର

ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ପୋଟେରୁ ନଦୀର ଡୁଡାମେଟଲା...

ଆଜି ବାରବାଟୀ ମହାସମର: ଦକ୍ଷିଣ ଆଫ୍ରିକାକୁ ଟକ୍କର ଦେବ ଭାରତ

କଟକ: କ୍ରିକେଟ୍‌ ମହାସମର ପାଇଁ ବାରବାଟୀ ପ୍ରସ୍ତୁତ। ଏବେ କେବଳ ମୁକାବିଲାକୁ...

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

Related Articles

Popular Categories