www.samajalive.in
Sunday, December 14, 2025
26.1 C
Bhubaneswar

ରାଜ୍ୟରେ ପେଟ୍ରୋଲ, ଡିଜେଲ ସଙ୍କଟ

ଭୁବନେଶ୍ବର : ସାରା ରାଜ୍ୟରେ ଚାଳକ ସଂଘର ଆନ୍ଦୋଳନ ଚାଲିଥିବାରୁ ରାଜ୍ୟ ବାହାରୁ କୌଣସି ଗାଡ଼ିମୋଟର ରାଜ୍ୟ ଭିତରକୁ ଆସୁନାହିଁ। ଜାତୀୟ ରାଜପଥ ଏବଂ ରାଜ୍ୟ ରାଜପଥ ଗୁଡ଼ିକରେ ହଜାର ହଜାର ସାମଗ୍ରୀ ପରିବହନ ଗାଡ଼ି ଠିଆ ହୋଇଛି। ଫଳସ୍ବରୂପ ରାଜ୍ୟକୁ ପେଟ୍ରୋଲ,ଡିଜେଲ ଓ ପନିପରିବା ଟ୍ରକ ଆସି ନ ପାରି ନିଅଣ୍ଟିଆ ସ୍ଥିତି ଉପୁଜିଛି। ଗୁରୁବାର ମଧ୍ୟାହ୍ନ ବେଳକୁ କିଛି ପେଟ୍ରୋଲ ପମ୍ପରୁ ତେଲ ଶେଷ ହୋଇଯାଇଛି। ଭୁବନେଶ୍ବର ସମେତ ମାଲକାନଗିରି, କୋରାପୁଟ, ସମ୍ବଲପୁର, ବାଲେଶ୍ବର, କଟକ ଏବଂ ବ୍ରହ୍ମପୁର ଆଦି ସହରରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ବର୍ତ୍ତମାନ ପରିସ୍ଥିତିରେ ଲୋକେ ପେଟ୍ରୋଲ ଓ ଡିଜେଲ ଆବଶ୍ୟକତାରୁ ଅଧିକ କିଣୁଥିବାରୁ ପେଟ୍ରୋଲ ପମ୍ପରେ ତେଲ ଦୁଇଗୁଣ ବଢ଼ିଛି। ଫଳରେ ତେଲ ଅଭାବ ଦେଖାଦେବାର ଆଶଙ୍କା ରହିଛି ବୋଲି ଉତ୍କଳ ପେଟ୍ରୋଲିୟମ୍ ଡିଲର ସଂଘର ସାଧାରଣ ସମ୍ପାଦକ ସଞ୍ଜୟ ଲାଠ କହିଛନ୍ତି। ଏପରି ଘଡ଼ିସନ୍ଧି ମୁହୂର୍ତ୍ତରେ ଛାନିଆ ହୋଇ ଅଧିକ ପେଟ୍ରୋଲ କିଣିବାକୁ ସେ ବାରଣ କରିଛନ୍ତି। ଆବଶ୍ୟକତାରୁ ଅଧିକ ତେଲ କିଣିଲେ ସ୍ଥିତି ଅଣାୟତ୍ତ ହୋଇପାରେ ବୋଲି ଶ୍ରୀ ଲାଠ କହିଛନ୍ତି।
ରାଜ୍ୟରେ ଦୈନିକ ୨୭ ଲକ୍ଷ ୫୦ ହଜାର ଲିଟର ପେଟ୍ରୋଲ ଆବଶ୍ୟକ ଥିବାବେଳେ ୬୦ଲକ୍ଷ ଲିଟର ଡିଜେଲ ଆବଶ୍ୟକ। ସାଧାରଣତଃ ପେଟ୍ରୋଲ ପମ୍ପ ମାଲିକମାନେ ତିନିଦିନ ପାଇଁ ତେଲ ମହଜୁଦ ରଖିଥାନ୍ତି; କିନ୍ତୁ ଆନ୍ଦୋଳନ ଦୁଇଦିନ ହେବ ଚାଲିବା ଦ୍ବାରା ଗାଡ଼ି ଆସିପାରୁନାହିଁ। ଭୁବନେଶ୍ବରରେ ରାଜୀବ ଭବନ ପାର୍ଶ୍ବ ପେଟ୍ରୋଲ ପମ୍ପ ଏବଂ କଟକରୋଡର ଗୌତମ ପେଟ୍ରୋଲ ପମ୍ପରେ ତେଲ ଶେଷ ହୋଇଯାଇଛି। ଡ୍ରାଇଭର ମହାସଂଘର ଆନ୍ଦୋଳନ ଯୋଗୁଁ ସାଧାରଣ ଲୋକେ ହଇରାଣ ହେଉଥିବା ବେଳେ ପେଟ୍ରୋଲ ଟାଙ୍କି ମାଲିକ ବି କ୍ଷତିଗ୍ରସ୍ତ ହେଉଛନ୍ତି। ତେଣୁ ସରକାର ଖୁବ ଶୀଘ୍ର ଏହାର ସମାଧାନ କରିବା ଉଚିତ ବୋଲି ଦାବି ହେଉଛି।
ଅନ୍ୟପକ୍ଷରେ ବାହାର ରାଜ୍ୟରୁ ପନିପରିବା ବୋ‌େ‌ଝଇ ଟ୍ରକ ଆସି ପାରୁ ନ ଥିବାରୁ ବଜାରରେ ଅଭାବ ଦେଖାଗଲାଣି। ଗତକାଲି ଆଳୁ କେଜି ୧୫ ଟଙ୍କା ଥିବାବେଳେ ଆଜି ଏହା ୨୦ ଟଙ୍କା ବିକ୍ରି ହେଉଛି। ଲେମ୍ବୁ ଗୋଟା ୮ରୁ ୧୦ଟଙ୍କା ଦରରେ ବିକ୍ରି ହେଉଛି। ବ୍ୟବସାୟୀଙ୍କ କହିବା କଥା ହେଲା ବଜାରକୁ ସମାଗ୍ରୀକୁ ଆସୁ ନ ଥିବାରୁ ଦର ବଢ଼ିବ। ଭୁବନେଶ୍ବର ୟୁନିଟ-୧ ହାଟ ସଭାପତି ଗୟାଧର ସ୍ବାଇଁ କହିଛନ୍ତି ଚାଷୀଙ୍କ ପାଖରୁ ପରିବା ଆସୁଥିବାରୁ ବଜାରରେ ଏହାର ଅଭାବ ଦେଖାଦେବନି। କିନ୍ତୁ ବାହାର ରାଜ୍ୟରୁ ପନିପରିବା ଆସିପାରୁ ନ ଥିବାରୁ ଦର ସାମାନ୍ୟ ଉଚ୍ଚା ରହୁଛି।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories