ନୂଆଦିଲ୍ଲୀ : ତ୍ରୟୋଦଶ ଆନ୍ତର୍ଜାତିକ ତୈଳ ଓ ବାଷ୍ପ ସମ୍ମିଳନୀ ‘ପେଟ୍ରୋଟେକ୍-୨୦୧୯’ ଗ୍ରେଟର୍ ନୋଇଡ଼ାରେ ଆରମ୍ଭ ହୋଇଛି। ଏହି ତିନି ଦିନିଆ ସମ୍ମିଳନୀରେ ୯୫ଟି ଦେଶର ଶକ୍ତିମନ୍ତ୍ରୀ ଅଂଶଗ୍ରହଣ କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଆନୁଷ୍ଠାନିକ ଭାବେ ଏହାର ଉଦ୍ଘାଟନ କରିବେ। ସମ୍ମିଳନୀରେ ଯୋଗ ଦେଉଥିବା ପ୍ରତିନିଧିମାନଙ୍କୁ ସ୍ୱାଗତ କରି ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଏହି ସମ୍ମିଳନୀର ମୁଖ୍ୟ ବିଷୟବସ୍ତୁ ରହିଛି ‘ନିରନ୍ତର ସହଯୋଗ ଏବଂ ସମସ୍ତଙ୍କ ପାଇଁ ସୁରକ୍ଷିତ ଶକ୍ତିର ଉପଲବ୍ଧତା’। ଶ୍ରୀ ପ୍ରଧାନ କହିଛନ୍ତି, ପ୍ରତ୍ୟେକ ପରିବାରକୁ ରନ୍ଧନ ଗ୍ୟାସ ଯୋଗାଇଦେବାକୁ ସରକାର ପ୍ରତିଶ୍ରୁତିବଦ୍ଧ। ପ୍ରତ୍ୟେକ ଦେଶ ସହଯୋଗ ଭିତ୍ତିରେ ଜଳବାୟୁ ପରିବର୍ତ୍ତନର ମୁକାବିଲା ଦିଗରେ ପଦକ୍ଷେପ ନେବା ଆବଶ୍ୟକ ବୋଲି ସେ କହିଛନ୍ତି। ଏହି ସମ୍ମିଳନୀ ଅବସରରେ ବିଶ୍ୱର ବିଭିନ୍ନ ଦେଶରୁ ନୀତି ନିର୍ଦ୍ଧାରକ, ପ୍ରତିନିଧି, ତୈଳ ଏବଂ ଗ୍ୟାସ୍ ବିଶେଷଜ୍ଞମାନେ ଯୋଗଦେଇ ନିରନ୍ତର ଶକ୍ତି ବିକାଶ ଓ ସମସ୍ତଙ୍କ ନିକଟରେ ସୁଲଭ ମୂଲ୍ୟରେ ଶକ୍ତି ଉପଲବ୍ଧ କରାଇବା ସମ୍ପର୍କରେ ଆଲୋଚନା କରିବେ। ସୁଲଭ ସ୍ୱଚ୍ଛ ଇନ୍ଧନ ଯୋଗାଣ ସମ୍ପର୍କିତ ବିଭିନ୍ନ ଦିଗ ବିଷୟରେ ମଧ୍ୟ ଏଥିରେ ଆଲୋଚନା କରାଯିବ।
ପେଟ୍ରୋଟେକ୍-୨୦୧୯ : ଯୋଗ ଦେଉଛନ୍ତି ୯୫ଟି ଦେଶର ଶକ୍ତିମନ୍ତ୍ରୀ
Popular Categories



