www.samajalive.in
Sunday, December 7, 2025
23.1 C
Bhubaneswar

ପିଜି ଦ୍ବିତୀୟ ପର୍ଯ୍ୟାୟ ସ୍ପଟ୍‌ ପାଇଁ ୬ରେ ମେଧାତାଲିକା, ୧୧ରେ ନାମଲେଖା

ଭୁବନେଶ୍ୱର:ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ସ୍ନାତକୋତ୍ତର(ପିଜି) ଦ୍ବିତୀୟ ପର୍ଯ୍ୟାୟ ସ୍ପଟ୍‌ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ସରକାରୀ ବିଶ୍ବବିଦ୍ୟାଳୟ ଓ ଡିଗ୍ରୀ କଲେଜରେ ଖାଲିଥିବା ସିଟ୍‌ ପୂରଣ ପାଇଁ ପୁନର୍ବାର ନାମଲେଖା ହେବ। ଆସନ୍ତା ୬ ତାରିଖ ପୂର୍ବାହ୍ନ ୧୧ଟାରେ ଦ୍ବିତୀୟ ପର୍ଯ୍ୟାୟ ସ୍ପଟ୍‌ ନାମଲେଖା ପାଇଁ ମେଧା ତାଲିକା ପ୍ରକାଶ ପାଇବ। ଏନେଇ ସମସ୍ତ ବିଶ୍ବବିଦ୍ୟାଳୟର ପିଜି କାଉନସିଲ ଅଧ୍ୟକ୍ଷ, ପରୀକ୍ଷା ନିୟନ୍ତ୍ରକ, ସମସ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ବିଭାଗ ପକ୍ଷରୁ ଅବଗତ କରାଯାଇଛି। ବିଭାଗର ପରଫରମାନ୍ସ ଟ୍ରାକିଂ ସେଲ୍‌ ଅଧିକାରୀ ଚିଠି ଲେଖିଛନ୍ତି।

ଚିଠିରେ ଉଲ୍ଲେଖ ରହିଛି ଯେ, ମେଧା ତାଲିକାରେ ଥିବା ଛାତ୍ରଛାତ୍ରୀ ୮ ଓ ୯ ତାରିଖରେ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟରେ ରିପୋର୍ଟିଂ କରିବେ। ୧୦ ତାରିଖ ପୂର୍ବାହ୍ନ ୧ଟାରେ ଛାତ୍ରଛାତ୍ରୀଙ୍କ ତାଲିକା ପ୍ରକାଶ ପାଇବ। ୧୧ ତାରିଖ ଅପରାହ୍ଣ ୫ଟା ସୁଦ୍ଧା କାଗଜପତ୍ର ଯାଞ୍ଚ, ଦେୟ ପୈଠ ଓ ଛାତ୍ରଛାତ୍ରୀଙ୍କ ନାମଲେଖା ଅନୁଷ୍ଠିତ ହେବ। ୧୨ ତାରିଖ ଅପରାହ୍ଣ ୫ଟାରେ ସାମ୍‌ସ ‌ପୋଟାଲ୍‌ରେ ନାମ ଲେଖା ସମ୍ପର୍କିତ ତଥ୍ୟ ଅପଡେଟ୍‌ କରାଯିବ। ଖାଲିଥିବା ସିଟ୍‌ ସଂଖ୍ୟାଠାରୁ ୭ ଗୁଣ ଅଧିକ ଛାତ୍ରଛାତ୍ରୀଙ୍କୁ ନାମଲେଖା ପାଇଁ ଆମନ୍ତ୍ରଣ କରାଯିବ।
କ୍ୟାରିୟର ମାର୍କ ଓ ଏକକ ପିଜି ପ୍ରବେଶିକା ପରୀକ୍ଷା ମାର୍କକୁ ମିଳିଥିବା ମିଶାଇ ଛାତ୍ରଛାତ୍ରୀଙ୍କୁ ମନୋନୟନ କରାଯିବ। ସ୍ପଟ୍‌ ନାମଲେଖାରେ ସ୍ଲାଇଡ୍‌ ଅପ୍‌ ଅପସନ୍‌ ରହିବ ନାହିଁ। ବିଷୟ ଅନୁଯାୟୀ ମେରିଟ୍‌ ଲିଷ୍ଟ ସାମ୍‌ସ ପକ୍ଷରୁ ପ୍ରକାଶ କରାଯିବ। ବିଭାଗ ପକ୍ଷରୁ ନାମଲେଖା ପାଇଁ ସ୍ବତନ୍ତ୍ର ନିୟମାବଳୀ ପ୍ରକାଶ ପାଇଛି। ସାମ୍ସ ୱେବ୍‌ସାଇଟ୍‌ ଲଗ୍‌ଇନ୍‌ କରି ଛାତ୍ରଛାତ୍ରୀ ନାମଲେଖା ସଂକ୍ରାନ୍ତୀୟ ସବିଶେଷ ତଥ୍ୟ ମିଳିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories