www.samajalive.in
Sunday, December 7, 2025
18.1 C
Bhubaneswar

ପିଜି ପାଇଁ ପ୍ରକାଶ ପାଇଲା ମେଧା ତାଲିକା, ୯ରୁ ପ୍ରଥମ ପର୍ଯ୍ୟାୟ ନାମଲେଖା

ଭୁବନେଶ୍ୱର: ରାଜ୍ୟର ୭୦ଟି ଶିକ୍ଷାନୁଷ୍ଠାନ (ବିଶ୍ବବିଦ୍ୟାଳୟ ଓ ସ୍ବୟଂଶାସିତ ମହାବିଦ୍ୟାଳୟ)ର ସ୍ନାତକୋତ୍ତର (ପିଜି) ପାଠ୍ୟକ୍ରମ ନାମ ଲେଖା ପାଇଁ ମେଧା ତାଲିକା ପ୍ରକାଶ ପାଇଛି। ଗତ ୨୧ ତାରିଖରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ‌ରାଜ୍ୟସ୍ତରୀୟ ମେଧା ତାଲିକା ପ୍ରକାଶ ପାଇଥିଲା। ଛାତ୍ରଛାତ୍ରୀ www.samsodisha.gov.in ୱେବସାଇଟ୍‌ରେ ଷ୍ଟୁଡେଣ୍ଟ ଲଗ୍‌ଇନ୍‌ କରି ସେମାନଙ୍କର ମେଧା ତାଲିକା ଦେଖିପାରିବେ। ଆସନ୍ତା ୯ରୁ ୧୧ ତାରିଖ ପୂର୍ବାହ୍ନ ୧୦ଟାରୁ ୫ଟା ମଧ୍ୟରେ ଛାତ୍ରଛାତ୍ରୀଙ୍କର ନାମଲେଖା ଅନୁଷ୍ଠିତ ହେବ। ଏହି ସମୟ ମଧ୍ୟରେ ବିଦ୍ୟାର୍ଥୀ ମାନେ ରିପୋର୍ଟିଂ କରିପାରିବେ। ୯ ତାରିଖ ପୂର୍ବାହ୍ନ ୧୦ଟାରୁ ୧୨ ତାରିଖ ସନ୍ଧ୍ୟା ୬ଟା ମଧ୍ୟରେ ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ରେ ସ୍ଲାଇଡ୍‌ ଅପ୍‌ ନେଇ ଆବେଦନ କରିପାରିବେ। ୧୨ ତାରିଖ ଅପରାହ୍ଣ ୨ଟା ସୁଦ୍ଧା ପ୍ରଥମ ପର୍ଯ୍ୟାୟରେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କ ତଥ୍ୟ ଉପଲବ୍ଧ ହେବ। ୧୭ ତାରିଖ ପୂର୍ବାହ୍ନ ୧୧ଟାରେ ଦ୍ବିତୀୟ ପର୍ଯ୍ୟାୟ ମେଧା ତାଲିକା ବିଶ୍ବବିଦ୍ୟାଳୟ ଓ କଲେଜସ୍ତରୀୟ ପ୍ରକାଶ ପାଇବ। ୧୮ରୁ ୨୦ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ରିପୋର୍ଟିଂ, କାଗଜପତ୍ର ଯାଞ୍ଚ, ଦେୟପୈଠ ଓ ନାମଲେଖା ଅନୁଷ୍ଠିତ ହେବ। ୧୯ରୁ ୨୨ ତାରିଖ ପର୍ଯ୍ୟନ୍ତ ସ୍ଲାଇଡ୍‌ ଅଫ୍‌ ଅପ୍‌ସନ୍‌ ଦେଇପାରିବେ। ୨୨ ତାରିଖରେ ନାମଲେଖା ସମ୍ପର୍କିତ ସବିଶେଷ ତଥ୍ୟ ଅପଲୋଡ୍‌ ହେବ। ୨୬ ତାରିଖ ପୂର୍ବାହ୍ନ ୧୧ଟାରେ ତୃତୀୟ ପର୍ଯ୍ୟାୟ ମନୋନୟନ ତାଲିକା ପ୍ରକାଶ ପାଇବ। ୨୮ ଓ ୨୯ରେ ଛାତ୍ରଛାତ୍ରୀଙ୍କ କାଗଜପତ୍ର ଯାଞ୍ଚ, ଦେୟପୖଠ ଓ ନାମଲେଖା ହେବ। ୩୦ ଅପରାହ୍ନ ୨ଟା ସୁଦ୍ଧା ଚୂଡ଼ାନ୍ତ ନାମଲେଖା ସମ୍ପର୍କିତ ତଥ୍ୟ ଅପଲୋଡ୍‌ ହେବ।

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories