www.samajalive.in
Saturday, December 6, 2025
14.1 C
Bhubaneswar

ନୟାଗଡ଼ର ଗାଁ ଦାଣ୍ଡରୁ ଆଉ ଜଣେ ଶିଶୁ କନ୍ୟା ନିଖୋଜ

ନୟାଗଡ : ନୟାଗଡର ବହୁ ବହୁ ଚର୍ଚ୍ଚିତ ଶିଶୁକନ୍ୟା ପରୀର ମୃତ୍ୟୁ ରହସ୍ୟ ଏପର୍ଯ୍ୟନ୍ତ ରହସ୍ୟ ଘେରରେ ଥିବା ବେଳେ ପୁଣି ନୟାଗଡରେ ଘଟିଛି ଏହାର ପୁନରାବୃତ୍ତି। ପରୀକୁ କିଏ ହତ୍ୟା କଲା ଏବଂ କାହିଁକି ହତ୍ୟା କଲା ତାହାର ତଦନ୍ତ ଚାଲିଥିବା ବେଳେ ନୟାଗଡରୁ ଆଉ ଏକ ଶିଶୁ କନ୍ୟା ନିଖୋଜ ଘଟଣା ସାମ୍ନାକୁ ଆସିଛି।

ସୂଚନାନୁସାରେ, ନୟାଗଡ ଜିଲା ରଣପୁର ଅଞ୍ଚଳରେ ଜଣେ ୩ ବର୍ଷର ଶିଶୁକନ୍ୟା ଶୁକ୍ରବାର ଅପରାହ୍ନରୁ ହଠାତ କେଉଁ ଆଡେ ନିଖୋଜ ହୋଇଯାଇଛି । ରଣପୁର ଥାନା ବଧିପାଟଣା ଗ୍ରାମର ସଞ୍ଜୟ ସାହୁଙ୍କ ଝିଅ ହରପ୍ରିୟା ଶୁକ୍ରବାର ଗାଁ ଦାଣ୍ଡରେ ଖେଳୁଥିଲା । ସନ୍ଧ୍ୟା ହେବା ପରେ ସେ ଘରକୁ ନଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ । ବହୁ ଖୋଜାଖୋଜି ପରେ ବି ହରପ୍ରିୟାଙ୍କ କୌଣସି ସନ୍ଧାନ ପାଇନଥିଲେ । ହରପ୍ରିୟା ହଠାତ ଗାଁ ଦାଣ୍ଡରୁ କେଉଁଆଡେ ଅନ୍ତର୍ଧ୍ୟାନ ହୋଇଯାଇଥିଲେ ।

- Advertisement -

ଏନେଇ ହରପ୍ରିୟାର ବାପା ସଞ୍ଜୟ ପୁଲିସ ଷ୍ଟେସନରେ ଏକ ଅଭିଯୋଗ ଦାୟର କରିଛନ୍ତି। ଅଭିଯୋଗ ଆଧାରରେ ପୋଲିସ ହରପ୍ରିୟାଙ୍କୁ ଖୋଜିବା ପାଇଁ ପ୍ରୟାସ ଆରମ୍ଭ କରିଥିବା ଜଣାପଡ଼ିଛି। ଆଜି ସକାଳୁ ଅଗ୍ନିଶମ ବିଭାଗ ଓ ପୁଲିସ ଗାଁରେ ପହଞ୍ଚି ଖୋଜାଖୋଜି ଜାରି ରଖିଛନ୍ତି।

ନୟାଗଡ଼ ଜିଲା ଯଦୁପୁର ଗ୍ରାମର ୫ ବର୍ଷର ଶିଶୁ କନ୍ୟା ପରୀ ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଥିବା ବେଳେ ସମାନ ସ୍ଥାନରୁ ଆଉ ଜଣେ ଶିଶୁକନ୍ୟାର ନିଖୋଜ ଘଟଣା ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories