www.samajalive.in
Friday, December 5, 2025
26.1 C
Bhubaneswar

ବ୍ରିଟେନ, କାଡ଼ାନା ପରେ ଫାଇଜରକୁ ଜରୁରିକାଳୀନ ବ୍ୟବହାର ଅନୁମତି ଦେଲା ଏହି ଦେଶ

ଫାଇଜର ବାୟୋଏନଟେକ୍‌ ଦ୍ବାରା ପ୍ରସ୍ତୁତ କରୋନା ଟିକା ଫାଇଜରକୁ ଆମେରିକା ଜରୁରିକାଳୀନ ଅନୁମତି ପ୍ରଦାନ କରିଛି। ଆମେରିକାର ଖାଦ୍ୟ ଏବଂ ଔଷଧ ପ୍ରଶାସନ ଟିକାର ପ୍ରୟୋଗ ପାଇଁ ମଞ୍ଜୁରୀ ଦେଇଛି। ଏହି ଟିକାକୁ ଜରୁରିକାଳୀନ ଅନୁମତି ଦେବାରେ ଆମେରିକା ବିଶ୍ଵର ୩ୟ ଦେଶ। ପ୍ରଥମେ ବ୍ରିଟେନ ଏବଂ ପରେ କାନାଡ଼ା ୨ୟ ଦେଶ ଭାବେ ଏହି ଟିକାକୁ ଅନୁମତି ଦେଇଛନ୍ତି। ବ୍ରିଟେନ ଟିକାକରଣ ଅଭିଯାନ ଜାରି ରଖିଛି।

- Advertisement -

କରୋନା ଭୂତାଣୁ ଦ୍ବାରା ସବୁଠୁ ବେଶୀ କ୍ଷତିଗ୍ରସ୍ତ ହୋଇଥିବା ଦେଶଗୁଡ଼ିକ ମଧ୍ୟରେ ଆମେରିକା ଶୀର୍ଷରେ ରହିଛି। ଆମେରିକା ସରକାରଙ୍କ ଏକ ପରାମର୍ଶଦାତା କମିଟି କରୋନା ଭୂତାଣୁ ସଂକ୍ରମଣ ରୋକିବା ଲାଗି ଫାଇଜର ବାୟୋଏନଟେକ୍‌ ଟିକାକୁ ଜରୁରିକାଳୀନ ମଞ୍ଜୁରୀ ଦେବା ଲାଗି ସୁପାରିସ୍‌ କରିଥିଲା। ଏହା ପରେ ଖାଦ୍ୟ ଏବଂ ଔଷଧ ପ୍ରଶାସନ (ଏଫଡିଏ)ର ଭ୍ୟାକ୍ସିନ ଆଣ୍ଡ ରିଲେଟେଡ୍‌ ବାୟୋଲୋଜିକାଲ ପ୍ରଡକ୍ଟସ ଆଡ୍‌ଭାଇଜରୀ କମିଟିରେ ଏ ନେଇ ୮ ଘଣ୍ଟା ଧରି ବୈଠକ ଚାଲିଥିଲା। ବୈଠକରେ ଫାଇଜରକୁ ଅନୁମତି ପ୍ରଦାନ ସପକ୍ଷରେ ୧୭ ଏବଂ ବିପକ୍ଷରେ ୪ ଜଣ ଭୋଟ ଦେଇଥିଲେ।

କମିଟି ସଦସ୍ୟ ତଥା ଟିକା ବିଶେଷଜ୍ଞ ପଲ୍‌ ଆଫିଟ୍‌ କହିଛନ୍ତି, ଟିକା ଫଳପ୍ରଦ ହେଉଥିବା ସ୍ପଷ୍ଟ ଜଣାପଡ଼ୁଛି। କିନ୍ତୁ ଅନ୍ୟପଟେ ଏହା ଦ୍ବାରା କିଛି ବିପଦ ବି ରହିଥିବା ଅନୁମାନ କରାଯାଉଛି। ତେବେ ଟିକାର ଲାଭ ପହଞ୍ଚାଇବାର କ୍ଷମତା ତାର ବିପଦକୁ ହ୍ରାସ କରିଥାଏ ବୋଲି ସେ କହିଛନ୍ତି। ସଂକ୍ରାମକ ରୋଗ ବିଶେଷଜ୍ଞ ଓଫର ଲେଭି କହିଛନ୍ତି, ଏହା ଏକ ବଡ଼ ମାଇଲଖୁଣ୍ଟ ହେବାକୁ ଯାଉଛି।

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories