www.samajalive.in
Saturday, December 6, 2025
23.1 C
Bhubaneswar

ବ୍ରିଟେନ, କାଡ଼ାନା ପରେ ଫାଇଜରକୁ ଜରୁରିକାଳୀନ ବ୍ୟବହାର ଅନୁମତି ଦେଲା ଏହି ଦେଶ

ଫାଇଜର ବାୟୋଏନଟେକ୍‌ ଦ୍ବାରା ପ୍ରସ୍ତୁତ କରୋନା ଟିକା ଫାଇଜରକୁ ଆମେରିକା ଜରୁରିକାଳୀନ ଅନୁମତି ପ୍ରଦାନ କରିଛି। ଆମେରିକାର ଖାଦ୍ୟ ଏବଂ ଔଷଧ ପ୍ରଶାସନ ଟିକାର ପ୍ରୟୋଗ ପାଇଁ ମଞ୍ଜୁରୀ ଦେଇଛି। ଏହି ଟିକାକୁ ଜରୁରିକାଳୀନ ଅନୁମତି ଦେବାରେ ଆମେରିକା ବିଶ୍ଵର ୩ୟ ଦେଶ। ପ୍ରଥମେ ବ୍ରିଟେନ ଏବଂ ପରେ କାନାଡ଼ା ୨ୟ ଦେଶ ଭାବେ ଏହି ଟିକାକୁ ଅନୁମତି ଦେଇଛନ୍ତି। ବ୍ରିଟେନ ଟିକାକରଣ ଅଭିଯାନ ଜାରି ରଖିଛି।

- Advertisement -

କରୋନା ଭୂତାଣୁ ଦ୍ବାରା ସବୁଠୁ ବେଶୀ କ୍ଷତିଗ୍ରସ୍ତ ହୋଇଥିବା ଦେଶଗୁଡ଼ିକ ମଧ୍ୟରେ ଆମେରିକା ଶୀର୍ଷରେ ରହିଛି। ଆମେରିକା ସରକାରଙ୍କ ଏକ ପରାମର୍ଶଦାତା କମିଟି କରୋନା ଭୂତାଣୁ ସଂକ୍ରମଣ ରୋକିବା ଲାଗି ଫାଇଜର ବାୟୋଏନଟେକ୍‌ ଟିକାକୁ ଜରୁରିକାଳୀନ ମଞ୍ଜୁରୀ ଦେବା ଲାଗି ସୁପାରିସ୍‌ କରିଥିଲା। ଏହା ପରେ ଖାଦ୍ୟ ଏବଂ ଔଷଧ ପ୍ରଶାସନ (ଏଫଡିଏ)ର ଭ୍ୟାକ୍ସିନ ଆଣ୍ଡ ରିଲେଟେଡ୍‌ ବାୟୋଲୋଜିକାଲ ପ୍ରଡକ୍ଟସ ଆଡ୍‌ଭାଇଜରୀ କମିଟିରେ ଏ ନେଇ ୮ ଘଣ୍ଟା ଧରି ବୈଠକ ଚାଲିଥିଲା। ବୈଠକରେ ଫାଇଜରକୁ ଅନୁମତି ପ୍ରଦାନ ସପକ୍ଷରେ ୧୭ ଏବଂ ବିପକ୍ଷରେ ୪ ଜଣ ଭୋଟ ଦେଇଥିଲେ।

କମିଟି ସଦସ୍ୟ ତଥା ଟିକା ବିଶେଷଜ୍ଞ ପଲ୍‌ ଆଫିଟ୍‌ କହିଛନ୍ତି, ଟିକା ଫଳପ୍ରଦ ହେଉଥିବା ସ୍ପଷ୍ଟ ଜଣାପଡ଼ୁଛି। କିନ୍ତୁ ଅନ୍ୟପଟେ ଏହା ଦ୍ବାରା କିଛି ବିପଦ ବି ରହିଥିବା ଅନୁମାନ କରାଯାଉଛି। ତେବେ ଟିକାର ଲାଭ ପହଞ୍ଚାଇବାର କ୍ଷମତା ତାର ବିପଦକୁ ହ୍ରାସ କରିଥାଏ ବୋଲି ସେ କହିଛନ୍ତି। ସଂକ୍ରାମକ ରୋଗ ବିଶେଷଜ୍ଞ ଓଫର ଲେଭି କହିଛନ୍ତି, ଏହା ଏକ ବଡ଼ ମାଇଲଖୁଣ୍ଟ ହେବାକୁ ଯାଉଛି।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories